ଯିହାଶାଫେଟ୍ ତାଙ୍କର ପିତା ଆସାଙ୍କ ପରି ଉତ୍ତମ ପଥରେ ଜୀବନୟାପନ କଲେ। ସଦାପ୍ରଭୁଙ୍କ ଦୃଷ୍ଟି ରେ ଯାହା ଯଥାର୍ଥ, ଯିହାଶାଫେଟ୍ ସହେିପରି କର୍ମ କଲେ।
Cross references
ଆସା ନିଜ ପୂର୍ବପୁରୁଷ ଦାଉଦଙ୍କ ପରି ଯାହା ସଦାପ୍ରଭୁଙ୍କ ଦୃଷ୍ଟି ରେ ନ୍ଯାଯ ଓ ଯଥାର୍ଥ ଥିଲା, ସହେିପରି ଉତ୍ତମ କାର୍ୟ୍ଯମାନ କଲେ।
ଆସା ତାଙ୍କର ସଦାପ୍ରଭୁ ପରମେଶ୍ବରଙ୍କ ସମ୍ମୁଖ ରେ ଉତ୍ତମ ଓ ଯଥାର୍ଥ ବିଷଯମାନ କଲେ।
ଆସା ତାଙ୍କର ସଦାପ୍ରଭୁ ପରମେଶ୍ବରଙ୍କୁ ଡ଼ାକ ପକାଇଲେ ଓ କହିଲେ, ସଦାପ୍ରଭୁ, ତୁମ୍ଭ ପାଇଁ ଶକ୍ତିହୀନ ଲୋକଙ୍କୁ ସାହାୟ୍ଯ କରିବା ଯେତିକି ସହଜ ଶକ୍ତିଶାଳୀ ଲୋକଙ୍କୁ ସାହାୟ୍ଯ କରିବା ସତେିକି ସହଜ। ଆମ୍ଭମାନଙ୍କୁ ସାହାୟ୍ଯ କର। ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କର ପରମେଶ୍ବର ଅଟ। ଏହି ବିଶାଳ ସୈନ୍ଯବାହିନୀ ବିପକ୍ଷ ରେ ଥିଲେ ହେଁ ଆମ୍ଭମାନେେ ତୁମ୍ଭ ଉପରେ ନିର୍ଭର କରୁ ! ତୁମ୍ଭେ ତୁମ୍ଭ ବିରୁଦ୍ଧ ରେ କାହାରିକୁ ଜଯ ଲାଭ କରିବାକୁ ଦିଅ ନାହିଁ।
ଯଦିଓ ଇଶ୍ରାୟେଲରୁ ଉଚ୍ଚସ୍ଥାନଗୁଡ଼ିକ ଧ୍ବଂସ କରାୟାଇ ନ ଥିଲା, କିନ୍ତୁ ଆସାଙ୍କର ଜୀବନ ସାରା ତାଙ୍କର ହୃଦଯ ସଦାପ୍ରଭୁଙ୍କ ପ୍ରତି ବିଶ୍ବସ୍ତ ଥିଲା।
ସହେି ସମୟରେ ଦ୍ରଷ୍ଟା ହନାନି ଯିହୁଦାର ରାଜା ଆସାଙ୍କ ନିକଟକୁ ଆସିଲେ। ହନାନି ତାଙ୍କୁ କହିଲେ, ଆସା, ତୁମ୍ଭେ ଅରାମର ରାଜା ଉପରେ ସାହାୟ୍ଯ ନିମନ୍ତେ ନିର୍ଭର କଲ ଓ ସଦାପ୍ରଭୁ ତୁମ୍ଭର ପରମେଶ୍ବରଙ୍କ ଉପରେ ନିର୍ଭର କଲ ନାହିଁ। କିନ୍ତୁ ଯେ ହତେୁ ତୁମ୍ଭେ ସାହାୟ୍ଯ ନିମନ୍ତେ ସଦାପ୍ରଭୁଙ୍କ ଉପରେ ନିର୍ଭର କଲ ନାହିଁ, ଅରାମ ରାଜାର ସୈନ୍ଯଦଳ ତୁମ୍ଭଠାରୁ ଖସି ପଳାଇଗଲେ।
ସଦାପ୍ରଭୁ ଯିହାଶାଫେଟ୍ଙ୍କ ସହିତ ଥିଲେ, କାରଣ ଯିହାଶାଫେଟ୍ ଆରମ୍ଭରୁ ତାଙ୍କର ପୂର୍ବପୁରୁଷ ଦାଉଦଙ୍କ ତୁଲ୍ଯ ଉତ୍ତମ କର୍ମମାନ କରିଥିଲେ। ଯିହାଶାଫେଟ୍ ବାଲ୍ ପ୍ରତିମାମାନଙ୍କର ଉପାସନା କଲେ ନାହିଁ।
କାରଣ ମୁଁ ସଦାପ୍ରଭୁଙ୍କ ଆଦେଶକୁ ପାଳନ କରେ। ମୁଁ ପରମେଶ୍ବରଙ୍କ ବିରୁଦ୍ଧରେ କୌଣସି ପାପ କରି ନାହିଁ।
ତା'ର ବାକ୍ଯସବୁ କବଳେ ମୂଲ୍ଯହୀନ ମିଥ୍ଯା ଅଟେ। ସେ ଜ୍ଞାନୀ ହାଇପୋରେ ନାହିଁ ଅଥବା ସୁକର୍ମ କରିବା ଶିଖେ ନାହିଁ।