ସହେି ସବୁ ଦଣ୍ତ ତତ୍କ୍ଷଣାତ୍ ନବୂଖଦ୍ନିତ୍ସରଙ୍କ ପ୍ରତି ଘଟିଲା। ସେ ମନୁଷ୍ଯମାନଙ୍କ ମଧ୍ଯରୁ ବିତାଡିତ ହାଇେ ଗୋରୁପରି ତୃଣ ଭକ୍ଷଣ କଲେ। ଆଉ ସେ ଆକାଶର କାକର ରେ ତିନ୍ତିଲେ। ଶଷେ ରେ ତାହାର କେଶ ଉକ୍ରୋଶପକ୍ଷୀର ପର ତୁଲ୍ଯ ଓ ତାହାର ନଖ ପକ୍ଷୀର ନଖ ତୁଲ୍ଯ ବଢିଲା।
Cross references
ଏହା ସତ୍ଯ ବହୁ ସମୟରୁ ଯେ ତବେଳଠାରୁେ ଆଦମ ଏ ପୃଥିବୀ ରେ ରଖାୟାଇଥିଲା। ଯେଉଁ ବ୍ଯକ୍ତି ପରମେଶ୍ବରଙ୍କ ବିନା ବାସ କରେ, ସେ ଲୋକର ଆନନ୍ଦ କ୍ଷଣସ୍ଥାଯୀ ଅଟେ।
ତୁମ୍ଭମାନେେ ଗୋଟିଏ ମାଟିର ପାତ୍ର ପରି ଭାଙ୍ଗି ଚୂର୍ଣ୍ଣ ବିଚୂର୍ଣ୍ଣ ହାଇଯେିବ। ତାହା ଏପରି ଅଦରକାରୀ ହବେ ଯେ ସେଥିରୁ ଖଣ୍ଡେ ହେଲେ ଖପରା ମିଳିବ ନାହିଁ ଯେଉଁଥି ରେ ଚୂଲୀରୁ ନିଆଁ ଆଣି ହବେ ନାହିଁ କି କୁଣ୍ଡରୁ ପାଣି ନଇେ ହବେ ନାହିଁ।'
ତୁମ୍ଭେ ମନୁଷ୍ଯମାନଙ୍କ ସଙ୍ଗ ମଧ୍ଯରୁ ବିତାଡିତ ହବେ ଓ କ୍ଷେତ୍ରସ୍ଥ ପଶୁମାନଙ୍କ ସହିତ ବାସ କରିବ ଏବଂ ଆଉ ତୁମ୍ଭେ ଗୋରୁମାନଙ୍କ ପରି ତୃଣ ଭୋଜନ କରି ବଞ୍ଚିବ ଓ ଆକାଶର କାକର ରେ ତିନ୍ତିବ। ଏହିରୂପେ ତୁମ୍ଭ ଉପ ରେ ସାତବର୍ଷ ଅତିକ୍ରମ କରିବ। ଶଷେ ରେ ତୁମ୍ଭେ ଅନୁଭବ କରିବ ଯେ, ସେ ସର୍ବୋପରିସ୍ଥ ପରମେଶ୍ବର ଯାହାକୁ ଇଚ୍ଛା କରନ୍ତି, ତାକୁ ରାଜ୍ଯ ଦାନ କରନ୍ତି।
ଏବଂ ତୁମ୍ଭେ ମନୁଷ୍ଯମାନଙ୍କ ମଧ୍ଯରୁ ବିତାଡିତ ହବେ। କ୍ଷେତ୍ରସ୍ଥ ପଶୁମାନଙ୍କ ମଧିଅରେ ତୁମ୍ଭେ ବାସ କରିବ ଓ ଗୋରୁ ପରି ତୃଣ ଭୋଜନ କରିବ। ଏହିରୂପେ ତୁମ୍ଭ ଉପ ରେ ସାତବର୍ଷ ଅତିକ୍ରମ କରିୟିବ। ଶଷେ ରେ ଯେ ସର୍ବୋପରିସ୍ଥ ପରମେଶ୍ବର ସମଗ୍ର ମନୁଷ୍ଯ ଉପ ରେ ପ୍ରଭୁତ୍ବ କରନ୍ତି ଓ ଯାହାକୁ ଯାହା ଇଚ୍ଛା ତାକୁ ସେ ତାହା ଦିଅନ୍ତି, ଏହା ତୁମ୍ଭେ ଜାଣିବ।
ସହେି ସମୟରେ ହଠାତ୍ ମନୁଷ୍ଯର ଏକ ହସ୍ତ ଦଶୃମାନ ହେଲା ଓ ରାଜପ୍ରାସାଦର କାନ୍ଥର ଲପନେ ଉପ ରେ ଅଙ୍ଗୁଳି ରେ ଲେଖିଲା। ସହେି ହସ୍ତ ଦୀପରୂଖା ନିକଟସ୍ଥ ରାଜପ୍ରାସାଦ କାନ୍ଥ ରେ ଲେଖୁଥିଲା। ଆଉ ରାଜା ଲେଖୁଥିବା ସ୍ବହସ୍ତର ଅଂଶ ଦେଖୁଥିଲେ।
ତାଙ୍କର ମନ ପଶୁତୁଲ୍ଯ ହେଲା ଓ ସେ ବନ୍ଯ ଗର୍ଦ୍ଦଭ ସହିତ ବାସ କଲେ। ଆଉ ସେ ଗୋରୁଗାଈ ପରି ତୃଣ ଭୋଜନ କଲେ ଓ ତାଙ୍କର ଶରୀର କାକର ରେ ଭିଜିଲା। ତା'ପ ରେ ସେ ହୃଦ୍ ବୋଧ କଲେ ଯେ, ସର୍ବୋପରିସ୍ଥ ପରମେଶ୍ବର ମନୁଷ୍ଯମାନଙ୍କ ଉପ ରେ କତ୍ତୃର୍ତ୍ବ କରନ୍ତି। ଏବଂ ପରମେଶ୍ବର ଯାହାକୁ ଗ୍ଭହାଁନ୍ତି ତାକୁ ସେ ରାଜ୍ଯ ରେ ନିୟୁକ୍ତି କରିପାରନ୍ତି।
କାରଣ ଏହା ତୁମ୍ଭେ ଭଲ ଭାବେ ଜାଣ ଯେ, ଜଣେ ଚୋର ରାତି ରେ ଆସିବା ଭଳି, ପ୍ରଭୁଙ୍କର ପୁନରାଗମନ ଦିନଟି ଆଶ୍ଚର୍ୟ୍ଯଜନକ ହବେ।