ମୁଁ ସେତବେେଳେ ଗୋଟିଏ ଉତ୍କ୍ରୋଶ ପକ୍ଷୀକୁ ଆକାଶର ଉପରଭାଗ ରେ ଉଡ଼ୁଥିବାର ଦେଖିଲି, ସେ ଖୁବ୍ ଜାରେ ରେ କହିଲା, ହାୟ, ହାୟ ! ପୃଥିବୀ ନିବାସୀମାନଙ୍କ ଉପରେ ଭୟଙ୍କର କ୍ଲେଶ ଆସୁଅଛି। କାରଣ ଆହୁରି ତିନି ଜଣ ଦୂତ ତୂରୀ ବଜାଇବାକୁ ଯାଉଅଛନ୍ତି।
Cross references
ହେ ଦୂତଗଣ, ସଦାପ୍ରଭୁଙ୍କର ପ୍ରଶଂସା କର! ତୁମ୍ଭମାନେେ ହିଁ ସଦାପ୍ରଭୁଙ୍କର ଶକ୍ତିଶାଳୀ ସୈନ୍ଯ ଯେଉଁମାନେ ପରମେଶ୍ବରଙ୍କର ଆଦେଶ ମାନନ୍ତି ଓ ସେ ୟାହା କହନ୍ତି, ତାଙ୍କର ବାକ୍ଯଗୁଡ଼ିକ ପାଳନ କରନ୍ତି।
ଆଉ ମୁଁ ସହେି ଗୁଡ଼ା ହାଇେଥିବା ପୁସ୍ତକକୁ ପ୍ରସାରିତ କଲି ଓ ତାହାର ଉପର ଓ ତଳ ଲଖାେ ହାଇେଥିବାର ଦେଖିଲି। ଆଉ ସେଥି ରେ ବିଳାପ, ଶାେକ ଓ ସନ୍ତାପର କଥା ଲିଖିତ ଥିଲା।
ସମସ୍ତ ସ୍ବର୍ଗଦୂତ ଆତ୍ମା ଅଟନ୍ତି। ସମାନେେ ପରମେଶ୍ବରଙ୍କ ସବୋ କରନ୍ତି ଏବଂ ଯେଉଁମାନେ ପରିତ୍ରାଣ ପାଇଛନ୍ତି ସମାନଙ୍କେୁ ସାହାୟ୍ଯ କରନ୍ତି।
ଏହାପରେ ପଞ୍ଚମ ଦୂତ ତୂରୀ ବଜାଇଲେ। ସେତବେେଳେ ମୁଁ ଆକାଶରୁ ଗୋଟିଏ ତାରା ପୃଥିବୀ ଉପରେ ପଡ଼ିବାର ଦେଖିଲି। ସହେି ତାରାକୁ ପାତାଳ ଅତଳ ଗହ୍ବର ରେ ପ୍ରବେଶ ଦ୍ବାରର ଚାବି ଦିଆଗଲା।
ପ୍ରଥମ କ୍ଲେଶଟି ଶଷେ ହାଇଗେଲା, ଏହାପରେ ଆହୁରି ଦୁଇଟି ବଡ଼ କ୍ଲେଶ ଆସିବ।
ଦ୍ବିତୀୟ କ୍ଲେଶ ଦୂର ହେଲା। ତୃତୀୟ କ୍ଲେଶଟି ଖୁବ୍ ଶୀଘ୍ର ଆସୁଛି।
ଏହି ଲୋକମାନେ ସିଂହାସନ ସମ୍ମୁଖ ରେ ଚାରିଜଣ ଜୀବନ୍ତ ପଶୁଙ୍କ ସମ୍ମୁଖ ରେ ଓ ପ୍ରାଚୀନମାନଙ୍କ ସମ୍ମୁଖ ରେ ଗୋଟିଏ ନୂତନ ଗୀତ ଗାଇଲେ। ପୃଥିବୀରୁ କ୍ରୟ କରାଯାଇଥିବା କବଳେ 1,44,000 ଜଣ ଲୋକମାନଙ୍କ ଛଡ଼ା କହେି ହେଲେ ଏହି ଗୀତ ଶିଖି ପାରିଲେ ନାହିଁ।
ତା'ପରେ ମୁଁ ଆଉ ଏକ ଦୂତଙ୍କୁ ଉଚ୍ଚ ଆକାଶ ରେ ଉଡ଼ୁଥିବାର ଦେଖିଲି। ପୃଥିବୀର ସକଳ ବାସିନ୍ଦାମାନଙ୍କୁ ସମସ୍ତଦେଶ, ଜାତି, ଭାଷା ଓ ପ୍ରଜାତିର ଲୋକମାନଙ୍କୁ ଉପଦେଶ ଦବୋପାଇଁ ସହେି ସ୍ବର୍ଗଦୂତଙ୍କ ପାଖ ରେ ଏକ ଅନନ୍ତକାଳୀନ ସୁସମାଚାର ଥିଲା।
ତା'ପରେ ମୁଁ ଜଣେ ଦୂତଙ୍କୁ ସୂର୍ୟ୍ଯ ମଧିଅରେ ଠିଆ ହବୋର ଦେଖିଲି। ସେ ଆକାଶ ରେ ଉଡ଼ୁଥିବା ସବୁ ପକ୍ଷୀମାନଙ୍କୁ ଉଚ୍ଚସ୍ବର ରେ କହିଲେ, ଆସ, ପରମେଶ୍ବରଙ୍କର ମହା ଭୋଜି ପାଇଁ ଏକାଠି ହୁଅ।