ପାପର ସବୋ କରିବା ପାଇଁ ତୁମ୍ଭମାନଙ୍କ ଶରୀରର ଅଙ୍ଗ ଗୁଡ଼କକୁ ଅନୁମତି ଦିଅ ନାହିଁ। ମନ୍ଦ କାମ କରିବା ପାଇଁ ଶରୀରକୁ ବ୍ଯବହାର କର ନାହିଁ। ତା' ପରିବର୍ତେ ନିଜକୁ ପରମେଶ୍ବରଙ୍କଠା ରେ ସମର୍ପଣ କର। ଯେଉଁମାନେ ମରି ଥିଲେ ଓ ଏବେ ଜୀବିତ ଅଛନ୍ତି ସେ ଲୋକଙ୍କ ଭଳି ହୁଅ। ନିଜ ଶରୀରର ଅଙ୍ଗହୁଡ଼ିକୁ ଭଲ କାମ କରିବା ପାଇଁ ପରମେଶ୍ବରଙ୍କଠା ରେ ସମର୍ପଣ କର।
Cross references
ସଦାପ୍ରଭୁ ତୁମ୍ଭର ପରମେଶ୍ବର ସମାନଙ୍କେୁ ଘୃଣା କରନ୍ତି। ଯେଉଁମାନେ ଠକନ୍ତି, ଓଜନ ରେ କମ୍ ଦିଅନ୍ତି। ହଁ ସେ ଏହିପରି ଲୋକମାନଙ୍କୁ ଅତି ଘୃଣା କରନ୍ତି।
ତୁମ୍ଭମାନଙ୍କ ପୂର୍ବପୁରୁଷଙ୍କ ପରି ଦାମ୍ଭିକ ହୁଅ ନାହିଁ। କିନ୍ତୁ ଇଚ୍ଛୁକ ହୃଦଯର ସହିତ ସଦାପ୍ରଭୁଙ୍କର ଆଜ୍ଞାକାରୀ ହୁଅ। ସହେି ପବିତ୍ର ସ୍ଥାନକୁ ଆସ। ସଦାପ୍ରଭୁ ତାଙ୍କ ପବିତ୍ର ସ୍ଥାନକୁ ଚିରଦିନ ନିମନ୍ତେ ପବିତ୍ର କରିଛନ୍ତି। ତୁମ୍ଭମାନଙ୍କ ସଦାପ୍ରଭୁ ପରମେଶ୍ବରଙ୍କର ସବୋ କର। ତବେେ ସଦାପ୍ରଭୁଙ୍କର କୋରଧ ତୁମ୍ଭମାନଙ୍କଠାରୁ ନିବୃତ୍ତ ହବେ।
ଧାର୍ମିକ ବ୍ଯକ୍ତି ଜ୍ଞାନର ଉପଦେଶ ଦିଏ। ତା'ର ନିଷ୍ପତ୍ତି ସମସ୍ତଙ୍କୁ ନ୍ଯାଯ ପ୍ରଦାନ କରେ।
ଯେଉଁ ଲୋକମାନେ କୌଣସି ଚିନ୍ତା ନ କରି କହନ୍ତି, ସମାନଙ୍କେର ଶବ୍ଦଗୁଡ଼ିକ ଦ୍ବିଶାଣିତ ଖଡ୍ଗ ପରି ଆଘାତ କରେ। ମାତ୍ର ଜ୍ଞାନୀ ଲୋକର କଥା ଉପଶମ ଆଣେ।
ଉତ୍ତମ ଲୋକମାନଙ୍କୁ କୁହ, ସମାନେେ ଉତ୍ତମଫଳ ଭୋଗ କରିବେ। ସମାନେେ ସମାନଙ୍କେର ସୁକର୍ମ ଯୋଗୁଁ ପୁରସ୍କୃତ ହବେେ।
