Home Bibles ଗୀତସଂହିତା 22:23 · ଓଡ଼ିଆ ବାଇବେଲ
ଗୀତସଂହିତା 22:23 · ଓଡ଼ିଆ ବାଇବେଲ

ଯେଉଁମାନେ ତାଙ୍କୁ ଉପାସନା କରୁଛ ସଦାପ୍ରଭୁଙ୍କର ଜଯଗାନ କର। ହେ ୟାକୁବର ବଂଶଧରଗଣ, ସଦାପ୍ରଭୁଙ୍କୁ ପ୍ରଶଂସା ପ୍ରଦର୍ଶନ କର। ଇଶ୍ରାୟେଲର ବଂଶଧରଗଣ ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ ଦଖାେଅ।

Cross references

ପ୍ରଥମ ବଂଶାବଳୀ 16:8

ପରମେଶ୍ବରଙ୍କର ପ୍ରଶଂସା କର, ତାହାଙ୍କ ନାମ ରେ ବୀନତି କର। ସଦାପ୍ରଭୁ ଯେଉଁସବୁ ମହାନ୍ କର୍ମମାନ କରିଅଛନ୍ତି, ତାହା ଲୋକମାନଙ୍କୁ କୁହ।

ଗୀତସଂହିତା 22:30

ଏବଂ ଭବିଷ୍ଯତରେ ଆମ୍ଭର ବଂଶଧରମାନେ ସଦାପ୍ରଭୁଙ୍କ ସବୋ କରିବେ। ଲୋକମାନେ ଚିରଦିନ ତାଙ୍କର ଗୁଣଗାନ କରିବେ।

ଗୀତସଂହିତା 26:12

ମୁଁ ସମସ୍ତ ବିପଦରୁ ରକ୍ଷା ପାଇଅଛି। ମୁଁ ସହେି ସଭାକକ୍ଷର ଲୋକମାନଙ୍କ ସହିତ ସ୍ବର ମିଳାଇ ତୁମ୍ଭର ପ୍ରଶଂସା କରିବି।

ଗୀତସଂହିତା 33:8

ଏ ପୃଥିବୀର ପ୍ରେତ୍ୟକକ ବ୍ଯକ୍ତି ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ କରିବା ଉଚିତ୍। ଏ ପୃଥିବୀର ସମସ୍ତ ଲୋକ ତାଙ୍କୁ ଭୟ କରିବା ଉଚିତ୍।

ଗୀତସଂହିତା 35:18

ହେ ସଦାପ୍ରଭୁ, ମୁଁ ତୁମ୍ଭକୁ ବିରାଟ ସମ୍ମିଳନୀ କକ୍ଷରେ ପ୍ରଶଂସା କରିବି। ମୁଁ ତୁମ୍ଭକୁ ପ୍ରଶଂସା କରିବି ମୁଁ ଯେତବେେଳେ ଶକ୍ତିଶାଳୀ ଲୋକମାନଙ୍କ ସଙ୍ଗରେ ଥାଏ।

ଗୀତସଂହିତା 50:23

ୟେକହେି ମାେତେ ଧନ୍ଯବାଦାର୍ଥକ ନବୈେଦ୍ଯ ଉତ୍ସର୍ଗ କରେ, ମାେତେ ସମ୍ମାନ ପ୍ରଦର୍ଶନ କରେ ଏବଂ ୟିଏ କହେି ସତ୍ମାର୍ଗରେ ଚାଲିବାକୁ ନିଷ୍ପତ୍ତି ନିଏ, ସେ ମାରେ ରକ୍ଷା କରିବାର ଶକ୍ତି ଦେଖିପାରିବ।

ଗୀତସଂହିତା 86:12

ହେ ପ୍ରଭୁ, ମାରେ ପରମେଶ୍ବର, ମୁଁ ତୁମ୍ଭକୁ ହୃଦଯ ସହିତ ପ୍ରଶଂସା କରିବି। ମୁଁ ସର୍ବଦା ତୁମ୍ଭ ନାମରେ ଗୌରବ କରିବି।

ଗୀତସଂହିତା 105:3

ଗର୍ବରେ ତାଙ୍କର ପବିତ୍ର ନାମରେ ପ୍ରଶଂସା କର। ସଦାପ୍ରଭୁଙ୍କର ଉପାସକ ଆନନ୍ଦିତ ହୁଅ।

ଗୀତସଂହିତା 106:5

ହେ ସଦାପ୍ରଭୁ, ତୁମ୍ଭେ ମାେତେ ତୁମ୍ଭର ମନୋନୀତ ଲୋକମାନଙ୍କର ଭଲ କାର୍ୟ୍ଯରେ ନିଯୋଜିତ ହବୋକୁ ଦିଅ। ତୁମ୍ଭ ନିର୍ଣ୍ଣିତ ଲୋକମାନଙ୍କ ସହିତ ଆନନ୍ଦ କରିବାକୁ ଦିଅ, ଯେଉଁମାନେ କି ତୁମ୍ଭ ସହିତ ଆସନ୍ତି।

ଗୀତସଂହିତା 107:1

ସଦାପ୍ରଭୁଙ୍କୁ ଧନ୍ଯବାଦ ଦିଅ। କାରଣ ସେ ମହାନ୍। ତାଙ୍କର ଦୟା ଅନନ୍ତକାଳସ୍ଥାଯୀ।

ଗୀତସଂହିତା 109:30

ମୁଁ ସଦାପ୍ରଭୁଙ୍କୁ ବହୁତ ଧନ୍ଯବାଦ ଦବେି, ବହୁତ ଲୋକମାନଙ୍କ ସମ୍ମୁଖରେ ମୁଁ ତାଙ୍କର ପ୍ରଶଂସା କରିବି।

