ସମାନେେ ହେଲେ, ଲୋକମାନଙ୍କର ଅବଶିଷ୍ଟାଂଶ ଯାଜକମାନେ, ଲବେୀୟମାନେ, ଦ୍ବାରପାଳମାନେ, ଗାଯକମାନେ, ନଥୀନୀଯମାନେ ଓ ଯେ ସମସ୍ତ ଲୋକ ଯେଉଁମାନେ ସମାନଙ୍କେୁ ଅନ୍ୟ ସ୍ଥାନ ରେ ଲୋକମାନଙ୍କଠାରୁ ଅଲଗା କଲେ, କାରଣ ସମାନେେ ପରମେଶ୍ବରଙ୍କର ବ୍ଯବସ୍ଥା ରଖିପାରିବେ। ସମାନେେ ସମାନଙ୍କେର ସ୍ତ୍ରୀଗଣ, ସମାନଙ୍କେର ପୁତ୍ରଗଣ ଓ ସମାନଙ୍କେର କନ୍ଯାଗଣ, ପ୍ରେତ୍ୟକକ ଜ୍ଞାନବାନ ଓ ବୁଦ୍ଧିମାନ ଲୋକ, ସମାନେେ ସମାନଙ୍କେର ଭାତୃଗଣ, ସମାନଙ୍କେର କୁଳୀନଗଣ ଏହି ଶପଥ ନବୋ ପାଇଁ ରାଜି ଥିଲେ।
Cross references
ପୁଣି ତୁମ୍ଭମାନେେ ଆମ୍ଭ ଉଦ୍ଦେଶ୍ଯ ରେ ପବିତ୍ର ହବେ। କାରଣ ଆମ୍ଭେ ସଦାପ୍ରଭୁ ପବିତ୍ର ଅଟୁ। ତେଣୁ ତୁମ୍ଭମାନେେ ଯେପରି ଆମ୍ଭର ହବେ ଏଥିପାଇଁ ଆମ୍ଭେ ଅନ୍ୟ ଲୋକଙ୍କଠାରୁ ତୁମ୍ଭଙ୍କୁ ପୃଥକ୍ କରିଅଛୁ।
ମାଶାେ ସମସ୍ତ ଇଶ୍ରାୟେଲ ଲୋକମାନଙ୍କୁ ଡାକି ଏକତ୍ରିତ କଲେ ଏବଂ ସମାନଙ୍କେୁ କହିଲେ, ହେ ଇଶ୍ରାୟେଲୀୟ ଲୋକମାନେ ଶକ୍ସ୍ଟଣ ମୁ ତୁମ୍ଭକୁ ସଦାପ୍ରଭୁଙ୍କର ବ୍ଯବସ୍ଥା ଓ ବିଧି ସବୁ କହକ୍ସ୍ଟଅଛି। ଏହି ବିଧିସବୁ ଗ୍ରହଣ କର ଓ ପାଳନ କର।
ଏଥିପାଇଁ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବର ଯେପରି ଆଜ୍ଞା ଦଇେଛନ୍ତି, ସହେିପରି ଭାବରେ ପାଳନ କରିବାପାଇଁ ମନୋୟୋଗ କରିବେ। ତୁମ୍ଭମାନେେ ତହିଁର ଦକ୍ଷିଣା ରେ କି ବାମ ରେ ଫରେିବ ନାହିଁ।
' ଯେଉଁ ମନକ୍ସ୍ଟଷ୍ଯ କୌଣସି ଖାଦେିତ କିଅବା ଛାଞ୍ଚଢଳା ମୂର୍ତ୍ତୀ ନିର୍ମାଣ କରେ ଯାହା ସଦାପ୍ରଭୁ ଘୃଣା କରନ୍ତି ଏବଂ ଏହାକକ୍ସ୍ଟ ଏକ ଗୋପନ ସ୍ଥାନ ରେ ସ୍ଥାପନ କରେ, ସେ ଶାପଗ୍ରସ୍ତ ହବୋ ଉଚିତ୍।'
ତୁମ୍ଭମାନେେ ସମସ୍ତେ ସଦାପ୍ରଭୁ ତୁମ୍ଭର ପରମେଶ୍ବରଙ୍କଠାରେ ଚକ୍ସ୍ଟକ୍ତି କରିବା ପାଇଁ ଏଠା ରେ ଛିଡା ହାଇେଛ। ସଦାପ୍ରଭୁ ତୁମ୍ଭମାନଙ୍କ ସହିତ ଆଜି ଏହି ଚକ୍ସ୍ଟକ୍ତି କରୁଛନ୍ତି।
ମାଶାେ ଆମ୍ଭକକ୍ସ୍ଟ ନୀଯମଗକ୍ସ୍ଟଡିକ ଶିକ୍ଷା ଦେଲେ, ତାହା ୟାକକ୍ସ୍ଟବର ଲୋକମାନଙ୍କର ଚିରସ୍ଥାଯୀ ଅଧିକାର।
