Home Bibles ପ୍ରଥମ ରାଜାବଳୀ 22:39 · ଓଡ଼ିଆ ବାଇବେଲ
ପ୍ରଥମ ରାଜାବଳୀ 22:39 · ଓଡ଼ିଆ ବାଇବେଲ

ଆହାବ୍ଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କାର୍ୟ୍ଯକଳାପ ତାଙ୍କର ହସ୍ତୀଦନ୍ତ ନିର୍ମିତ ମନୋହର ପ୍ରାସାଦ ଏବଂ ତାଙ୍କ ନିର୍ମିତ ସୁଦୃଢ ନଗର ବିଷଯ ରେ ଇଶ୍ରାୟେଲର ରାଜବଂଶ ଇତିହାସ ରେ ଲିଖିତ ହାଇେଅଛି।

Cross references

ପ୍ରଥମ ରାଜାବଳୀ 10:18

ଆଉ ମଧ୍ଯ ରାଜା ହାତୀ ଦାନ୍ତ ରେ ଏକ ବଡ ସିଂହାସନ ନିର୍ମାଣ କରି ତାକୁ ଶୁଦ୍ଧ ସୁବର୍ଣ୍ଣ ରେ ଛାଉଣୀ କଲେ।

ପ୍ରଥମ ରାଜାବଳୀ 10:22

ସମୁଦ୍ର ରେ ହୀରମଙ୍କ ଜାହାଜ ସହିତ ରାଜା ଶଲୋମନଙ୍କର ବାଣିଜ୍ଯ ଜାହାଜ ସମୁଦ୍ର ରେ ଥିଲା, ଯାହାକି ପ୍ରତି ତିନି ବର୍ଷ ରେ ଥରେ ସୁନା, ରୂପା, ହସ୍ତୀଦାନ୍ତ, ବାନର ଓ ମଯୂର ନଇେ ଆସୁଥିଲା।

ପ୍ରଥମ ରାଜାବଳୀ 14:19

ଏହି ୟାରବିଯାମଙ୍କର ସମସ୍ତ କାର୍ୟ୍ଯକଳାପ, ତା'ର ରାଜ୍ଯ ଶାସନର ପ୍ରକୃତ କଥା ଓ ସେ କିପରି ୟୁଦ୍ଧ କଲେ, ଏସବୁ ଇଶ୍ରାୟେଲୀୟ ରାଜାମାନଙ୍କ ଇତିହାସ ପୁସ୍ତକରେ ଲଖାେଅଛି।

ପ୍ରଥମ ରାଜାବଳୀ 15:23

ଆସାଙ୍କର ଅବଶିଷ୍ଟ ସମସ୍ତ ବୃତ୍ତାନ୍ତ, ତାଙ୍କର ସମସ୍ତ ପରାକ୍ରମ ସମସ୍ତ କ୍ରିଯା ଓ ଯେଉଁ ନଗରଗୁଡିକୁ ସେ ସୁଦୃଢ କରିଥିଲେ ସେ ସମସ୍ତ କଥା ଯିହୁଦା ରାଜବଂଶର ଇତିହାସ ପୁସ୍ତକରେ ଲିଖିତ ହାଇେଅଛି। ମାତ୍ର ତାଙ୍କର ଅତି ବାର୍ଦ୍ଧକ୍ଯ ରେ ପାଦ ରେ ଏକ ରୋଗ ହେଲା।

ପ୍ରଥମ ରାଜାବଳୀ 15:31

ନାଦବ୍ଙ୍କ ଅବଶିଷ୍ଟ ବୃତ୍ତାନ୍ତ ଓ ସମସ୍ତ କାର୍ୟ୍ଯକଳାପ ଇଶ୍ରାୟେଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ହାଇେଅଛି।

ପ୍ରଥମ ରାଜାବଳୀ 16:5

ବାଶାଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ପରାକ୍ରମ କାର୍ୟ୍ଯକଳାପ ଇଶ୍ରାୟେଲର ରାଜବଂଶର ଇତିହାସ ପୁସ୍ତକରେ ଲିଖିତ ହାଇେଛି।

ପ୍ରଥମ ରାଜାବଳୀ 16:20

ସିମ୍ରିଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ରାଜାଙ୍କର ବିରୁଦ୍ଧ ରେ ଚକ୍ରାନ୍ତ ବିଷଯ ରେ ଇଶ୍ରାୟେଲ ରାଜବଂଶ ଇତିହାସ ପୁସ୍ତକରେ ଲିଖିତ ହାଇେଛି।

