ଆମ୍ଭେ ବିଶ୍ବାସ କରୁ ଯେ, ଯୀଶୁ ମଲେ। କିନ୍ତୁ ଆମ୍ଭେ ବିଶ୍ବାସ କରୁ ଯେ, ଯୀଶୁ ପୁନରୁତ୍ଥିତ ହେଲେ। ଅତଏବ, ଯୀଶୁଙ୍କ ହତେୁ ଯୀଶୁଙ୍କ ସହିତ ମୃତ ବ୍ଯକ୍ତିମାନଙ୍କୁ ପରମେଶ୍ବର ଏକାଠି ଆଣିବେ।
Cross references
ସୈନ୍ଯଦଳ ଗାଦକୁ ଆକ୍ରମଣ କରିବେ। କିନ୍ତୁ ଗାଦ ସମାନଙ୍କେୁ ପଛରୁ ଆକ୍ରମଣ କରିବ।
ମାତ୍ର ସଦାପ୍ରଭୁ କୁହନ୍ତି, ତୁମ୍ଭର ମୃତମାନେ ଜୀବିତ ହବେେ। ମୃତ ଶବଗୁଡ଼ିକ ପୁଣି ନିଃଶ୍ବାସ ନବୋ ଆରମ୍ଭ କରିବେ। ହେ ଧୂଳିନିବାସୀ ଗଣ, ଉଠ, ଆନନ୍ଦ କର, କାରଣ ତୁମ୍ଭମାନେେ ପ୍ରଭାତ ରେ ତୃଣ ଉପର ଶିଶିର ତୁଲ୍ଯ ଭୂମି ମୃତମାନଙ୍କୁ ଜନ୍ମ ଦବେ।'
ଓଟ ଓ ଗର୍ଦ୍ଦଭ ସହେି ଭୟଙ୍କର ବ୍ଯାଧି ରେ ଆକ୍ରାନ୍ତି ହବେେ।
ନିଜର ସ୍ବର୍ଗଦୂତମାନଙ୍କୁ ପୃଥିବୀ ରେ ସର୍ବତ୍ର ପଠାଇବା ପାଇଁ ମନୁଷ୍ଯପୁତ୍ର ମହା ତୂରୀ ଧ୍ବନି ସହିତ ଆସିବେ। ସହେି ସ୍ବର୍ଗଦୂତମାନେ ମର୍ତ୍ତ୍ଯର ଗୋଟିଏ ଭାଗରୁ ଆଉ ଗୋଟିଏ ଭାଗ ପର୍ୟ୍ଯନ୍ତ ବୁଲି, ଚାରିଆଡୁ ତାହାଙ୍କର ମନୋନୀତ ଲୋକଙ୍କୁ ଏକାଠି କରିବେ।
ପରମେଶ୍ବର ଯୀଶୁଙ୍କୁ ମୃତ୍ଯୁରୁ ପର୍ନଜୀବିତ କରିଛନ୍ତି।ଓ ଯଦି ପରମେଶ୍ବରଙ୍କ ଆତ୍ମା ତୁମ୍ଭମାନଙ୍କ ଭିତ ରେ ଅଛି, ତା' ହେଲେ ତୁମ୍ଭମାନଙ୍କର ମୃତ ଶରୀରକୁ ମଧ୍ଯ ସେ ତାହାଙ୍କର ଆତ୍ମାଙ୍କ ଦ୍ବରା ଜୀବନ ପ୍ରଦାନ କରିବେ।
ଯୀଶୁଖ୍ରୀଷ୍ଟ ମୃତ୍ଯୁରୁ ଉତ୍ଥିତ ହାଇେଥିଲେ, ଏହା ପ୍ରଚାରିତ ହାଇେଛି, ତା' ହେଲେ ତୁମ୍ଭମାନଙ୍କ ମଧ୍ଯରୁ କେତଜେଣ କାହିଁକି କୁହନ୍ତି ଯେ, ଲୋକେ ମୃତ୍ଯୁରୁ ଉତ୍ଥିତ ହାଇପୋରିବେ ନାହିଁ।
ଶାସ୍ତ୍ର ରେ ଲଖାେଅଛି : ମୁଁ ବିଶ୍ବାସ କଲି, ଏଣୁ ସ୍ପଷ୍ଟ କହିଲି। ଆମ୍ଭର ବିଶ୍ବାସ ମଧ୍ଯ ସହେିଭଳି ଅଟେ। ଆମ୍ଭେ ବିଶ୍ବାସ କରୁ, ସେଥିପାଇଁ ଆମ୍ଭେ କହୁ।