ଦୁଷ୍ଟାଚାରୀ ତା'ର ମନ୍ଦକାର୍ୟ୍ଯ ଓ ଅଧାର୍ମିକ ତା'ର ମନ୍ଦ ଚିନ୍ତା ପରିତ୍ଯାଗ କରୁ। ସେ ସଦାପ୍ରଭୁଙ୍କ ନିକଟକୁ ଫରେିଆସୁ ଏବଂ ସେ ତାକୁ ଦୟା କରିବେ। ସେ ତାକୁ କ୍ଷମା କରି ଦବେେ। ତାକୁ ପରମେଶ୍ବରଙ୍କ ପାଖକୁ ଫରେିବାକୁ ଛାଡ଼ିଦିଅ। ସେ ତାକୁ ବହୁଳ ଭାବରେ କ୍ଷମା କରିବେ।
ଆଉ ସମସ୍ତଙ୍କର ଜୀବନ ମାରେ ଅଟେ। ପିତାର ପ୍ରାଣ ଯେପରି ପୁତ୍ରର ପ୍ରାଣ ମଧ୍ଯ ସପରେି। ଏବଂ ଯେଉଁ ବ୍ଯକ୍ତି ପାପ କରେ ସେ ମରିବ।
ତା'ପ ରେ ନବୂଖଦ୍ନିତ୍ସର କହିଲା, ଶଦ୍ରକ୍, ମୈଶକ୍ ଓ ଅବେଦ୍-ନଗୋର ପରମେଶ୍ବର ଧନ୍ଯ, ଯେ ହତେୁ ସେ ଆପଣା ଦୂତ ପଠାଇଲେ ଓ ଆପଣା ଦାସମାନଙ୍କୁ ଅଗ୍ନିରୁ ଉଦ୍ଧାର କଲେ। ଆଉ ଏହି ତିନିଜଣ ଆପଣା ପରମେଶ୍ବରଙ୍କଠା ରେ ବିଶ୍ବାସ ରଖିଲେ ଓ ତାଙ୍କ ଭିନ୍ନ ଅନ୍ୟ କୌଣସି ଦବେତାଙ୍କର ପୂଜା କଲେ ନାହିଁ କି ପ୍ରଣାମ କଲେ ନାହିଁ। ଆଉ ମଧ୍ଯ ରାଜବାକ୍ଯ ଅମାନ୍ଯ କରି ଆପଣା ପରମେଶ୍ବରଙ୍କ ସବୋ କଲେ।
ମାରେ ପୁଅ ମରି ଯାଇଥିଲା। ବର୍ତ୍ତମାନ ସେ ପୁଣି ବଞ୍ଚି ଉଠିଛି। ସେ ହଜି ଯାଇଥିଲା। ଏବେ ମିଳି ଯାଇଛି।' ତେଣୁ ସମାନେେ ଭୋଜିର ଆଯୋଜନ କଲେ।
କିନ୍ତୁ ତୋର ଏ ଭାଇ ମରିଯାଇଥିଲା। ଏବେ ସେ ପୁଣି ଜୀବନ ପାଇଲା। ସେ ହଜି ଯାଇଥିଲା, ଏବେ ସେ ମିଳିଲା। ସେଥିପାଇଁ ଆମ୍ଭେ ଖୁସି ହବୋ ଓ ଭୋଜି କରିବା ଉଚିତ।'
ମୁଁ ତୁମ୍ଭକୁ ସତ୍ଯ କହୁଛି ଯେ, ଯଦି କୌଣସି ବ୍ଯକ୍ତି ମାରେ କହିବା କଥା ଶୁଣେ ଓ ମାେତେ ୟିଏ ପଠାଇଛନ୍ତି ତାହାଙ୍କଠା ରେ ବିଶ୍ବାସ କରେ, ତବେେ ସେ ବ୍ଯକ୍ତି ଅନନ୍ତ ଜୀବନ ଲାଭ କରିଅଛି। ସେ ବ୍ଯକ୍ତି ଦୋଷୀ ବୋଲି ବିଚାରିତ ହବେ ନାହିଁ। ସେ ମୃତ୍ଯୁକୁ ପାର ହାଇେ ଜୀବନ ଭିତ ରେ ପ୍ରବେଶ କରି ମାରିଛି।
