Home Bibles ରେରିତମାନଙ୍କ କାର୍ଯ୍ୟର ବିବରଣ 1:10 · ଓଡ଼ିଆ ବାଇବେଲ
ରେରିତମାନଙ୍କ କାର୍ଯ୍ୟର ବିବରଣ 1:10 · ଓଡ଼ିଆ ବାଇବେଲ

ଯୀଶୁ ଚାଲି ଯାଉଥିଲେ ଓ ପ୍ ରରେିତମାନେ ଆକାଶକୁ ଚାହିଁ ରହିଥିଲେ। ହଠାତ୍ ଦୁଇଜଣ ଧଳା ବସ୍ତ୍ର ପିନ୍ଧିଥିବା ପୁରୁଷ ସମାନଙ୍କେ ପାଖ ରେ ଆସି ଠିଆ ହେଲେ।

Cross references

ଦିତୀୟ ରାଜାବଳୀ 2:11

ଏହିପରି ସେ ଦୁ ହେଁ ଏକତ୍ର କଥାବାର୍ତ୍ତା ହାଇେ ଯାଉଥିବା ବେଳେ ହଠାତ୍ ଏକ ଅଗ୍ନିମଯ ରଥ ଓ ଅଗ୍ନିମଯ ଅଶ୍ବମାନ ଉପସ୍ଥିତ ହେଲେ ଏବଂ ସେ ଦୁହିଁଙ୍କୁ ପୃଥକ୍ କଲେ। ତା'ପରେ ଏଲିଯ ଘୂର୍ଣ୍ଣିବାଯୁ ରେ ସ୍ବର୍ଗାରୋହଣ କଲେ।

ଦାନିଏଲ 7:9

ମୁଁ ଗୋଟିଏ ସିଂହାସନ ସ୍ଥାପିତ ହେଉଥିବାର ଦେଖିଲି। ଅତି ବୃଦ୍ଧାଲୋକ ସହେି ଉପ ରେ ବସିଲେ। ତାଙ୍କର ବସ୍ତ୍ର ହିମତୁଲ୍ଯ ଶୁକ୍ଲବର୍ଣ୍ଣ ଓ ତାଙ୍କର ମସ୍ତକର କେଶ ମଷେଲୋମ ସଦୃଶ ଶୁଭ୍ର ଥିଲା। ତାଙ୍କର ସିଂହାସନ ଅଗ୍ନିମଯପରି ଓ ସିଂହାସନର ଚକସବୁ ଜ୍ବଳନ୍ତା ଅଗ୍ନି ଶିଖା, ସଦୃଶ ଥିଲା।

ମାଥିଉଲିଖିତ ସୁସମାଚାର 17:2

ସମାନଙ୍କେ ଆଗ ରେ ଯୀଶୁଙ୍କ ସ୍ବରୂପ ବଦଳିଗଲା। ତାହାଙ୍କର ମୁହଁ ସୂର୍ୟ୍ଯ ଭଳି ଝଲସି ଉଠିଲା। ତାହାଙ୍କର ପୋଷାକ ଆଲୋକ ଭଳି ଧଳା ଦଖାଗେଲା।

ମାଥିଉଲିଖିତ ସୁସମାଚାର 28:3

ସ୍ବର୍ଗଦୂତଙ୍କ ରୂପ ବିଜୁଳି ଭଳି ଝଲକୁଥିଲା ଓ ତାହାଙ୍କ ପୋଷାକ ହିମ ଭଳ ଧଳା ଥିଲା।

ମାର୍କଲିଖିତ ସୁସମାଚାର 16:5

ସମାନେେ କବର ଭିତରକୁ ଗଲେ। ସଠାେରେ ସମାନେେ ଧଳା ପୋଷାକ ପିନ୍ଧିଥିବା ଜଣେ ୟୁବକକୁ ଦେଖିଲେ। ସେ ସମାଧିର ଡାହାଣ ପଟେ ବସି ରହିଥିଲା। ସମାନେେ ଡରିଗଲେ।