ତଥାପି ତା'ପରେ ଯହେୂ ସଦାପ୍ରଭୁଙ୍କର ଆଦେଶଗୁଡିକ ପୂର୍ଣ୍ଣଦୟା ରେ ଅନୁକରଣ କଲେ ନାହିଁ। ନବାଟଙ୍କ ପୁତ୍ର ୟାରବିଯାମଙ୍କର ପାପକୁ ଯହେୂ ସଂପୂର୍ଣ୍ଣ ରୂପେ ପରିତ୍ଯାଗ କରି ପାରିଲେ ନାହିଁ, ୟିଏ ଇଶ୍ରାୟେଲର ପାପ କରିବାର କାରଣ ହାଇେଥିଲା।
ଏଥି ରେ ରାଜା ସ୍ତମ୍ଭ ସମ୍ମୁଖ ରେ ଠିଆ ହେଲେ। ସଦାପ୍ରଭୁଙ୍କ ସହିତ ଗୋଟିଏ ୟୁକ୍ତି କଲେ ଏବଂ ସଦାପ୍ରଭୁଙ୍କୁ ଅନୁକରଣ କରିବାକୁ ତାଙ୍କର ଆଜ୍ଞାମାନ, ସାକ୍ଷକଥା ଓ ନିଯମମାନ ତାଙ୍କ ସମସ୍ତ ହୃଦଯ ଓ ମନ ସହିତ ପ୍ରତିଜ୍ଞା କଲେ ଏବଂ ପ୍ରେତ୍ୟକକ ଲୋକ ଏହା କରିବାକୁ ରାଜି ହେଲେ।
ଯେଉଁମାନେ ପ୍ରଥମେ ଫରେିଆସି ସମାନଙ୍କେର ଅଧିକାର ରେ ସଠାେରେ ସମାନଙ୍କେର ନଗର ରେ ବାସ କଲେ, ସେଥିମଧ୍ଯରୁ କେତକେ ଇଶ୍ରାୟେଲୀୟ, ଯାଜକଗଣ, ଲବେୀୟଗଣ ଓ ସବେକଗଣ ଥିଲେ।
ବର୍ତ୍ତମାନ, ହେ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର, ତୁମ୍ଭର ଦାସ ଦାଉଦଙ୍କୁ ଦତ୍ତ ତୁମ୍ଭର ପ୍ରତିଜ୍ଞା ରକ୍ଷା କର। ତୁମ୍ଭେ ଏହା ପ୍ରତିଜ୍ଞା କରିଥିଲ ; ତୁମ୍ଭେ କହିଲ, 'ଦାଉଦ, ତୁମ୍ଭର ଭବିଷ୍ଯତ ବଂଶଧରମାନଙ୍କରୁ ଜଣେ ସର୍ବଦା ମାେ ସମ୍ମୁଖ ରେ ଇଶ୍ରାୟେଲର ସିଂହାସନ ଉପରେ ବିରାଜମାନ ହବେ। ଯଦି ତୁମ୍ଭର ପୁତ୍ରମାନେ ନିଜର କର୍ମ ସାବଧାନତା ପୂର୍ବକ କରିବେ, ତବେେ କବଳେ ଏହା ଘଟିବ। ତୁମ୍ଭେ ଯେପରି ମାରେ ଆଇନ୍ସବୁ ପାଳନ କରିଅଛ, ସହେିପରି ସମାନଙ୍କେୁ ମଧ୍ଯ ମାରେ ଆଇନ୍ ମାନିବାକୁ ପଡ଼ିବ।'
ଯେଉଁ ବ୍ଯକ୍ତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବରଙ୍କର ଉପାସନା କରିବାକୁ ମନା କଲା, ସେ ମୃତ୍ଯୁଦଣ୍ଡ ଭୋଗ କରୁଥିଲା। ସହେି ବ୍ଯକ୍ତି ଜଣେ ବିଖ୍ଯାତ ବ୍ଯକ୍ତି ହେଉ କି ନ ହେଉ, କିଅବା ସହେି ବ୍ଯକ୍ତି ଜଣେ ପୁରୁଷ ହେଉ ଅବା ନାରୀ ହେଉ, ସେଥି ରେ କିଛି ଫରକ ପଡ଼ୁ ନ ଥିଲା।
