Home Bibles ମାଥିଉଲିଖିତ ସୁସମାଚାର 26:64 · ଓଡ଼ିଆ ବାଇବେଲ
ମାଥିଉଲିଖିତ ସୁସମାଚାର 26:64 · ଓଡ଼ିଆ ବାଇବେଲ

ଯୀଶୁ କହିଲେ, ହଁ, ମୁଁ ପରମେଶ୍ବରଙ୍କ ପୁତ୍ର ଖ୍ରୀଷ୍ଟ। କିନ୍ତୁ ମୁଁ ତୁମ୍ଭକୁ କହି ରଖୁଛି ଯେ ତୁମ୍ଭେ ଭବିଷ୍ଯତ ରେ ମନୁଷ୍ଯପୁତ୍ରଙ୍କୁ ସହେି ସର୍ବଶକ୍ତିମାନ ପରମେଶ୍ବରଙ୍କ ଡ଼ାହାଣ ପଟେ ବସିଥିବାର ଓ ଆକାଶର ମେଘମାଳା ରେ ଆସୁଥିବାର ଦେଖିବ।

Cross references

ଗୀତସଂହିତା 110:1

ସଦାପ୍ରଭୁ ମାରେ ପ୍ରଭୁଙ୍କୁ କହିଲେ, ମାେ ସହିତ ମାରେ ଦକ୍ଷିଣ ପାଖରେ ବସ। ଆମ୍ଭେ ତୁମ୍ଭ ଶତ୍ରୁଗଣଙ୍କୁ ତୁମ୍ଭର ପାଦପୀଠ କରିବା ପର୍ୟ୍ଯନ୍ତ।

ଦାନିଏଲ 7:13

ଆଉ ମୁଁ ରାତ୍ରି ରେ ଦର୍ଶନ ରେ ଦେଖିଲି, ମନୁଷ୍ଯ ସଦୃଶ କହେି ଆକାଶ ରେ ମେଘ ରେ ଆସିଲେ। ଏବଂ ସେ ଆକାଶର ମେଘଖଣ୍ତ ଉପ ରେ ସହେି ବୃଦ୍ଧଙ୍କ ନିକଟକୁ ଆସିଲେ ଓ ସମାନେେ ତାଙ୍କୁ ତାହାଙ୍କ ଛାମୁକୁ ଆଣିଲେ।

ମାଥିଉଲିଖିତ ସୁସମାଚାର 16:27

ମନୁଷ୍ଯପୁତ୍ର ନିଜର ପିତାଙ୍କ ମହିମା ସହିତ ତାହାଙ୍କର ସ୍ବର୍ଗଦୂତମାନଙ୍କ ସଙ୍ଗେ ଆସିବେ। ସେ ସମୟରେ ମନୁଷ୍ଯପୁତ୍ର ପ୍ରେତ୍ୟକକ ଲୋକକୁ ତାର କର୍ମ ଅନୁସାରେ ଫଳ ଦବେେ।

ମାଥିଉଲିଖିତ ସୁସମାଚାର 24:30

ସତେିକି ବେଳେ ମନୁଷ୍ଯପୁତ୍ରଙ୍କ ଆସିବା ସଙ୍କତେ ଆକାଶ ରେ ଦଖାଦେବେ। ଜଗତର ସମସ୍ତ ଲୋକ ବିଳାପ କରିବେ। ଲୋକେ ତାହାଙ୍କୁ ଆକ୍ଶ ରେ ମେଘମାଳା ଉପରେ ଆସୁଥିବାର ଦେଖିବେ। ମନୁଷ୍ଯପୁତ୍ର ଶକ୍ତି ଓ ମହାନ୍ ମହିମା ସହିତ ଆସିବେ।

ମାଥିଉଲିଖିତ ସୁସମାଚାର 25:31

ମନୁଷ୍ଯପୁତ୍ର ପୁଣି ଥରେ ଆସିବେ। ସେ ତାହାଙ୍କର ମହିମା ସହିତ ଆସିବେ। ତାହାଙ୍କ ସହିତ ସମସ୍ତ ସ୍ବର୍ଗଦୂତ ମାନେ ଆସିବେ। ସେ ରାଜା ହବେେ ଏବଂ ତାହାଙ୍କର ମହାନ ସିଂହାସନ ଉପରେ ବସିବେ।

ମାଥିଉଲିଖିତ ସୁସମାଚାର 26:25

ତା'ପରେ ୟିହୂଦା, ୟିଏ ତାହାଙ୍କୁ ଶତୃମାନଙ୍କୁ ଧ ରଇେ ଦବୋକୁ ଯାଉଥିଲା, କହିଲା ଗୁରୁ, ସେ କ'ଣ ମୁଁ?

ମାଥିଉଲିଖିତ ସୁସମାଚାର 27:11

ଏହି ସମୟରେ ଯୀଶୁ ରାଜ୍ଯପାଳ ପୀଲାତ ଆଗ ରେ ଠିଆ ହେଲେ। ରାଜ୍ଯପାଳ ତାହାଙ୍କୁ ପଚାରିଲେ, ତୁମ୍ଭେ କ'ଣ ଯିହୂଦୀମାନଙ୍କର ରାଜା?