ଲୂକଲିଖିତ ସୁସମାଚାର 24:4

ସ୍ତ୍ରୀଲୋକମାନେ ଏ ଘଟଣାର ରହସ୍ଯ କିଛି ବୁଝିପାରିଲେ ନାହିଁ। ଏହି ଘଟଣା ରେ ସମାନେେ ବିସ୍ମିତ ହାଇଯୋଇଥିବା ସମୟରେ ଉଜ୍ଜ୍ବଳ ପୋଷାକ ପିନ୍ଧି ଦୁଇଜଣ ସ୍ବର୍ଗଦୂତ ସମାନଙ୍କେ ପାଖ ରେ ଠିଆ ହେଲେ।

ଯୋହନଲିଖିତ ସୁସମାଚାର 20:12

ସେ ଦୁଇ ଜଣ ସ୍ବର୍ଗଦୂତଙ୍କୁ ଧଳା ଲୁଗା ପିନ୍ଧି ଯୀଶୁଙ୍କ ଶରୀର ଯେଉଁଠା ରେ ଥିଲା, ତାହା ପାଖ ରେ ବସିବାର ଦେଖିଲେ। ଜଣେ ସ୍ବର୍ଗଦୂତ ଯୀଶୁଙ୍କ ମୁଣ୍ଡ ରହିଥିବା ଜାଗା ରେ ଓ ଅନ୍ୟ ଜଣେ ପାଦ ରହିଥିବା ଜାଗା ରେ ବସିଥିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 10:3

ଦିନେ ଅପରାହ୍ନ ପ୍ରାୟ ତିନିଟା ସମୟରେ ସେ ଏକ ଦର୍ଶନ ଦେଖିଲେ। ସେ ଜଣେ ସ୍ବର୍ଗଦୂତଙ୍କୁ ତାହାଙ୍କ ନିକଟକୁ ଆସୁଥିବାର ସ୍ପଷ୍ଟ ଭାବେ ଦେଖିଲେ। ସେ ତାହାଙ୍କୁ କହିଲେ, କର୍ଣ୍ଣୀଲିୟ।

ରେରିତମାନଙ୍କ କାର୍ଯ୍ୟର ବିବରଣ 10:30

କର୍ଣ୍ଣୀଲିୟ କହିଲେ, ମୁଁ ଠିକ୍ ଚ଼ାରିଦିନ ଆଗରୁ ମାେ ଘ ରେ ଅପରାହ୍ନ ପ୍ରାୟ ତିନିଟା ବେଳେ ପ୍ରାର୍ଥାନା କରୁଥିଲି। ସେତବେେଳେ ହଠାତ୍ ଜଣେ ସ୍ବର୍ଗଦୂତ, ଉଜ୍ଜ୍ବଳ ଓ ଝଲସୁଥିବା ବସ୍ତ୍ର ପିନ୍ଧି ମାେ ସାମନା ରେ ଠିଆ ହାଇଗେଲେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 3:4

ତଥାପି ସାର୍ଦ୍ଦା ରେ କେତକେ ଲୋକ ଅଛନ୍ତି ଯେଉଁମାନେ ନିଜର ବସ୍ତ୍ରକୁ ଅପରିଷ୍କାର କରି ନାହାଁନ୍ତି। ସହେି ଲୋକମାନେ ଶୁଭ୍ର ବସ୍ତ୍ର ପିନ୍ଧି ମାେ ସହିତ ଗମନାଗମନ କରିବେ, କାରଣ ସମାନେେ ସେଥିପାଇଁ ଯୋଗ୍ଯ ଅଟନ୍ତି।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 7:14

ମୁଁ ଉତ୍ତର ଦଲେି, ମାେ ପ୍ରଭୁ ! ଆପଣ ତାହା ଜାଣନ୍ତି, ସମାନେେ କିଏ।

Interlinear

Choose Theme