ଏହାପରେ ରାଜା ତାଙ୍କ ସ୍ଥାନ ରେ ଉଠି ଛିଡ଼ା ହେଲେ ଓ ସେ ସଦାପ୍ରଭୁଙ୍କ ସହିତ ଗୋଟିଏ ନିଯମ କଲେ। ସେ ସଦାପ୍ରଭୁଙ୍କ ଅନୁଗମନ କରିବା ଓ ସଦାପ୍ରଭୁଙ୍କ ଆଦେଶ, ନିଯମ ଓ ନୀତିକୁ ମାନିବା ପାଇଁ ସମସ୍ତ ହୃଦଯ ଓ ଆତ୍ମାର ସହିତ ପୁସ୍ତକରେ ଥିବା ନିଯମର ବାକ୍ଯକୁ ମାନିବା ନିମନ୍ତେ ସମ୍ମତ ହେଲେ।
ଏହାପରେ ଧନୀଲୋକମାନେ ଓ ଅଧ୍ଯକ୍ଷମାନେ ତାଙ୍କୁ କହିଲେ, ଆମ୍ଭମାନେେ ଏସବୁ ଫରୋଇ ଦବେୁ, ସମାନଙ୍କେୁ କିଛି ମାଗିବୁ ନାହିଁ। ଆପଣ ଯେପରି କହୁଛନ୍ତି ଆମ୍ଭେ ସହେିପରି କରିବୁ।
ମନ୍ଦିରର ଦାସମାନେ ହେଲେ: ସହୀର ବଂଶଧରମାନେ, ହସ୍ବଫା, ଟଦ୍ଦାଯୋତର ବଂଶଧର।
ସପ୍ତମ ମାସର ପ୍ରଥମ ଦିନ ରେ ଯାଜକ ଏଜ୍ରା, ପୁରୁଷ ଓ ସ୍ତ୍ରୀ ସମ୍ମୁଖ ରେ ବ୍ଯବସ୍ଥାପୁସ୍ତକ ଆଣିଲେ। ସମସ୍ତେ ଯେଉଁମାନେ ଶୁଣିପାରିବେ ଓ ବୁଝିପାରିଲେ।
ସେ ଜଳଦ୍ବାର ସମ୍ମୁଖସ୍ଥ ଛକରେ ପୁରୁଷ ଓ ସ୍ତ୍ରୀ ଆଦି ଯେତେ ଲୋକ ବୁଝି ପାରନ୍ତି, ସେ ସମସ୍ତଙ୍କ ଆଗ ରେ ପ୍ରଭାତରୁ ମଧ୍ଯାହ୍ନ ପର୍ୟ୍ଯନ୍ତ ସହେି ବ୍ଯବସ୍ଥା ପୁସ୍ତକରୁ ପାଠ କଲେ। ଆଉ ସମସ୍ତ ଲୋକେ ତାହା ଶ୍ରବଣ କଲେ।
ସହେି ଲୋକମାନଙ୍କ ମଧ୍ଯରୁ ଯେଉଁମାନେ ଇଶ୍ରାୟେଲୀୟ ବଂଶ ସମାନେେ ବିଦେଶିମାନଙ୍କ ନିକଟରୁ ଅଲଗା ଠିଆ ହେଲେ। ଇଶ୍ରାୟେଲୀୟମାନେ ମନ୍ଦିର ରେ ଠିଆ ହାଇେ ନିଜର ପାପ ସ୍ବୀକାର କରିବା ସଙ୍ଗେ ସଙ୍ଗେ ସମାନଙ୍କେ ପୂର୍ବପୁରୁଷଗଣ କରିଥିବା ପାପ ସ୍ବିକାର କଲେ।
ତେଣୁ ମୁଁ ସମାନଙ୍କେ ସହିତ ବାଦାନୁବାଦ କଲି ଓ ସମାନଙ୍କେୁ ଅଭିଶାପ ଦଲେି। ସମାନଙ୍କେ ମଧ୍ଯରୁ କେତକଙ୍କେୁ ପ୍ରହାର କଲି। ମୁଁ ସମାନଙ୍କେ ଦାଢି ମଧ୍ଯ ଉତ୍ପାଟନ କଲି ଏବଂ ପରମେଶ୍ବରଙ୍କ ନାମ ରେ ସମାନଙ୍କେୁ ପ୍ରତିଜ୍ଞା କରାଇଲି, ତୁମ୍ଭମାନେେ ସମାନଙ୍କେ ପୁତ୍ରମାନଙ୍କୁ ଆପଣାର କନ୍ଯା ଦିଅନାହିଁ ଏବଂ କିମ୍ବା ଆପଣା ପୁତ୍ର ନିମନ୍ତେ ସମାନଙ୍କେ କନ୍ଯା ଗ୍ରହଣ କର ନାହିଁ।
ହେ ସଦାପ୍ରଭୁ, ଆମ୍ଭମାନଙ୍କର ପ୍ରଭୁ, ତୁମ୍ଭର ନାମ ଏ ପୃଥିବୀରେ ସବୁଠାରୁ ଆଶ୍ଚର୍ୟ୍ଯଜନକ ଓ ପ୍ରଶଂସାୟୁକ୍ତ। ତୁମ୍ଭର ନାମ ସ୍ବର୍ଗରେ ମଧ୍ଯ ପ୍ରଶଂସା ୟୋଗ୍ଯ ଅଟେ।