ଗୀତସଂହିତା 111:1

ସଦାପ୍ରଭୁଙ୍କର ପ୍ରଶଂସା କର। ସରଳ ଲୋକଙ୍କ ସଭାରେ ଓ ମଣ୍ଡଳୀ ମଧ୍ୟରେ ମୁଁ ସର୍ବାନ୍ତଃକରଣ ସହିତ ସଦାପ୍ରଭୁଙ୍କୁ ଧନ୍ଯବାଦ ଦବେି।

ଗୀତସଂହିତା 115:11

ହେ ସଦାପ୍ରଭୁଙ୍କର ଅନୁସରଣକାରୀ, ତୁମ୍ଭମାନେେ ସଦାପ୍ରଭୁଙ୍କଠାରେ ବିଶ୍ବାସ କର। ସଦାପ୍ରଭୁ ସମାନଙ୍କେର ଶକ୍ତି ଓ ଢ଼ାଲ।

ଗୀତସଂହିତା 115:13

ସଦାପ୍ରଭୁ ତାଙ୍କ ସାନ ଓ ବଡ଼ ସମସ୍ତ ଅନୁସରଣକାରୀମାନଙ୍କୁ ଆଶୀର୍ବାଦ କରିବେ।

ଗୀତସଂହିତା 135:19

ହେ ଇଶ୍ରାୟେଲର ପରିବାର, ସଦାପ୍ରଭୁଙ୍କର ପ୍ରଶଂସା କର। ହେ ହାରୋଣର ପରିବାର, ସଦାପ୍ରଭୁଙ୍କର ପ୍ରଶଂସା କର।

ଗୀତସଂହିତା 145:19

ସେ ଆପଣା ଅନୁସରଣକାରୀମାନଙ୍କ ବାଞ୍ଚା ପୂର୍ଣ୍ଣ କରନ୍ତି। ସେ ସମାନଙ୍କେର ଗୁହାରି ଶୁଣନ୍ତି ଏବଂ ସମାନଙ୍କେୁ ରକ୍ଷା କରନ୍ତି।

ଯିଶାଇୟ 25:3

ବଳଶାଳୀ ଶକ୍ତିମାନେ ଓ ଜାତିମାନେ ତୁମ୍ଭକୁ ପ୍ରଶଂସା ଓ ସମ୍ମାନ କରିବେ। ଆତଙ୍କିତ ନଗରର ଲୋକମାନେ ଭୟ କରିବେ।

ଲୂକଲିଖିତ ସୁସମାଚାର 1:50

ଯେଉଁମାନେ ତାହାଙ୍କର ଉପାସନା କରନ୍ତି, ସେ ସମାନଙ୍କେୁ ସଦାସର୍ବଦା ଦୟା କରନ୍ତି।

ଲୂକଲିଖିତ ସୁସମାଚାର 2:20

ମଷେପାଳକମାନେ ନିଜ ମଷେମାନଙ୍କ ନିକଟକୁ ଫରେିଗଲେ ଏବଂ ଯାହା ସବୁ ଶୁଣିଥିଲେ ଓ ଦେଖିଥିଲେ, ସେଥିପାଇଁ ପରମେଶ୍ବରଙ୍କୁ ଗୌରବ ଦେଲେ ଓ ପ୍ରଶଂସା ଗାନ କଲେ। ସ୍ବର୍ଗଦୂତମାନେ ଯେପରି କହିଥିଲେ, ସମାନେେ ପ୍ରେତ୍ୟକକ ଜିନିଷକୁ ସହେିପରି ଦେଖିଲେ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 6:19

ତୁମ୍ଭମାନେେ ଜାଣି ରଖିବା ଉଚିତ୍ ଯେ, ତୁମ୍ଭମାନଙ୍କ ଶରୀର ପବିତ୍ର ଆତ୍ମାଙ୍କ ମନ୍ଦିର ଅଟେ। ପବିତ୍ର ଆତ୍ମା ଅନ୍ତର ରେ ଅଛନ୍ତି। ପବିତ୍ର ଆତ୍ମାଙ୍କୁ ତୁମ୍ଭମାନେେ ପରମେଶ୍ବରଙ୍କଠାରୁ ପାଇଛ। ତୁମ୍ଭମାନେେ ନିଜେ ନିଜର ନୁହଁ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 10:31

ଅତଏବ, ଯେତବେେଳେ ତୁମ୍ଭମାନେେ ଖାଅ, ପିଅ ବା ଅନ୍ୟ ଯାହା କିଛି କର, ପରମେଶ୍ବରଙ୍କ ମହିମା ପାଇଁ କରିବା ଉଚିତ୍।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 15:4

ହେ ପ୍ରଭୁ ! କିଏ ତୁମ୍ଭକୁ ଭୟ ନ କରିବ ? ସମସ୍ତଙ୍କର ତୁମ୍ଭେ ପ୍ରଶଂସନୀୟ ଅଟ। କାରଣ କବଳେ ତୁମ୍ଭେ ହିଁ ପବିତ୍ର ; ସମସ୍ତ ଜାତିଗୁଡ଼ିକ ତୁମ୍ଭ ପାଖକୁ ଆସିବେ ଓ ତୁମ୍ଭର ଉପାସନା କରିବେ। କାରଣ ତୁମ୍ଭେ ହିଁ ନ୍ଯାୟବନ୍ତ ଏହା ଜଗତେ ବିଦିତ।

Interlinear

Choose Theme