ମାର୍କଲିଖିତ ସୁସମାଚାର 14:62

ଯୀଶୁ ଉତ୍ତର ଦେଲେ, ହଁ ମୁଁ ପରମେଶ୍ବରଙ୍କ ପୁତ୍ର। ଏବଂ ଭବିଷ୍ଯତ ରେ ତୁମ୍ଭେ ମନୁଷ୍ଯପୁତ୍ରଙ୍କୁ ସହେି ସର୍ବଶକ୍ତିମାନଙ୍କ ଡାହାଣ ପଟେ ବସିଥିବାର ଏବଂ ସ୍ବର୍ଗର ମେଘମାଳା ମଧିଅରେ ଆସୁଥିବାର ଦେଖିବ।

ଲୂକଲିଖିତ ସୁସମାଚାର 21:27

ସେତବେେଳେ ଲୋକେ ମନୁଷ୍ଯ ପୁତ୍ରଙ୍କୁ ଶକ୍ତି ଓ ମହା ଗୌରବ ସହିତ ମେଘମାଳା ଉପରେ ଆସୁଥିବାର ଦେଖିବେ।

ଲୂକଲିଖିତ ସୁସମାଚାର 22:70

ସମାନେେ ସମସ୍ତେ କହିଲେ, ତବେେ କ'ଣ ତୁମ୍ଭେ ପରମେଶ୍ବରଙ୍କ ପୁତ୍ର? ଯୀଶୁ ସମାନଙ୍କେୁ କହିଲେ, ହଁ, ତୁମ୍ଭେ ଯାହା କହିଛ. ତାହା ଠିକ୍।

ଯୋହନଲିଖିତ ସୁସମାଚାର 1:50

ଯୀଶୁ ନିଥନିଯଲଙ୍କେୁ କହିଲେ, ମୁଁ ତୁମ୍ଭକୁ କହିଲି ଯେ, ମୁଁ ତୁମ୍ଭକୁ ଡିମ୍ବିରି ଗଛ ତଳେ ଦେଖିଥିଲି। ସେଥିପାଇଁ ତୁମ୍ଭେ ମାେତେ ବିଶ୍ବାସ କରୁଛ। କିନ୍ତୁ ତୁମ୍ଭେ ତା'ଠାରୁ ଆହୁରି ଶ୍ ରେଷ୍ଠତର ବିଷୟ ଦେଖିବ।

ଯୋହନଲିଖିତ ସୁସମାଚାର 18:37

ପୀଲାତ କହିଲେ, ତବେେ ତୁମ୍ଭେ ଜଣେ ରାଜା।

ରେରିତମାନଙ୍କ କାର୍ଯ୍ୟର ବିବରଣ 1:11

ସହେି ଦୁଇଜଣ ପୁରୁଷ ପ୍ ରରେିତମାନଙ୍କୁ କହିଲେ, ହେ ଗାଲିଲୀର ଲୋକେ, ତୁମ୍ଭମାନେେ ଏଠା ରେ ଠିଆ ହାଇେ ଆକାଶ ଆଡ଼େ କାହିଁକି ଚାହିଁଛ? ଏହି ଯୀଶୁଙ୍କୁ ଯେପରି ତୁମ୍ଭମାନଙ୍କ ମଧ୍ଯରୁ ଉଠାଇ ନିଆଗଲା, ସେ ସ୍ବର୍ଗକୁ ଗଲେ ଓ ତୁମ୍ଭମାନେେ ତାହାଙ୍କୁ ଉପରକୁ ୟିବାର ଯେପରି ଦେଖିଲ, ସହେିପରି ସେ ପୁଣି ଫରେିଆସିବେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 7:55

କିନ୍ତୁ ସ୍ତିଫାନ ପବିତ୍ର ଆତ୍ମା ରେ ପୂର୍ଣ୍ଣ ହାଇେ ଆକାଶକୁ ଚାହିଁଲେ। ସଠାେରେ ସେ ପରମେଶ୍ବରଙ୍କ ଗୌରବ ଦେଖିଲେ। ସେ ଯୀଶୁଙ୍କୁ ପରମେଶ୍ବରଙ୍କ ଡାହାଣ ପଟେ ଠିଆ ହବୋର ଦେଖିଲେ।

ରୋମୀୟଙ୍କ ପ୍ରତି ପତ୍ର 14:10

ଅତଏବ, ତୁମ୍ଭେ ନିଜ ଭାଇଙ୍କୁ ବିଗ୍ଭର କର ନାହିଁ। ନିଜକୁ ନିଜ ଭାଇଠାରୁ ଅଧିକ ଭଲ ବୋଲି ଭାବ ନାହିଁ। ଆମ୍ଭେ ସମସ୍ତେ ନ୍ଯାୟବିଚ୍ଭାର ପାଇଁ ପରମେଶ୍ବରଙ୍କ ଆଗ ରେ ଠିଆ ହବୋ, ଓ ସେ ଆମ୍ଭର ବିଚ୍ବାର କରିବେ।

