ଅନନ୍ତର ହିଜକିଯଙ୍କର ମୃତ୍ଯୁ ହେଲା ଓ ସେ ପୂର୍ବପୁରୁଷଙ୍କ ସହିତ କବର ନେଲେ। ତାଙ୍କ ପଦ ରେ ତାଙ୍କର ପୁତ୍ର ମନଃଶି ରାଜା ହେଲେ।
Cross references
ତା'ପରେ ଦାଉଦଙ୍କର ମୃତ୍ଯୁ ହେଲା ଓ ସେ ଦାଉଦ ନଗର ରେ କବରପ୍ରାପ୍ତ ହେଲେ।
ତା'ପରେ ଶଲୋମନ ମୃତ୍ଯୁବରଣ କଲେ ଓ ପିତୃଲୋକଙ୍କ ସହିତ ନିଜ ପିତା ଦାଉଦ ନଗର ରେ କବର ପାଇଲେ। ତା'ପରେ ତାହାଙ୍କ ପୁତ୍ର ରିହବିଯାମ ରାଜା ହେଲ।
ରିହବିଯାମଙ୍କ ମୃତ୍ଯୁ ହେଲା ଓ ସେ ନିଜ ପିତୃଲୋକଙ୍କ ସହିତ କବର ପାଇଲା। ସେ ଦାଉଦ ନଗରର ପିତୃଲୋକଙ୍କ କବର ରେ କବର ପାଇଲା। ତାଙ୍କର ମାତା ଅମ୍ମୋନୀଯା ନଯମା ଥିଲେ। ତାଙ୍କ ପରେ ତାଙ୍କ ପୁତ୍ର ଅବିଯାମ ରାଜା ହେଲେ।
ମନଃଶି ବାରବର୍ଷ ବଯସ ରେ ରାଜ୍ଯ ଶାସନ କରିବା ଆରମ୍ଭ କଲେ। ସେ ୟିରୁଶାଲମ୍ ରେ ପଞ୍ଚାବନ ବର୍ଷ ରାଜତ୍ବ କଲେ। ତାଙ୍କର ମାତାଙ୍କ ନାମ ହୀଫ୍ସୀବା ଥିଲା।
ଅନନ୍ତର ମନଃଶି ମୃତ୍ଯୁବରଣ କଲେ ଓ ଆପଣା ପୂର୍ବପୁରୁଷ ଲୋକଙ୍କ ସହିତ ଆପଣା ଗୃହର ଉଦ୍ୟାନ ରେ, ଅର୍ଥାତ ଉଷର ଉଦ୍ୟାନ ରେ କବର ପ୍ରାପ୍ତ ହେଲେ। ତାଙ୍କ ପଦ ରେ ତାଙ୍କର ପୁତ୍ର ଆମାେନ୍ ରାଜା ହେଲେ।
ଯୋଥମ୍ଙ୍କ ପୁତ୍ର ଥିଲେ ଆହସ। ଆହସଙ୍କ ପୁତ୍ର ଥିଲେ ହିଜକିଯ। ହିଜକିଯଙ୍କ ପୁତ୍ର ଥିଲେ ମନଃଶି।
ଉଷିୟ ମୃତ୍ଯୁବରଣ କଲେ ଓ ତାଙ୍କର ପୂର୍ବପୁରୁଷମାନଙ୍କ ନିକଟରେ କବର ପାଇଲେ। ଉଷିୟ ରାଜାମାନଙ୍କ କବରସ୍ଥାନ ନିକଟସ୍ଥ କ୍ଷତେ ରେ କବର ପାଇଲେ। କାହିଁକି ? କାରଣ ଲୋକମାନେ କହିଲେ, ଉଷିୟଙ୍କଠା ରେ କୁଷ୍ଠରୋଗ ଥିଲା। ଆଉ ୟୋଥମ୍ ଉଷିୟଙ୍କ ସ୍ଥାନ ରେ ନୂତନ ରାଜା ହେଲେ। ୟୋଥମ୍ ଉଷିୟଙ୍କ ପୁତ୍ର ଥିଲେ।
ହିଜକିଯ ମୃତ୍ଯୁବରଣ କଲେ ଓ ତାଙ୍କର ପୂର୍ବପୁରୁଷମାନଙ୍କ ସହିତ କବରପ୍ରାପ୍ତ ହେଲେ। ଦାଉଦଙ୍କ ପୁତ୍ରମାନଙ୍କର କବର ଯେଉଁ ପର୍ବତ ଉପରେ ଥିଲା, ଲୋକମାନେ ହିଜକିଯଙ୍କୁ ସହେିଠା ରେ କବର ଦେଲେ। ହିଜକିଯ ମୃତ୍ଯୁବରଣ କଲାପରେ ଯିହୁଦା ଓ ୟିରୁଶାଲମ ରେ ବାସ କରୁଥିବା ସମସ୍ତ ଲୋକ ତାହାଙ୍କୁ ସମ୍ମାନ ଦଖାଇେଲେ। ମନଃଶି ହିଜକିଯଙ୍କ ସ୍ଥାନ ରେ ନୂତନ ରାଜା ହେଲେ। ମନଃଶି ହିଜକିଯଙ୍କ ପୁତ୍ର ଥିଲେ।