ଆମ୍ଭମାନେେ ଅତି ପ୍ରଭାତ ରେ ଦ୍ରାକ୍ଷାକ୍ଷେତ୍ରକୁ ଯାଉ। ଦ୍ରାକ୍ଷାଲତା ପଲ୍ଲବିତ ଓ ତହିଁର ପୁଷ୍ପ ପ୍ରସ୍ଫୁଟିତ ଓ ଡ଼ାଳିମ୍ବ ପୁଷ୍ପିତ ହାଇେଅଛି କି ନାହିଁ, ତାହା ଆମ୍ଭମାନେେ ଦେଖିବା। ସଠାେ ରେ ମୁଁ ତୁମ୍ଭଙ୍କୁ ଆପଣା ପ୍ ରମେ ପ୍ରଦାନ କରିବି।
Cross references
ଆଉ ମୁଁ ଯେତବେେଳେ ତୁମ୍ଭକୁ ସାକ୍ଷାତ କରେ ଓ ପାପାଚ୍ଛାଦନର ଉପରି ଭାଗରୁ ଅର୍ଥାତ୍ ଚୁକ୍ତି ସିନ୍ଦୁକର ଉପରିସ୍ଥ କିରୂବଦୂତଗଣ ମଧ୍ଯରୁ ତୁମ୍ଭ ସଙ୍ଗେ ଆଳାପ କରି ଇଶ୍ରାୟେଲ ସନ୍ତାନଗଣ ବିଷଯକ ମୁଁ ସମସ୍ତ ଆଜ୍ଞା ତୁମ୍ଭକୁ ଜଣାଇବି।
ମୁଁ ପରମେଶ୍ବରଙ୍କ ୟଜ୍ଞବଦେୀ ନିକଟକୁ ଆସିବି। ମୁଁ ପରମେଶ୍ବରଙ୍କ ନିକଟକୁ ୟିବି, ୟିଏ ମାେତେ ସମସ୍ତ ସୁଖ ପ୍ରଦାନ କରିଛନ୍ତି। ସଦାପ୍ରଭୁ ମାରେ ପରମେଶ୍ବର, ମୁଁ ଏହି ବୀଣା ବାଦ୍ଯୟନ୍ତ୍ରରେ ତୁମ୍ଭର ପ୍ରଶଂସା ଗାନ କରିବି।
ତୁମ୍ଭର ସ୍ନହପେୂର୍ଣ୍ଣ କରୁଣା ଜୀବନ ଅପେକ୍ଷା ଉତ୍ତମ। ମାରେ ଓଷ୍ଠାଧର ତୁମ୍ଭର ପ୍ରଶଂସା ଗାନ କରେ।
ହେ ପରମେଶ୍ବର, ସ୍ବର୍ଗରେ ତୁମ୍ଭ ବିନା ମାରେ ଆଉ କହେି ନାହିଁ କାରଣ ତୁମ୍ଭେ ମାେ ପାଖରେ ଅଛ। ଏହି ଭୂମଣ୍ଡଳରେ ମୁଁ କିଛି ଇଚ୍ଛା କରୁ ନାହିଁ।
ଦାଉଦଙ୍କ ପରିବାରର ରାଜାମାନେ ସମାନଙ୍କେର ସିଂହାସନ ଏଠାରେ ସ୍ଥାପନ କରିଥିଲେ। ସମାନେେ ସଠାେରେ ଲୋକମାନଙ୍କୁ ସୁବିଚାର ଦବୋ ପାଇଁ ସିଂହାସନ ସ୍ଥାପନ କଲେ।
ଯେଉଁମାନେ ମାେତେ ପ୍ ରମେ ପରନ୍ତି, ମୁଁ ସମାନଙ୍କେୁ ପ୍ ରମେ କରେ। ଯେଉଁମାନେ ଚେଷ୍ଟା କରନ୍ତି, ମାରେ ଅନ୍ବଷେଣ କରନ୍ତି, ସମାନେେ ମାେତେ ପାଆନ୍ତି।