ଥେସଲନୀକୀୟଙ୍କ ପ୍ରତି ପ୍ରଥମ ପତ୍ର 4:16

ସ୍ବର୍ଗରୁ ପ୍ରଭୁ ନିଜେ ଓହ୍ଲାଇ ଆସିବେ। ସେତବେେଳେ ଉଚ୍ଚ ସ୍ବର ରେ ଏକ ଆଦେଶ ହବେ। ମୁଖ୍ଯ ସ୍ବର୍ଗଦୂତଙ୍କ ସ୍ବର ଓ ପରମେଶ୍ବରଙ୍କ ତୂରୀନାଦ ମାଧ୍ଯମ ରେ ଏହି ଆଦେଶ ଦିଆ ହବେ। ଯେଉଁମାନେ ଖ୍ରୀଷ୍ଟଙ୍କଠା ରେ ଥାଇ ମରିଛନ୍ତି, ସମାନେେ ପ୍ରଥମ ରେ ପୁନରୁତ୍ଥିତ ହବେେ।

ଏବ୍ରୀ 1:3

ସେ ପରମେଶ୍ବରଙ୍କ ମହିମାର ଅବିକଳ ପ୍ରତିମୂର୍ତ୍ତି। ସହେି ପୁତ୍ର ନିଜର ଶକ୍ତିୟୁକ୍ତ ବାକ୍ଯ ଦ୍ବାରା ପ୍ରେତ୍ୟକକ ବିଷୟକୁ ଧରି ରଖିଛନ୍ତି। ସହେି ପୁତ୍ର ଲୋକମାନଙ୍କୁ ପାପରୁ ମୁକ୍ତ କରି ସମାନଙ୍କେୁ ପବିତ୍ର କଲେ। ତା'ପରେ ସେ ସ୍ବର୍ଗସ୍ଥ ମହାମହିମ ପରମେଶ୍ବରଙ୍କ ଡ଼ାହାଣପଟ ରେ ବସିଲେ।

ଏବ୍ରୀ 12:2

ଆମ୍ଭେ ସର୍ବଦା ଯୀଶୁଙ୍କ ଉଦାହରଣ ଗ୍ରହଣ କରିବା ଉଚିତ। ଆମ୍ଭ ବିଶ୍ବାସର ନେତା ଯୀଶୁଖ୍ରୀଷ୍ଟ ଅଟନ୍ତି। ସେ ଆମ୍ଭର ବିଶ୍ବାସକୁ ସିଦ୍ଧ କରନ୍ତି। ସେ କୃଶ ଉପରେ ମୃତ୍ଯୁର ଯାତନା ଭୋଗିଛନ୍ତି। କିନ୍ତୁ ସେ କୃଶର ଲଜ୍ଜାକୁ ଏକ ଅର୍ଥହୀନ ବିଷୟ ବୋଲି ମନେ କରି ଗ୍ରହଣ କରିଛନ୍ତି। ପରମେଶ୍ବର ତାହାଙ୍କ ସମ୍ମୁଖ ରେ ଯେଉଁ ଆନନ୍ଦର ଲକ୍ଷ୍ଯ ରଖିଥିଲେ, ସେଥିପାଇଁ ସେ ତାହା କଲେ। ଏବେ ସେ ପରମେଶ୍ବରଙ୍କ ସିଂହାସନର ଡାହାଣ ରେ ବସିଛନ୍ତି।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 1:7

ଦେଖ, ଯୀଶୁ ମେଘମାଳା ରେ ଆସୁଅଛନ୍ତି। ପ୍ରେତ୍ୟକକ ଲୋକର ଚକ୍ଷୁ ତାହାଙ୍କୁ ଦେଖିବ ଏପରିକି ତାହାଙ୍କୁ ବିଦ୍ଧ କରିଥିବା ଲୋକମାନେ ମଧ୍ଯ ତାହାଙ୍କୁ ଦେଖିବେ। ଏ ପୃଥିବୀର ସବୁ ଜାତିର ଲୋକମାନେ ତାହାଙ୍କ ଆଗମନ ରେ ଉଚ୍ଚସ୍ବର ରେ ରୋଦନ କରିବେ। ହଁ, ଏହା ଘଟିବ। ଆମେନ୍।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 20:11

ତା'ପରେ ମୁଁ ଗୋଟିଏ ବିରାଟ ଶୁଭ୍ର ସିଂହାସନ ଦେଖିଲି। ମୁଁ ଜଣେ ବ୍ଯକ୍ତିଙ୍କୁ ସହେି ସିଂହାସନ ରେ ବସିଥିବାର ଦେଖିଲି। ଆକାଶ ଓ ପୃଥିବୀ ତାହାଙ୍କ ପାଖରୁ ଦୌଡ଼ି ଚାଲିଗଲେ ଓ ଉଭଇେ ଗଲେ।

Interlinear

Choose Theme