ହେ ସଦାପ୍ରଭୁ, ଆମ୍ଭମାନଙ୍କର ପ୍ରଭୁ, ଏହି ପୃଥିବୀରେ ତୁମ୍ଭର ନାମ ସବୁଠାରେ ମହିମାନ୍ବିତ।
ପରମେଶ୍ବର ଏପରି କଲେ, ତଣେୁ ତାଙ୍କର ଲୋକମାନେ ତାଙ୍କର ନିଯମ ମାନିବେ ଓ ତାଙ୍କର ଦଇେଥିବା ଶିକ୍ଷା ପାଳନ କରିବେ। ପରମେଶ୍ବରଙ୍କର ପ୍ରଶଂସା କର !
ତୁମ୍ଭର ବିଚାର ଉତ୍ତମ ଏବଂ ମୁଁ ତାହାସବୁ ମାନିବା ପାଇଁ ଶପଥ କରେ।
ଭବିଷ୍ଯତ ରେ ସଦାପ୍ରଭୁ ପୁନର୍ବାର ଯାକୁବକୁ ପ୍ ରମେ କରିବେ। ସେ ପୁଣି ଇଶ୍ରାୟେଲ ଲୋକଙ୍କୁ ମନୋନୀତ କରିବେ। ସହେି ସମୟରେ ସମାନଙ୍କେୁ ସମାନଙ୍କେ ଦଇେ ଫରୋଇ ଦବେେ। ତା'ପ ରେ ବିଦେଶୀମାନେ ସମାନଙ୍କେ ସହିତ ସଂୟୁକ୍ତ ହବେେ। ଉଭୟେ ଯାକୁବଙ୍କ ପ୍ରତି ଆକୃଷ୍ଟ ହବେେ।
ପୁଣି ତୁମ୍ଭେ ସମାନଙ୍କେୁ କହିବ, 'ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭମାନେେ ଆମ୍ଭ ବ୍ଯବସ୍ଥାନୁସା ରେ ଚାଲିବ ଓ ଆମ୍ଭର ବାକ୍ଯ ପ୍ରତି ଧ୍ଯାନ ଦବେ।
ଏବଂ ମୁଁ ତୁମ୍ଭମାନଙ୍କ ଅନ୍ତର ରେ ମାରେ ଆତ୍ମା ସ୍ଥାପନ କରିବି। ଏବଂ ମୁଁ ତୁମ୍ଭମାନଙ୍କୁ ପରିବର୍ତ୍ତନ କରିବି ଯେପରି ତୁମ୍ଭମାନେେ ମାରେ ନିଯମ ସକଳ ମାନିବ ଏବଂ ମାରେ ଆଜ୍ଞାସବୁ ରଖିବାକୁ ଯତ୍ନବାନ ହବେ।
ମାଶାଙ୍କେର ବ୍ଯବସ୍ଥାକୁ ମନେ ପକାଅ ଓ ପାଳନ କର। ସେ ଆମ୍ଭର ଅନୁଚର। ଆମ୍ଭେ ହାରବେ ପର୍ବତ ରେ ଏହି ବ୍ଯବସ୍ଥା ଓ ନିଯମମାନ ତାଙ୍କୁ ଦଇେଥିଲୁ। ସହେି ବ୍ଯବସ୍ଥା ଇଶ୍ରାୟେଲର ସମସ୍ତ ଲୋକଙ୍କ ପାଇଁ ଥିଲା।
ମାଶାଙ୍କେ ଦ୍ବାରା ଆମ୍ଭକୁ ନିୟମ ମିଳିଲା, କିନ୍ତୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ବାରା ଅନୁଗ୍ରହ ଓ ସତ୍ଯ ମାର୍ଗ ଆସିଲା।
ଏହା ସତ୍ଯ ଯେ ମାଶାେ ତୁମ୍ଭକୁ ନିୟମ (ବ୍ଯପସ୍ଥା) ଦଇେଛନ୍ତି। କିନ୍ତୁ ତୁମ୍ଭମାନଙ୍କ ମଧ୍ଯରୁ କହେି ସେ ନିୟମ ମାନୁ ନାହଁ। ତୁମ୍ଭେ ମାେତେ କାହିଁକି ମାରି ଦବୋ ପାଇଁ ଚେଷ୍ଟା କରୁଛ?