ସହେି ଲୋକମାନେ ସମସ୍ତ ପ୍ରକାରର ପାପ, ମନ୍ଦଭାବନା, ସ୍ବାର୍ଥ ଓ ଘୃଣା ରେ ପରିପୂର୍ଣ୍ଣ ଥିଲେ। ସମାନେେ ହତ୍ଯା, ଝଗଡ଼ା, ମିଛ, ଛନ୍ଦ-କପଟତା ଓ ଅନ୍ୟମାନଙ୍କର ମନ୍ଦ ଚ଼ିନ୍ତା ରେ ବୁଡ଼ି ରହନ୍ତି।
କିନ୍ତୁ ଯେଉଁମାନେ ସ୍ବାର୍ଥପର ଓ ସତ୍ଯକୁ ଅନୁସରଣ କରିବା ପାଇଁ ମନା କରନ୍ତି ଓ ମନ୍ଦ ମାର୍ଗ ଅବଲମ୍ବନ କରନ୍ତି, ପରମେଶ୍ବର ସମାନଙ୍କେୁ ଦଣ୍ଡ ଦବେେ।
ସହେି ଭଳି ତୁମ୍ଭମାନେେ ମଧ୍ଯ ପାପର ଶକ୍ତି ବିଷୟ ରେ ନିଜକୁ ମୃତ ବୋଲି ଭାବିବା ଉଚ଼ିତ। ତୁମ୍ଭମାନେେ ଖ୍ରୀଷ୍ଟ ଯୀଶୁଙ୍କ ମାଧ୍ଯମ ରେ ପରମେଶ୍ବରଙ୍କ ପାଇଁ ଜୀବିତ ବୋଲି ଅନୁଭବ କର।
ଏହା ନିଶ୍ଚିତ ଭାବରେ ତୁମ୍ଭମାନେେ ଜାଣ ଯେ ଯେତବେେଳେ ତୁମ୍ଭମାନେେ ଦାସ ଭଳି ନିଜକୁ ସମର୍ପଣ କର, ସେତବେେଳେ ତୁମ୍ଭମାନେେ ପ୍ରକୃତ ରେ ସହେି ଲୋକର ଦାସ ଅଟ। ଯେଉଁ ଲୋକକୁ ତୁମ୍ଭମାନେେ ମାନିବ ସେ ହେଉଛି ତୁମ୍ଭର ମାଲିକ। ତୁମ୍ଭମାନେେ ପାପର ଚ଼ାକର ହାଇେ ପାରିବ ବା ପରମେଶ୍ବରଙ୍କୁ ମାନିବ। ପାପ ଆଧ୍ଯାତ୍ମିକ ମୃତ୍ଯୁ ଆଣି ଦିଏ। କିନ୍ତୁ ପରମେଶ୍ବରଙ୍କୁ ମାନିଲେ, ପରମେଶ୍ବରଙ୍କଠା ରେ ତୁମ୍ଭମାନେେ ଧାର୍ମିକ ବୋଲି ଗଣିତ ହୁଅ।
ଲୋକେ ଜାଣିଥିବା ଗୋଟିଏ ଉଦାହରଣ ଦଇେ ମୁଁ ଏ କଥା ତୁମ୍ଭମାନଙ୍କୁ ବୁଝାଉଛି। ଏହାକୁ ବୁଝିବା କଷ୍ଟକର ହାଇେଥିବା କାରଣରୁ ମୁଁ ଏହି ଭଳି ବୁଝାଉଛି। ଅତୀତ ରେ ତୁମ୍ଭମାନେେ ନିଜ ଶରୀରର ଅଙ୍ଗଗୁଡ଼ିକୁ ପାପର ଦାସ ହବୋକୁ ଓ ମନ୍ଦ କର୍ମ ରେ ନିୟୁକ୍ତ କରିଥିଲ। ଫଳ ସ୍ବରୂପ ତୁମ୍ଭମାନେେ ପରମେଶ୍ବରଙ୍କ ବିରୁଦ୍ଧ ରେ ଜୀବନ ଯାପନ କରୁଥିଲ। ଠିକ୍ ସହେି ଭଳି ଏବେ ତୁମ୍ଭମାନଙ୍କ ଶରୀରର ଅଙ୍ଗ ଗୁଡ଼ିକୁ ଭଲ କାମ କରିବା ପାଇଁ ସମର୍ପଣ କର। ତବେେ ତୁମ୍ଭମାନେେ କବଳେ ପରମେଶ୍ବରଙ୍କ ପାଇଁ ବଞ୍ଚିବ।