ପ୍ରଥମ ରାଜାବଳୀ 16:27

ଅମ୍ରିଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ମହାନ କାର୍ୟ୍ଯଗୁଡିକ ଇଶ୍ରାୟେଲ ରାଜବଂଶ ଇତିହାସ ପୁସ୍ତକରେ ଲିଖିତ ହାଇେଛି।

ଦିତୀୟ ରାଜାବଳୀ 1:18

ଅହସିଯଙ୍କ ଅନ୍ୟ ସମସ୍ତ କାର୍ୟ୍ଯ ଇଶ୍ରାୟେଲ ରାଜାମାନଙ୍କର ଇତିହାସ ପୁସ୍ତକରେ ଲିଖିତ ହାଇେଛି।

ଦିତୀୟ ରାଜାବଳୀ 15:15

ଶଲ୍ଲୁମଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ଜିଖରିଯଙ୍କ ବିରୁଦ୍ଧ ରେ କୃତ ଚକ୍ରାନ୍ତ ଇଶ୍ରାୟେଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ହାଇେଅଛି।

ଗୀତସଂହିତା 45:8

ତୁମ୍ଭର ପୋଷାକରୁ ଉତ୍ତମ ସୁଗନ୍ଧିୟୁକ୍ତ ଅଗୁରୁ ଡ଼ାଲଚିନି ମସଲାର ବାସନା ଭାସି ଆସୁଛି। ଏହି ପ୍ରାସାଦ ହାତୀ ଦାନ୍ତରେ ସୁଶୋଭିତ ଓ ସେ ଭିତରୁ ଉତ୍ତମ ସଙ୍ଗୀତ ତୁମ୍ଭର ମନୋରଞ୍ଜନ ସକାଶେ ଗୁଞ୍ଜରିତ ହେଉଛି।

ଯିହିଜିକଲ 27:6

ବାସନର ଆଲୋନ କାଠ ରେ ସମାନେେ ତୁମ୍ଭର ଆହୁଲା ପ୍ରସ୍ତୁତ କରିଅଛନ୍ତି। ଆଉ ସମାନେେ କିତ୍ତୀମ ଦ୍ବୀପରୁ ଆନୀତ ତାଶୂର କାଠ ରେ ଖଚିତ ହାତୀଦାନ୍ତ ଦ୍ବାରା ତୁମ୍ଭର ଆସନ ନିର୍ମାଣ କରିଅଛନ୍ତି।

ଯିହିଜିକଲ 27:15

ଦଦାନର ଲୋକମାନେ ମଧ୍ଯ ତୁମ୍ଭର ବ୍ଯବସାଯୀ ଥିଲେ। ତୁମ୍ଭର ଅନକେ ଦ୍ବୀପ ସହ ବାଣିଜ୍ଯ ଥିଲା। ସମାନେେ ତୁମ୍ଭର ବାଣିଜ୍ଯ ଦ୍ରବ୍ଯ ବଦଳ ରେ ହାତୀଦାନ୍ତ ଓ ଅବଲୁସ୍ କାଠ ଆଣିଲେ।

ଆମୋଷ 3:15

ଆମ୍ଭେ ଆମ୍ଭ ଶୀତକାଳୀନ ଗୃହ ଓ ଗ୍ରୀଷ୍ମକାଳୀନ ଗୃହକୁ ଧ୍ବଂସ କରିବା। ହାତୀ ଦାନ୍ତ ରେ ନିର୍ମିତ ଗୃହ ମଧ୍ଯ ଧ୍ବଂସ ପାଇବ। ବହୁ ଘର ଏହିପରି ଧ୍ବଂସ ଲାଭ କରିବ। ସଦାପ୍ରଭୁ ଏହିସବୁ କୁହନ୍ତି।

ଆମୋଷ 6:4

ତୁମ୍ଭେ ଗଜଦନ୍ତ ଶୟ୍ଯା ଉପ ରେ ଶଯନ କରୁଛ ଓ ଖଟ ଉପ ରେ ନିଜର ଶରୀରକୁ ଲମ୍ବାଇ ଦେଉଛ। ତୁମ୍ଭମାନେେ ତୁମ୍ଭର ମଷେ ପଲରୁ ମଷେଶାବକର କୋମଳ ମାଂସ ଖାଉଛ ଏବଂ ସମାନଙ୍କେ ଗୁବାଳରୁ ବାଛୁରୀମାନଙ୍କୁ ଆଣୁଛ ଏବଂ ସମାନଙ୍କେୁ ଖାଉଛ। ଏହା ତୁମ୍ଭମାନଙ୍କ ପାଇଁ ବହୁତ ଖରାପ ହବେ।

Interlinear

Interlinear data is unavailable for this verse.

Choose Theme