ମୁଁ ଅଳସୁଆର କ୍ଷେତ୍ର ଓ ନିର୍ ବୋଧ ଲୋକର ଦ୍ରାକ୍ଷାକ୍ଷେତ୍ର ଦଇେ ଗଲି।
ତୁମ୍ଭେ କୌଣସି କାର୍ୟ୍ଯ କର, ତାହା ଆପଣା ସମସ୍ତ ଶକ୍ତି ସହିତ କର। କାରଣ ତୁମ୍ଭେ ଯେଉଁ କବରକୁ ଯାଉଅଛ, ସଠାେ ରେ କିଛି କାର୍ୟ୍ଯ, ଯୋଜନା, ବୁଦ୍ଧି, ଜ୍ଞାନ ନାହିଁ।
ପାଚିଲା ଡ଼ିମ୍ବିରି ଫଳସବୁ ଡ଼ିମିରି ବୃକ୍ଷ ରେ ଅଙ୍କୁରିତ ହେଉଛି। ଦ୍ରାକ୍ଷାଲତା ପୁଷ୍ପିତ ହାଇେ ଏହାର ସୁବାସ ବିଚ୍ଛୁରିତ ହାଇଯୋଉଛି। ହେ ମାରେ ପ୍ରିୟେ, ମାରେ ସୁନ୍ଦରୀ, ଉଠ ଏବଂ ବାହାରକୁ ଆସ।
ଆମ୍ଭମାନଙ୍କ ଦ୍ରାକ୍ଷାକ୍ଷେତ୍ର ନଷ୍ଟ କରୁଥିବା େଛାଟ କୋକିଶିଆଳିଗୁଡ଼ିକୁ ଧର। କାରଣ ଆମ୍ଭମାନଙ୍କ ଦ୍ରାକ୍ଷାକ୍ଷେତ୍ର ପୁଷ୍ପିତ ହାଇେଅଛି।
ହେ ଉତ୍ତରୀଯ ବାଯୁ, ଜାଗ। ହେ ଦକ୍ଷିଣ ବାଯୁ, ଆସ। ମାେ ଉଦ୍ୟାନର ସୁଗନ୍ଧି ଯେପରି ଚାରିଆଡ଼େ ବିଚ୍ଛୁରିତ ହବେ ଏବଂ ବାହାରକୁ ଆସିବ, ଏଥିପାଇଁ ତହିଁ ଉପ ରେ ପ୍ରବାହିତ ହୁଅ। ମାହେର ପ୍ରିଯତମ, ଆପଣା ଉଦ୍ୟାନକୁ ଆସନ୍ତୁ ଓ ବହୁମୂଲ୍ଯ ଫଳସବୁ ଭୋଜନ କରନ୍ତୁ।
ମୁଁ ଡ଼ିମ୍ବିରି ବୃକ୍ଷ କାଟିବାକୁ ସଦ୍ଯ ଚାରାଗଛ ଗୁଡ଼ିକ ଦେଖିବା ପାଇଁ ଗଲି। ଦ୍ରାକ୍ଷାଲତା ପଲ୍ଲବିତ ହାଇେଅଛି କି ନାହିଁ ଓ ଡ଼ାଳିମ୍ବ କଢ଼ ଧରିଛି କି ନାହିଁ ମୁଁ ଦେଖିବାକୁ ଗଲି।
ଆଗୋ ପ୍ରିୟେ, ତୁଷ୍ଟି ଜନ୍ମାଇବା ନିମନ୍ତେ ତୁମ୍ଭେ କମେନ୍ତ ସୁନ୍ଦରୀ ଓ ମ ନୋହାରିଣୀ।
ଗ୍ରୀଷ୍ମକାଳୀନ ମଧ୍ଯାହ୍ନ ସମୟର ପ୍ରଚଣ୍ଡ ତାପ ରେ ଲୋକ ବିଶ୍ରାମ କରିବା ପରି, ଶସ୍ଯ ଛଦନକୋଳୀନ ଶିଶିର ୟୁକ୍ତ ମେଘପରି କ୍ଷାନ୍ତ ହାଇେ ନିରୀକ୍ଷଣ କରିବି। ତା'ପ ରେ ଭୟଙ୍କର ଘଟଣା ଘଟିବ। ଯଥା ସମୟରେ ଦ୍ରାକ୍ଷାଲତା ରେ ଫୁଲ ଫୁଟିବ ଓ ନୂତନ ଦ୍ରାକ୍ଷା ଲତା ଜନ୍ମିବ। ମାତ୍ର ଫଳ ଅମଳ ପୂର୍ବରୁ ଶତ୍ରୁମାନେ ଆସିବେ ଓ ଗଛଗୁଡ଼ିକୁ କାଟି ପକାଇବେ। ସମାନେେ ଶାଖାଗୁଡ଼ିକୁ କାଟି ଫିଙ୍ଗି ଦବେେ।
ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି, ମାରେ ପବିତ୍ର ଉଚ୍ଚ ପର୍ବତ ରେ ସମଗ୍ର ଇଶ୍ରାୟେଲର ଲୋକମାନେ ମାେତେ ଉପାସନା କରିବେ। ସହେି ସ୍ଥାନ ରେ ମୁଁ ସମାନଙ୍କେୁ ଗ୍ରହଣ କରିବି ଓ ସହେି ସ୍ଥାନ ରେ ମୁଁ ତୁମ୍ଭମାନଙ୍କର ୟାବତୀଯ ପବିତ୍ର ବସ୍ତ୍ର ସହିତ ତୁମ୍ଭମାନଙ୍କ ଉପହାର ଓ ପ୍ରଥମଜାତ ଫଳର ନବୈେଦ୍ଯ ଲୋଡ଼ିବି।
ପାଉଲ କିଛି ଦିନ ପରେ ବର୍ଣ୍ଣବ୍ବାଙ୍କୁ କହିଲେ, ଚ଼ାଲ, ଆମ୍ଭମାନେେ ଫରେିବା ଆଉ ଆମ୍ଭମାନେେ ପ୍ରଭୁଙ୍କର ବାକ୍ଯ ଯେଉଁ ପ୍ରେତ୍ୟକକ ସହର ରେ ପ୍ରଚ଼ାର କରିଛୁ, ସହେି ସବୁ ସହରକୁ ଯାଇ ଅମ୍ଭ ଭାଇମାନଙ୍କୁ ଦେଖିବା, ଆଉ ସମାନଙ୍କେ ଭଲମନ୍ଦ ବୁଝିବା।
ଆମ୍ଭେ ଯେ କବଳେ ରକ୍ଷା ପାଇବୁ ତା ନୁହେଁ, ବରଂ ଏବେ ଆମ୍ଭେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ମାଧ୍ଯମ ରେ ପରମେଶ୍ବରଙ୍କ ଠା ରେ ମଧ୍ଯ ଅତ୍ଯଧିକ ଆନନ୍ଦିତ ହତେୁ କବଳେ ଯୀଶୁଙ୍କ ପାଇଁ ଆମ୍ଭେ ଆଜି ପରମେଶ୍ବରଙ୍କ ମିତ୍ର ଅଟୁ।
ଯଦି ଆମ୍ଭେ ଠିକ୍ ମନ ରେ ଅଛୁ ତାହା ତୁମ୍ଭମାନଙ୍କ ପାଇଁ। ଖ୍ରୀଷ୍ଟଙ୍କ ପ୍ ରମେ ଆମ୍ଭକୁ ନିୟନ୍ତ୍ରିତ କରେ। କାରଣ ଆମ୍ଭେ ଜାଣୁ ଯେ ଜଣେ ସମସ୍ତଙ୍କ ପାଇଁ ମରିଛନ୍ତି। ସେଥିପାଇଁ ସମସ୍ତେ ମରିଛନ୍ତି।