ଅତୀତ ରେ, ଆମ୍ଭେ ଆମ୍ଭର ପାପପୂର୍ଣ୍ଣ ଶରୀର ଦ୍ବାରା ନିୟନ୍ତ୍ରିତ ହେଉଥିଲୁ। ଆମ୍ଭ ଦ୍ବାରା ବ୍ଯବସ୍ଥା ପାପପୂର୍ଣ୍ଣ କାମ କରାଉ ଥିଲା। ଓ ଏହି ପାପପୂର୍ଣ୍ଣ କାମସବୁ ଆମ୍ଭର ଶରୀରକୁ ନିୟନ୍ତ୍ରିତ କରୁଥିଲା। ଅତଏବ ଏହି କର୍ମ ଆମ୍ଭର ଆଧ୍ଯାତ୍ମିକ ମୃତ୍ଯୁ ଘଟାଉ ଥିଲା।
କିନ୍ତୁ ମାେ ଶରୀର ରେ ମୁଁ ଆଉ ଗୋଟିଏ ବ୍ଯବସ୍ଥା କାମ କରୁଥିବାର ଦେଖୁଛି। ସମାନେେ ଗ୍ରହଣ କରୁଥିବା ବ୍ଯବସ୍ଥା ସହିତ ମାେ ଶରୀରର ବ୍ଯବସ୍ଥା ସଂଘର୍ଷ କରୁଛି। ମାେ ଶରୀର ରେ କାମ କରୁଥିବା ଏହି ବ୍ଯବସ୍ଥାଟି ପାପର ବ୍ଯବସ୍ଥା ଅଟେ, ଓ ସୋହି ବ୍ଯବସ୍ଥା ମାେତେ ବନ୍ଦୀ କରି ପକାଏ।
ସେଥିପାଇଁ ହେ ଭାଇ ଓ ଭଉଣୀମାନେ! ପରମେଶ୍ବରଙ୍କ ଅନୁଗ୍ରହକୁ ସ୍ମରଣ କରି, ତୁମ୍ଭମାନେେ ନିଜର ଜୀବନକୁ, ଏକ ଜୀବନ୍ତ ବଳିଦାନ ସ୍ବରୂପ ପରମେଶ୍ବରଙ୍କୁ ଅର୍ପଣ କର।ଏହା କବଳେ ତାହାଙ୍କୁ ସମର୍ପିତ ହବେ। ଏହା ପରମେଶ୍ବରଙ୍କୁ ଅତି ପ୍ରସନ୍ନ କରିବ। ଏହି ସମର୍ପଣ, ତୁମ୍ଭମାନଙ୍କ ପାଇଁ ପରମେଶ୍ବରଙ୍କ ଆତ୍ମୀକ ଉପାସନା ଅଟେ।
ଅଥବା, ତୁମ୍ଭମାନେେ କ'ଣ ଜାଣ ନାହିଁ ଯେ ଯେଉଁ ଲୋକମାନେ ମନ୍ଦ କର୍ମ କରନ୍ତି, ସମାନେେ ପରମେଶ୍ବରଙ୍କ ରାଜ୍ଯର ଉତ୍ତରାଧକାରୀ ହବେେ ନାହିଁ। ନିଜକୁ ପ୍ରତାରଣା କର ନାହିଁ।
