Home Bibles ପ୍ରଥମ ରାଜାବଳୀ 14:31 · ଓଡ଼ିଆ ବାଇବେଲ
ପ୍ରଥମ ରାଜାବଳୀ 14:31 · ଓଡ଼ିଆ ବାଇବେଲ

ରିହବିଯାମଙ୍କ ମୃତ୍ଯୁ ହେଲା ଓ ସେ ନିଜ ପିତୃଲୋକଙ୍କ ସହିତ କବର ପାଇଲା। ସେ ଦାଉଦ ନଗରର ପିତୃଲୋକଙ୍କ କବର ରେ କବର ପାଇଲା। ତାଙ୍କର ମାତା ଅମ୍ମୋନୀଯା ନଯମା ଥିଲେ। ତାଙ୍କ ପରେ ତାଙ୍କ ପୁତ୍ର ଅବିଯାମ ରାଜା ହେଲେ।

Cross references

ପ୍ରଥମ ରାଜାବଳୀ 2:10

ତା'ପରେ ଦାଉଦଙ୍କର ମୃତ୍ଯୁ ହେଲା ଓ ସେ ଦାଉଦ ନଗର ରେ କବରପ୍ରାପ୍ତ ହେଲେ।

ପ୍ରଥମ ରାଜାବଳୀ 11:1

ଶ ଲୋମନ ବହୁ ରମଣୀଙ୍କୁ ପ୍ ରମେ କଲେ, ସମାନେେ ଇଶ୍ରାୟେଲ ଦେଶରୁ ନଥିଲେ। ସେ ରାଜା ଫାରୋର କନ୍ଯା ବ୍ଯତୀତ ହିତ୍ତୀଯ, ମାୟୋବୀଯ, ଅେମ୍ମାନୀୟ, ଇଦୋମୀଯ ଓ ସୀଦୋନୀଯ ସ୍ତ୍ରୀମାନଙ୍କୁ ଭଲ ପାଇଲେ।

ପ୍ରଥମ ରାଜାବଳୀ 11:43

ତା'ପରେ ଶଲୋମନ ମୃତ୍ଯୁବରଣ କଲେ ଓ ପିତୃଲୋକଙ୍କ ସହିତ ନିଜ ପିତା ଦାଉଦ ନଗର ରେ କବର ପାଇଲେ। ତା'ପରେ ତାହାଙ୍କ ପୁତ୍ର ରିହବିଯାମ ରାଜା ହେଲ।

ପ୍ରଥମ ରାଜାବଳୀ 14:20

ୟାରବିଯାମ ବାଇଶ ବର୍ଷ ପାଇଁ ରାଜତ୍ବ କଲେ। ତାଙ୍କର ମୃତ୍ଯୁପରେ ସେ ନିଜର ପୁତୃଗଣଙ୍କ ସହିତ କବର ନେଲେ। ତାଙ୍କ ପଦ ରେ ତାଙ୍କର ପୁତ୍ର ନାଦବ୍ ରାଜତ୍ବ କଲେ।

ପ୍ରଥମ ରାଜାବଳୀ 15:1

ୟାରବିଯାମଙ୍କ ଇଶ୍ରାୟେଲ ରେ ରାଜତ୍ବ କରିବାର ଅଷ୍ଟାଦଶ ବର୍ଷ ରେ ଅବିଯାମ ଯିହୁଦାର ରାଜା ହେଲେ।

ପ୍ରଥମ ରାଜାବଳୀ 15:3

ତାଙ୍କ ପୂର୍ବରୁ ତାଙ୍କ ପିତା ଯେଉଁ କୁକର୍ମ ରେ ଲିପ୍ତ ଥିଲେ ସେ ମଧ୍ଯ ସହେି ସବୁ ପାପକର୍ମ କରି ଚାଲିଲେ। ସେ ତାଙ୍କର ପୂର୍ବପୁରୁଷ ଦାଉଦଙ୍କ ପରି ସଦାପ୍ରଭୁ ତାଙ୍କର ପରମେଶ୍ବରଙ୍କ ପ୍ରତି ସର୍ବାନ୍ତଃକରଣ ରେ ବିଶ୍ବସ୍ତ ନଥିଲେ।

ପ୍ରଥମ ରାଜାବଳୀ 15:24

ଏହାପରେ ଆସା ମୃତ୍ଯୁବରଣ କଲେ ଓ ନିଜର ପିତୃପୁରୁଷଗଣଙ୍କ ସହିତ ଦାଉଦ ନଗର ରେ କବର ଦେଲେ। ତାଙ୍କ ମୃତ୍ଯୁପରେ ତାଙ୍କର ପୁତ୍ର ଯିହାଶାଫେଟ୍ ରାଜତ୍ବ କଲେ।

ପ୍ରଥମ ରାଜାବଳୀ 22:50

ଯିହାଶାଫେଟ୍ଙ୍କ ମୃତ୍ଯୁ ପରେ ସେ ତାଙ୍କର ପୂର୍ବପୁରୁଷଗଣଙ୍କ ସହିତ ଦାଉଦ ନଗର ରେ କବର ରେ ସମାହିତ ହେଲେ। ତାଙ୍କ ଅନ୍ତେ ତାଙ୍କ ପୁତ୍ର ଯିହାରୋମ୍ ରାଜା ହେଲେ।

ପ୍ରଥମ ବଂଶାବଳୀ 3:10

ଶଲୋମନଙ୍କର ପୁତ୍ର ଥିଲେ ରିହବିଯାମ୍ ଓ ରିହବିଯାମ୍ଙ୍କର ପୁତ୍ର ଥିଲେ ଅବିଯ। ଅବିଯଙ୍କର ପୁତ୍ର ଥିଲେ ଆସା। ଆସାଙ୍କର ପୁତ୍ର ଥିଲେ ଯିହାଶାଫେଟ୍।

ଦିତୀୟ ବଂଶାବଳୀ 12:16

ରିହବିଯାମ୍ ତାଙ୍କର ପୂର୍ବପୁରୁଷମାନଙ୍କ ସହିତ ବିଶ୍ରାମ ନେଲେ। ରିହବିଯାମ୍ଙ୍କୁ ଦାଉଦଙ୍କ ନଗର ରେ କବର ଦିଆଗଲା। ଏହାପରେ ରିହବିଯାମ୍ଙ୍କ ପୁତ୍ର ଅବିଯ ନୂତନ ରାଜା ହେଲେ।

ମାଥିଉଲିଖିତ ସୁସମାଚାର 1:7

ଶଲମାନେ ରିହବିଯାମଙ୍କ ବାପା।

Interlinear

Choose Theme