ତୁମ୍ଭମାନେେ ବିଶ୍ବାସ ରେ ଜୀବନ କାଟୁଛ କି ନାହିଁ ? ନିଜ ନିଜକୁ ପରୀକ୍ଷା କରି ଦେଖ। ତୁମ୍ଭମାନେେ ଜାର ଯେ ଯୀଶୁଖ୍ରୀଷ୍ଟ ତୁମ୍ଭମାନଙ୍କ ଭିତ ରେ ଅଛନ୍ତି। କିନ୍ତୁ ଯଦି ତୁମ୍ଭମାନେେ ପରୀକ୍ଷା ରେ ବିଫଳ ହୁଅ, ତାହା ହେଲେ ଖ୍ରୀଷ୍ଟ ତୁମ୍ଭମାନଙ୍କ ଭିତ ରେ ରହୁ ନାହାଁନ୍ତି ତାହା ଜାଣ।
ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠା ରେ ଅଶଷେ ପ୍ ରମେ ଭାବ ରଖିଥିବା ତୁମ୍ଭ ସମସ୍ତଙ୍କୁ ପରମେଶ୍ବରଙ୍କ ଅନୁଗ୍ରହ ହେଉ।
ତୁମ୍ଭମାନଙ୍କ ବିଶ୍ବାସ ବିଷୟ ରେ ଜାଣି ପାରିବା ଉଦ୍ଦେଶ୍ଯ ରେ ମୁଁ ତୀମଥିଙ୍କୁ ତୁମ୍ଭମାନଙ୍କ ପାଖକୁ ପଠାଇଥିଲି। ଅଧିକ ଅପେକ୍ଷା କରିବାକୁ ର୍ଧୈୟ୍ଯ ନ ଥିବାରୁ, ମୁଁ ତାହାଙ୍କୁ ପଠାଇଥିଲି। ମାରେ ଭୟ ଥିଲା ଯେ, କାଳେ ପ୍ରଲୋଭନକାରୀ ଶୟତାନ ତୁମ୍ଭମାନଙ୍କୁ ପ୍ରଲୋଭନ ଦ୍ବାରା ପରାଜିତ କରିଥିବ। ତା' ହେଲେ ଆମ୍ଭର କଠାେର ପରିଶ୍ରମ ବ୍ଯର୍ଥ ହାଇଯେିବ।
ସେ ଆହୁରି କହନ୍ତି :
ମୃତ୍ଯୁ ଭୟ ରେ ସାରା ଜୀବନ ବନ୍ଧନ ଗ୍ରସ୍ତ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଯୀଶୁ ମାନବରୂପ ଧାରଣ କରି ମୃତ୍ଯୁ ବରଣ କଲେ।
ଆମ୍ଭମାନେେ ଉପୟୁକ୍ତ ସମୟରେ ଦୟା ଓ କୃପାପ୍ରାପ୍ତି ନିମନ୍ତେ ପରମେଶ୍ବରଙ୍କ ଅନୁଗ୍ରହଜନକ ସିଂହାସନ ନିକଟରୁ ଆମ୍ଭର ମହାୟାଜକ ଯୀଶୁଙ୍କ ସହ ସମ୍ପୂର୍ଣ୍ଣ ଭରସାର ସହ ଯାଇପାରିବା।
ସାବଧାନ ରୁହ ଯେପରି ତୁମ୍ଭମାନଙ୍କ ମଧ୍ଯରୁ କହେି ପରମେଶ୍ବରଙ୍କ ଅନୁଗ୍ରହ ପାଇବା ରେ ବଞ୍ଚିତ ହବେ ନାହିଁ। ସାବଧାନ ରୁହ ଯେପରି ତୁମ୍ଭମାନଙ୍କ ଭିତରୁ କୌଣସି ଲୋକ ତିକ୍ତତାମୂଳକ ନ ହେଉ। ସଭେଳି ଲୋକ ସମୁଦାୟ ଦଳକୁ ନଷ୍ଟ କରି ଦବେେ।