ତୁମ୍ଭମାନେେ କ'ଣ ଜାଣି ନାହଁ ଯେ, ତୁମ୍ଭମାନଙ୍କ ଶରୀରଗୁଡ଼ିକ ଖ୍ରୀଷ୍ଟଙ୍କର ଅଙ୍ଗବିଶଷେ ? ତା' ହେଲେ ତୁମ୍ଭମାନେେ କ'ଣ ଭାବୁଛ ଯେ, ମୁଁ ଖ୍ରୀଷ୍ଟଙ୍କର ଅଙ୍ଗଗୁଡ଼ିକୁ ନଇୟିବେି, ଓ ସଗେୁଡ଼ିକୁ କୌଣସି ବେଶ୍ଯାର ଅଙ୍ଗ କରି ଦବେି ? କବେେ ନୁହେଁ।
କାରଣ ପରମେଶ୍ବର ତୁମ୍ଭମାନଙ୍କୁ ମୂଲ୍ଯ ଦଇେ କିଣିଛନ୍ତି। ସେଥିପାଇଁ ନିଜ ଶରୀର ମାଧ୍ଯମ ରେ ପରମେଶ୍ବରଙ୍କୁ ଗୌରବ ଦିଅ।
ଖ୍ରୀଷ୍ଟ ସମସ୍ତଙ୍କ ପାଇଁ ମରିବାର ଉଦ୍ଦେଶ୍ଯ ହେଉଛି ଯେ ଯେଉଁ ଲୋକମାନେ ଜୀବିତ, ଏହା ପରେ ସମାନେେ ନିଜ ପାଇଁ ଜୀବିତ ନ ରୁହନ୍ତି, ବରଂ ୟିଏ ମରି ଯାଇଥିଲେ ଓ ପୁନର୍ବାର ସମାନଙ୍କେ ପାଇଁ ଉଥିତ ହେଲେ, ସହେି ଖ୍ରୀଷ୍ଟଙ୍କ ପାଇଁ ଜୀବିତ ରୁହନ୍ତୁ।
ସମାନେେ ଯେଉଁଭଳି ଭାବରେ ଦେଲେ ଆମ୍ଭେ ତାହା କବେେ ଭାବି ନ ଥିଲୁ। ସମାନେେ ତାହାଙ୍କର ଅର୍ତ ଦବୋ ପୂର୍ବରୁ ପ୍ରଥମେ ନିଜକୁ ପ୍ରଭୁଙ୍କଠା ରେ ଓ ଆମ୍ଭଠା ରେ ସମର୍ପଣ କଲେ।
ଆମ୍ଭେ ଯେଉଁ ଅସ୍ତ୍ରଗୁଡ଼ିକ ସାହାୟ୍ଯ ରେ ସଂଗ୍ରାମ କରୁ ସଗେୁଡ଼ିକ ଜାଗତୀକ ଅସ୍ତ୍ରଶସ୍ତ୍ର ନୁହେଁ। ଆମ୍ଭର ଅସ୍ତ୍ରଶସ୍ତ୍ର ରେ ପରମେଶ୍ବରଙ୍କ ଶକ୍ତି ନିହିତ ଅଛି। ଏହି ଅସ୍ତ୍ରଶସ୍ତ୍ର ଗୁଡ଼ିକ ଶତୃର ଶକ୍ତିଶାଳୀ ସ୍ଥାନ ଗୁଡ଼ିକ ନଷ୍ଟ କରି ପା ରେ। ଏହି ଅସ୍ତ୍ରଶସ୍ତ୍ର ଗୁଡ଼ିକ ସାହାୟ୍ଯ ରେ ଆମ୍ଭେ ଲୋକଙ୍କ ସମସ୍ତ ୟୁକ୍ତି ଓ ପରମେଶ୍ବରଙ୍କ ଜ୍ଞାନ ବିରୁଦ୍ଧ ରେ ଉଠୁଥିବା ପ୍ରେତ୍ୟକକ ଗର୍ବର କଥା ଖଣ୍ଡନ କରୁ।
ସେ ସମୟରେ ଆମ୍ଭେ ପରମେଶ୍ବରଙ୍କ ଇଚ୍ଛା ବିରୁଦ୍ଧ ରେ ଆଚରଣ କରୁଥିବାରୁ ଆତ୍ମିକ ଭାବରେ ମୃତ ଥିଲୁ। କିନ୍ତୁ ଖ୍ରୀଷ୍ଟଙ୍କଠା ରେ ବିଶ୍ବାସ ହତେୁ ସେ ଆମ୍ଭକୁ ନୂତନ ଜୀବନ ପ୍ରଦାନ କଲେ।
ଯାହା ସହଜ ରେ ପ୍ରକାଶିତ ହୁଏ, ତାହା ଆଲୋକ। ସେଥିପାଇଁ ଆମ୍ଭେ କହୁ :
