ସଦାପ୍ରଭୁ ଚିରକାଳ ରାଜ୍ଯ କରିବେ। ହେ ସିୟୋନ, ତୁମ୍ଭର ପରମେଶ୍ବର ସଦାସର୍ବଦା ରାଜ୍ଯ କରିବେ। ସଦାପ୍ରଭୁଙ୍କର ପ୍ରଶଂସା କର।
Cross references
ସଦାପ୍ରଭୁ ଚିରଦିନ ରାଜତ୍ବ କରିବେ।
ସଦାପ୍ରଭୁ ଅନନ୍ତକାଳ ରାଜା ଅଟନ୍ତି। ସହେି ଦୁଷ୍ଟମାନଙ୍କୁ ତୁମ୍ଭ ରାଜ୍ଯରୁ ବିତାଡ଼ିତ କର।
ହେ ସଦାପ୍ରଭୁ, ତୁମ୍ଭର ଶାସନ ଅନନ୍ତକାଳସ୍ଥାଯୀ ରହିବ। ତୁମ୍ଭେ ଅନନ୍ତକାଳ ରାଜତ୍ବ କରିବ। ସଦାପ୍ରଭୁଙ୍କ ଉପରେ ବିଶ୍ବାସ କରାୟାଇ ପାରିବ, ୟାହା ସେ କୁହନ୍ତି। ସେ କରୁଥିବା ସମସ୍ତ କର୍ମ ଉପରେ ବିଶ୍ବସ୍ତ।
ହେ ୟିରୁଶାଲମ, ସଦାପ୍ରଭୁଙ୍କର ପ୍ରଶଂସା କର। ହେ ସିଯୋନ, ତୁମ୍ଭ ପରମେଶ୍ବରଙ୍କର ପ୍ରଶଂସା କର !
ତାଙ୍କ ରାଜ୍ଯ ରେ କତ୍ତୃର୍ତ୍ବ ଓ ଶାନ୍ତି ବିରାଜମାନ କରିବ। ଏହା ଦାଉଦଙ୍କ ପରିବାରର ଶାସକଙ୍କର କ୍ଷମତା ବୃଦ୍ଧି କରିବ। ସହେି ରାଜା ନ୍ଯାଯ ଓ ଧାର୍ମିକତା ବଳ ରେ ଅନନ୍ତକାଳ ପର୍ୟ୍ଯନ୍ତ ରାଜ୍ଯ ଶାସନ କରିବେ।
ହେ ସିୟୋନ ନିବାସୀଗଣ, ଉଚ୍ଚସ୍ବର ରେ ତାଙ୍କର ପ୍ରଶଂସା କର। ଇଶ୍ରାୟେଲ ସହେି ପବିତ୍ର ଧର୍ମସ୍ବରୂପ ତୁମ୍ଭମାନଙ୍କ ମଧିଅରେ ଅଛନ୍ତି, ତେଣୁ ଆନନ୍ଦ କର।
ହେ ଲୋକମାନେ, ସିଯୋନ ରେ ସୁସମାଚାର ପ୍ରଚାର କର, ଉଚ୍ଚ ପର୍ବତକୁ ୟାଅ। ଉଚ୍ଚ ସ୍ବର ରେ କୁହ, ହେ ଲୋକମାନେ ୟିରୁଶାଲମ ନିକଟରେ ସୁସମାଚାର ପ୍ରଚାର କର। ଜାରେ ରେ କୁହ, ଭୟ କର ନାହିଁ। ଯିହୁଦା ନଗରୀକୁ କୁହ, ଦେଖ, ଏହିଠା ରେ ତୁମ୍ଭର ପରମେଶ୍ବର।
ଯେଉଁ ବ୍ଯକ୍ତି ସୁସମାଚାର ଆଣୁଛନ୍ତି, ୟିଏ ଶାନ୍ତି ପ୍ରଚାର କରୁଅଛି, ୟିଏ ମଙ୍ଗଳ ସୁସମାଚାର ଆଣୁଛନ୍ତି, ୟିଏ ପରିତ୍ରାଣ ପ୍ରଚାର କରୁଅଛି ଓ ୟିଏ ସିୟୋନକୁ ତୁମ୍ଭ ପରମେଶ୍ବର ରାଜ୍ଯ କରନ୍ତି ବୋଲି କହୁଅଛି, ସହେି ଶାନ୍ତିଦୂତର ଚରଣ ପର୍ବତଗଣ ଉପ ରେ ସ୍ବାଗତ ଯୋଗ୍ଯ।'
ଚତୁର୍ଥ ରାଜ୍ଯର ରାଜତ୍ବ ସମୟରେ ସ୍ବର୍ଗସ୍ଥ ପରମେଶ୍ବର ଗୋଟିଏ ରାଜ୍ଯ ସ୍ଥାପନ କରିବେ। ସହେି ରାଜ୍ଯ ଅନନ୍ତକାଳସ୍ଥାଯୀ ହାଇେ ରହିବ। ଆଉ ମଧ୍ଯ ତାହା ଅନ୍ୟ ହାତକୁ ୟିବ ନାହିଁ। ଆଉ ଏହା ଅନ୍ୟ ସମସ୍ତ ରାଜ୍ଯଗୁଡିକୁ ଧ୍ବଂସ କରି ଦବେ।
ମୁଁ ଆଦେଶ ଦଲେି ଯେ, ମାରେରାଜ୍ଯସ୍ଥ ସମୁଦାଯ ପ୍ରଦେଶର ସମସ୍ତ ଲୋକମାନେ ଦାନିୟେଲଙ୍କ ପରମେଶ୍ବରଙ୍କୁ ଭୟ ଓ ଭକ୍ତି କରିବା ଉଚିତ୍।
ତାହାଙ୍କୁ କତ୍ତୁର୍ତ୍ବ, ମହିମା ଓ ରାଜ୍ଯ ପ୍ରଦତ୍ତ ହେଲା। ତେଣୁ ସମୁଦାଯ ଗୋଷ୍ଠୀ, ଦେଶବାସୀ ଓ ଭାଷାବାଦୀମାନେ ତାଙ୍କର ଉପାସନା କରିବେ। ତାଙ୍କର ବିଧି ଅନନ୍ତକାଳୀନ ଓ ତାହା ଲୁପ୍ତ ହବେନାହିଁ। ଆଉ ତାଙ୍କର ରାଜ୍ଯ ଅବିନାଶୀ ହବେ।
ତା'ପ ରେ ତୁମ୍ଭମାନେେ ଜାଣିବ ଯେ, ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର। ଆମ୍ଭେ ପବିତ୍ର ପର୍ବତ ସିଯୋନ ରେ ବାସ କରିବା। ୟିରୁଶାଲମ ଗୋଟିଏ ପବିତ୍ର ସ୍ଥାନ ରେ ପରିଣତ ହବେ। ବିଦେଶୀଯମାନେ ଆଉ ଏହି ନଗର ରେ ପ୍ରବେଶ କରିପାରିବେ ନାହିଁ।
ସପ୍ତମ ଦୂତ ତାହାଙ୍କ ତୂରୀ ବଜାଇଲେ। ସ୍ବର୍ଗ ରେ ଉଚ୍ଚ ସ୍ବରମାନ ଶୁଣାଗଲା। ସମାନେେ କହିଲେ,