କିନ୍ତୁ ଆମ୍ଭର ଜନ୍ମଭୂମି ହେଉଛି ସ୍ବର୍ଗ। ଆମେ ସ୍ବର୍ଗରୁ ଆମ୍ଭର ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ଆଗମନକୁ ପ୍ରତୀକ୍ଷା କରୁଛୁ। ଯୀଶୁଖ୍ରୀଷ୍ଟ ଆମ୍ଭର ପରିତ୍ରାଣକର୍ତ୍ତା ପ୍ରଭୁ ଅଟନ୍ତି।
ତୁମ୍ଭମାନଙ୍କର ହୃଦୟ ଦୃଢ଼ ହେଉ ବୋଲି ଆମ୍ଭେ ପ୍ରାର୍ଥନା କରୁ। ତବେେ ଯେତବେେଳେ ଆମ୍ଭ ପ୍ରଭୁଯୀଶୁ ନିଜର ସମସ୍ତ ପବିତ୍ର ଲୋକଙ୍କ ଗହଣ ରେ ଆସିବେ, ତୁମ୍ଭମାନେେ ପରମପିତା ପରମେଶ୍ବରଙ୍କ ଆଗ ରେ ପବିତ୍ର ଭାବରେ ଓ ଦୋଷରହିତ ହାଇେ ଠିଆ ହାଇପୋରିବ।
ଭାଇ ଓ ଭଉଣୀମାନେ! ମୃତମାନଙ୍କ ବିଷୟ ରେ ତୁମ୍ଭମାନେେ ଅଜ୍ଞାତ ରୁହ ବୋଲି ଆମ୍ଭେ ଚାହୁଁ ନାହୁଁ। ଭରସା ପାଇ ନ ଥିବା ଅନ୍ୟ ଲୋକଙ୍କ ଭଳି ତୁମ୍ଭମାନେେ ଦୁଃଖି ହୁଅ ବୋଲି ଆମ୍ଭେ ଚାହୁଁ ନାହୁଁ।
ତା'ପରେ ସେ ସମୟରେ ଆମ୍ଭେ ଜୀବିତ ଥିବା ଲୋକେ ମୃତଲୋକମାନଙ୍କ ସହିତ ଏକାଠି ରୁଣ୍ଡ ହବୋ। ଆମ୍ଭକୁ ମେଘମାଳା ଭିତରକୁ ନିଆୟିବ ଓ ସଠାେରେ ବାଯୁମଣ୍ଡଳ ରେ ଆମ୍ଭେ ପ୍ରଭୁଙ୍କୁ ସାକ୍ଷାତ କରିବୁ।
ଭାଇ ଓ ଭଉଣୀମାନେ ! ଆମ୍ଭ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଆସିବା ବିଷୟ ରେ ଆମ୍ଭର କିଛି କହିବାକୁ ଅଛି। ଯେତବେେଳେ ଆମ୍ଭେ ସମସ୍ତେ ମିଶି ତାହାଙ୍କୁ ଭଟେିବା, ସହେି ସମୟ ବିଷୟ ରେ ଆମ୍ଭେ ତୁମ୍ଭକୁ କହିବାକୁ ଚାହୁଁ।
ଆଦମଙ୍କଠାରୁ ପୁରୁଷାନୁକ୍ରମେ ସପ୍ତମ ପୁରୁଷ ରେ ଜାତ ହନୋକ ଏହି ଲୋକମାନଙ୍କ ବିଷୟ ରେ ଏହି କଥା କହିଥିଲେ : ଦେଖ ପ୍ରଭୁ ତାହାଙ୍କର ହଜାର ହଜାର ପବିତ୍ର ସ୍ବର୍ଗଦୂତମାନଙ୍କ ସହିତ ଆସୁଛନ୍ତି।
ମୁଁ ଜୀବିତ। ମୁଁ ମରି ଯାଇଥିଲି କିନ୍ତୁ ଦେଖ, ମୁଁ ସବୁବଳେ ପାଇଁ ଜୀବିତ ହାଇେଅଛି। ମାେ ପାଖ ରେ ମୃତ୍ଯୁ ଓ ପାତାଳର ଚାବି ରହିଛି।
ତା'ପରେ ମୁଁ ଗୋଟିଏ ସ୍ବର ସ୍ବର୍ଗରୁ ଶୁଣିଲି। ସହେି ସ୍ବର କହିଲା, ଏହା ଲେଖିରଖ : ବର୍ତ୍ତମାନଠାରୁ ପ୍ରଭୁଙ୍କଠା ରେ ବିଶ୍ବାସ ରଖି ଯେଉଁମାନେ ମୃତ୍ଯୁବରଣ କରନ୍ତି, ସମାନେେ ଧନ୍ଯ।