ମାରେ ଦୃଢ଼ ଆଶା ଓ ଭରସା ଯେ ମୁଁ ଖ୍ରୀଷ୍ଟଙ୍କୁ କଦାପି ହରାଇବି ନାହିଁ। ବରଂ, ମୁଁ ନିଶ୍ଚିତ ଯେ ମୁଁ ସାହସୀ ହବେି ଏବଂ ମୁଁ ମୃତ ବା ଜୀବିତ ଥାଏ, ଖ୍ରୀଷ୍ଟଙ୍କ ମହାନତା ମାେ ଶରୀର ରେ ପ୍ରକାଶିତ କରିବି।
ତୁମ୍ଭେ ନିଜର ପାପ ହତେୁରୁ ଏବଂ ତୁମ୍ଭର ପାପ ସ୍ବଭାବ ହତେୁ ସ୍ବାଧୀନ ନ ଥିବାରୁ ଆତ୍ମିକ ଭାବରେ ମୃତ ଥିଲ। କିନ୍ତୁ ପରମେଶ୍ବର ତୁମ୍ଭକୁ ଖ୍ରୀଷ୍ଟଙ୍କ ସହିତ ପୁନର୍ଜୀବିତ କଲେ। ଏହା ସହିତ ପରମେଶ୍ବର ଆମ୍ଭର ସମସ୍ତ ପାପଗୁଡ଼ିକୁ କ୍ଷମା ମଧ୍ଯ କଲେ।
ଅତଏବ, ୟୌନ ପାପଗୁଡ଼ିକ କରିବା, ମନ୍ଦକର୍ମ କରିବା, କାମନାର ବାଶୀଭୂତ ହବୋ, ମନ୍ଦ ଇଚ୍ଛା ରଖିବା ଓ ସର୍ବଦା ଲୋଭୀ ହାଇେ ରହିବା, ଯାହା ଏକ ମିଥ୍ଯା ଦବେତାକୁ ପୂଜା କରିବା ସଦୃଶ, ସଭେିଳ ବିଷୟଗୁଡ଼ିକୁ ନିଜ ଜୀବନଠାରୁ ଦୂର ରେ ରଖ। ଏହିଭଳି ଇଚ୍ଛାଗୁଡ଼ଇକ ଥିବାର ଅର୍ଥ ହେଲା ଯେ, ଜଣେ ମିଥ୍ଯା ଦବେତାର ସବୋ କରୁଛି।
ଅତଏବ ଯେଉଁମାନେ ସତ୍ଯକୁ ବିଶ୍ବାସ କରୁ ନାହାଁନ୍ତି, ସମାନେେ ଦୋଷୀ ବୋଲି ବିଚାରିତ ହବେେ। ସମାନେେ ସତ୍ଯକୁ ମାନି ନାହାଁନ୍ତି ଓ ମନ୍ଦ କର୍ମ କରିବା ରେ ଆନନ୍ଦ ପାଇଛନ୍ତି।
ଜିହ୍ବାଟି ଶରୀରର ଏକ ଅତି କ୍ଷୁଦ୍ର ଅଙ୍ଗ, କିନ୍ତୁ ଏହା ଅତ୍ଯଧିକ ମାତ୍ରା ରେ ଗର୍ବ କରିଥାଏ।
ପରମେଶ୍ବରଙ୍କଠା ରେ ସମର୍ପିତ ହୁଅ ତୁମ୍ଭେ କ'ଣ ଜାଣିଛ କି ତୁମ୍ଭମାନଙ୍କ ଭିତ ରେ ଝଗଡ଼ା ଓ ୟୁକ୍ତିତର୍କ କାହିଁକି ହୁଏ ? ତୁମ୍ଭର ଝଗଡ଼ା ଓ ୟୁକ୍ତିତର୍କ ସ୍ବାର୍ଥପର ଇଚ୍ଛାରୁ ଆ ସେ ଓ ତୁମ୍ଭ୍ ମଧିଅରେ ବିବାଦ ସୃଷ୍ଟି କରିଥାଏ ?
