ବୈଥ୍ ହକ୍କରେମ୍ ପ୍ରଦେଶର ଅଧ୍ଯକ୍ଷ ରେଖବର ପୁତ୍ର ମଲକିଯ ଖତଦ୍ବାରର ଜୀର୍ଣ୍ଣଅଂଶ ଗଠନ କଲେ ଓ ତହିଁର କବାଟ, ହୁଡୁକା ଓ ଅର୍ଗଳ ଲଗାଇଲା।
Cross references
ଏହାପରେ ଯହେୂ ସଠାରୁେ ପ୍ରସ୍ଥାନ କଲା ବେଳେ ତାଙ୍କୁ ସାକ୍ଷାତ କରିବାକୁ ଆସୁଥିବା ରେଖବର ପୁତ୍ର ଯିହାନୋଦବଙ୍କୁ ଭଟେିଲେ। ସେ ଯିହାନୋଦବଙ୍କୁ ସ୍ବାଗତ କରି ପଚାରିଲେ, ତୁମ୍ଭେ ମାରେ ବିଶ୍ବସ୍ତ ବନ୍ଧୁ କି? ମୁଁ ଯେପରି ତୁମ୍ଭ ପ୍ରତି ସରଳ ଓ ବିଶ୍ବସ୍ତ?
ଅନ୍ଧାର ହବୋ ମାତ୍ ରେ ମୁଁ ଉପତ୍ୟକାର ଧାରଦଇେ ନାଗକୂପ ଓ ଖତଦ୍ବାର ପର୍ୟ୍ଯନ୍ତ ଗଲି ଓ ୟିରୁଶାଲମର ଭଗ୍ନ ପ୍ରାଚୀର ଓ ତହିଁର ଅଗ୍ନିଦଗ୍ଧ ଦ୍ବାରସବୁ ଦେଖିଲି।
ସମାନଙ୍କେ ନିକଟରେ ୟିରୁଶାଲମସ୍ଥ ପ୍ରଦେଶର ଅର୍ଦ୍ଧଭାଗ ରେ ଅଧ୍ଯକ୍ଷ ହୂରର ପୁତ୍ର ରଫାଯ ଭଗ୍ନ ପ୍ରାଚୀର ଗଠନ କଲେ।
ତାହା ନିକଟରେ ୟିରୁଶାଲମର ପ୍ରଦେଶର ଅର୍ଦ୍ଧଭାଗ ରେ ଅଧ୍ଯକ୍ଷ ହଲୋ ହେଶର ପୁତ୍ର, ଶଲ୍ଲୁମ ଓ ତାହାର କନ୍ଯାମାନେ ଜିର୍ଣ୍ଣ ପ୍ରାଚୀର ଗଠନ କଲେ।
ମିସ୍ପା ପ୍ରଦେଶର ଶାସକ କଲ୍ହୋଷିର ପୁତ୍ର ଶଲ୍ଲୁନ୍ ଝର ଦ୍ବାରର ଭଗ୍ନାଂଶ ଲଗାଇଲେ। ଏବଂ ତାର କବ୍ଜା, ଢାଲ, ଅର୍ଗଳ ସବୁ ଲଗାଇଲା। ଦାଉଦ ନଗରରୁ ତଳକୁ ୟିବା ପାବଛ ପର୍ୟ୍ଯନ୍ତ ସେ ରାଜାଙ୍କର ରାଜୋଦ୍ଯାନ ଓ ଶଲୋ ପୁଷ୍କରୀଣୀ ପ୍ରାଚୀର ମରାମତି କଲେ।
ଏହାପରେ ମୁଁ ଯିହୁଦାର ଅଧିପତିମାନଙ୍କୁ ପ୍ରାଚୀର ଉପରକୁ ଆଣିଲି। ଧନ୍ଯବାଦ ଓ ସଂକୀର୍ତ୍ତନ କରିବା ପାଇଁ ଦୁଇ ମହାଦଳ ନିୟୁକ୍ତି କଲି। ତହିଁରେ ଏକଦଳ ଦକ୍ଷିଣ ପାଶର୍ବ ରେ ପ୍ରାଚୀର ଉପରଦଇେ ଖତଦ୍ବାର ଆଡକୁ ଗଲେ।
ହେ ବିନ୍ଯାମୀନ ସନ୍ତାନଗଣ, ତୁମ୍ଭମାନେେ ରକ୍ଷା ପାଇବା ପାଇଁ ୟିରୁଶାଲମରୁ ପଳାଯନ କର। ତିକୋଯ ନଗର ରେ ତୂରୀ ବଜାଅ ଓ ବୈଥହକରମେ ରେ ଧ୍ବଜା ଟକେ। କାରଣ ଉତ୍ତର ଦିଗରୁ ଅମଙ୍ଗଳ ଓ ମହାବିନାଶ ଆସୁଅଛି।