ତୁମ୍ଭେ ଯଦି ମାେ କହିବା ଅନୁଯାଯୀ କାମ କର, ତବେେ ତୁମ୍ଭମାନେେ ମାରେ ବନ୍ଧୁ।
ବର୍ଣ୍ଣବ୍ବା ସଠାେରେ ପହଞ୍ଚି ସହେି ଲୋକମାନଙ୍କୁ ପରମେଶ୍ବର ଦଇେଥିବା ଆଶୀର୍ବାଦ ଦେଖି ବହୁତ ଖୁସି ହେଲେ। ସେ ସମାନଙ୍କେୁ ଆହୁରି ଉତ୍ସାହିତ କଲେ। ସେ ସମାନଙ୍କେୁ କହିଲେ, ତୁମ୍ଭର ବିଶ୍ବାସ କଦାପି ହରାଅ ନାହିଁ, ସର୍ବାନ୍ତଃକରଣ ରେ ପ୍ରଭୁଙ୍କର ବାଧ୍ଯ ହୁଅ।
କେତକେ ଲୋକ ପାଉଲଙ୍କ ସହିତ ୟୋଗଦାନ କଲେ ଓ ବିଶ୍ବାସ କଲେ। ସମାନଙ୍କେ ଭିତ ରେ ଆରୟପାଗୀୟ ସଭାର ସଦସ୍ଯ ଦିୟନୁସିୟ ଓ ଦାମାରି ନାମକ ଜଣେ ସ୍ତ୍ରୀ ଲୋକ ଓ ଅନ୍ୟମାନେ ମଧ୍ଯ ଥିଲେ।
ତହିଁ ଆରଦିନ କେତକେ ଯିହୂଦୀ ଗୋଟିଏ ଯୋଜନା କଲେ। ସମାନେେ ପାଉଲଙ୍କୁ ହତ୍ଯା କରିବା ପାଇଁ ଚାହିଁଲେ। ତାହାଙ୍କୁ ହତ୍ଯା ନକରିବା ପର୍ୟ୍ଯନ୍ତ ସମାନେେ ଅନ୍ନଜଳ ସ୍ପର୍ଶ କରିବେ ନାହିଁ ବୋଲି ଶପଥ କଲେ।
କିନ୍ତୁ ଆପଣ ସମାନଙ୍କେ କଥା ବିଶ୍ବାସ କରିବେ ନାହିଁ। ଚ଼ାଳିଶ ଜଣରୁ ଅଧିକ ଯିହୂଦୀୟ ଲୁଚ଼ଛନ୍ତି ଏବଂ ପାଉଲଙ୍କୁ ହତ୍ଯା କରିବା ପାଇଁ ଅପେକ୍ଷା କରିଛନ୍ତି। ସମାନେେ ତାହାଙ୍କୁ ନ ମାରିବା ପର୍ୟ୍ଯନ୍ତ ଅନ୍ନଜଳ ସ୍ପର୍ଶ କରିବେ ନାହିଁ ବୋଲି ପ୍ରତିଜ୍ଞା କରିଛନ୍ତି, ଏବେ ସମାନେେ ଆପଣଙ୍କ ସମ୍ମତିକୁ ଅପେକ୍ଷା କରି ପ୍ରସ୍ତୁତ ଅଛନ୍ତି।
ତୁମ୍ଭର ପ୍ ରମେ ନିଷ୍କପଟ ହେଉ। ମନ୍ଦକୁ ଘୃଣା କର।
ଯଦି ତା'ପରେ ମଧ୍ଯ ସେ ପୁନଃ ତର୍କବିତର୍କ କରେ, ତା' ସହିତ ସମ୍ପର୍କ ରଖ ନାହିଁ। ତୁମ୍ଭେ ଜାଣି ରଖ ଯେ ସଭେଳି ଲୋକ ମନ୍ଦ ଓ ପାପୀ। ତାହାର ପାପ ପ୍ରମାଣିତ କରେ ଯେ ସେ ହେଉଛି ଦୋଷୀ।