ପରମେଶ୍ବର ନ୍ଯାୟ ବିଚାର କରନ୍ତି। କୃଶ ଉପରେ ଯୀଶୁ ଆମ୍ଭ ପାପଗୁଡ଼ିକୁ ସ୍ବଦହେ ରେ ବହନ କଲେ। ସେ ଏହା କଲେ, ଯେପରି ଆମ୍ଭେ ପାପ ପାଇଁ ମୃତ ହେଉ, ଯାହା ସତ୍ଯ ତାହା ପାଇଁ ଜୀବିତ ରହିବା। ଯୀଶୁଙ୍କ କ୍ଷତଗୁଡ଼ିକ ଦ୍ବାରା ତୁମ୍ଭମାନେେ ସୁସ୍ଥ ହାଇେଛ।
ତୁମ୍ଭେ ଏପରି ଭାବରେ ନିଜକୁ ଶକ୍ତିଶାଳୀ କର, ଯେପରି ତୁମ୍ଭେ ପରମଶ୍ବରଙ୍କ ଇଚ୍ଛାନୁସା ରେ ଜୀବନଯାପନ କରିବ, ଲୋକମାନଙ୍କ ଇଚ୍ଛା ରେ, ମନ୍ଦକାର୍ୟ୍ଯ କରି ଜୀବନଯାପନ କରିବ ନାହିଁ।
ଏହି ଭଣ୍ଡ ଶିକ୍ଷକମାନେ ଅନକେ ଲୋକଙ୍କୁ ଦୁଃଖ ଦଇେଛନ୍ତି। ଅତଏବ ସମାନେେ ନିଜେ ଦୁଃଖ ପାଇବେ। ସମାନେେ କରିଥିବା କାମର ଏହା ହେଉଛି ପ୍ରତିଦାନ। ଏହି ଭଣ୍ଡ ଶିକ୍ଷକମାନେ ଭାବନ୍ତି ଯେ ସମସ୍ତଙ୍କ ଆଗ ରେ ଖାେଲାଖାଲିେ ଭାବେ ମନ୍ଦ କାମ କରିବା ଗୋଟିଏ ଆନନ୍ଦର ବିଷୟ ଅଟେ। ମନ୍ଦ କାମ କରି ସମାନେେ ଆନନ୍ଦ ଉପଭୋଗ କରନ୍ତି। ତୁମ୍ଭମାନଙ୍କ ସହିତ ଭୋଜିଉତ୍ସବ ରେ ସମ୍ମିଳିତ ହବୋ ବେଳେ, ସମାନେେ ତୁମ୍ଭ ନିମନ୍ତେ ମଇଳା ଦାଗ ଓ କଳଙ୍କି ଦାଗ ଭଳି ଲଜ୍ଜାର କାରଣ ସ୍ବରୂପ ଅଟନ୍ତି।
ଯଦି ଆମ୍ଭେ ନିଜ ନିଜର ପାପ ସ୍ବୀକାର କରୁ ତବେେ ପରମେଶ୍ବର ଆମ୍ଭକୁ ପାପରୁ କ୍ଷମା କରିବେ। କାରଣ ସେ ବିଶ୍ବସ୍ତ ଓ ନ୍ଯାୟବାନ ଅଟନ୍ତି। ସେ ଆମ୍ଭକୁ ସମସ୍ତ ଅଧର୍ମରୁ ପରିଷ୍କାର କରିବେ।