ଉତ୍ତର ରେ ଯୀଶୁ କହିଲେ, ହେ ଶିମାନେ! ୟୂନସଙ୍କ ପୁତ୍ର! ତୁମ୍ଭେ ଧନ୍ଯ! ଏକଥା ତୁମ୍ଭକୁ କୌଣସି ମଣିଷ ଶିଖାଇ ନାହିଁ। ମାେ ସ୍ବର୍ଗୀୟ ପିତା ତୁମ୍ଭକୁ ଏକଥା ଶିଖାଇଛନ୍ତି।
Cross references
ତୁମ୍ଭର ସନ୍ତାନମାନେ ସମସ୍ତେ ପରମେଶ୍ବରଙ୍କ ଦ୍ବାରା ଶିକ୍ଷିତ ହବେେ ଓ ସମାନଙ୍କେର ପରମ ଶାନ୍ତି ହବେ।
ଆତ୍ମି ରେ ଦିନହୀନ ଲୋକମାନେ ଧନ୍ଯ, କାରଣ ସ୍ବର୍ରାଜ୍ଯ ସହେିମାନଙ୍କର।
ସେତବେେଳେ ଯୀଶୁ କହିଲେ, ହେ ପରମପିତା, ତୁମ୍ଭେ ସ୍ବର୍ଗ ଓ ପୃଥିବୀର ପ୍ରଭୁ। ତୁମ୍ଭେ ଏହିସବୁ ବିଷୟ ଜ୍ଞାନୀ ଓ ବୁଦ୍ଧିମାନ ଲୋକମାନଙ୍କ ନିକଟରୁ ଲୁଚାଇ ରଖି ପିଲାଙ୍କ ଭଳି ସରଳ ଲୋକଙ୍କ ନକଟ ରେ ସଗେୁଡିକୁ ପ୍ରକାଶ କରିଛ। ଏଥିପାଇଁ ମୁଁ ତୁମ୍ଭର ସ୍ତୁତି କରୁଛି।
କିନ୍ତୁ ତୁମ୍ଭେ ଧନ୍ଯ, କାରଣ ତୁମ୍ଭେ ଯାହା ଆଖି ରେ ଦେଖୁଛ, ତାହା ବୁଝୁଛ। ତୁମ୍ଭେ ଯାହା କାନ ରେ ଶୁଣୁଛ, ତାହା ବୁଝୁଛ।
ତ'ପରେ ପବିତ୍ରଆତ୍ମା ଯୀଶୁଙ୍କୁ ଅତ୍ଯନ୍ତ ଆନନ୍ଦିତ କରାଇଲେ। ଯୀଶୁ କହିଲେ, ହେ ପରମପିତା! ହେ ସ୍ବର୍ଗ ଓ ପୃଥିବୀର ପ୍ରଭୁ! ମୁଁ ତୁମ୍ଭକୁ ପ୍ରଂଶସା କରୁଛି। କାରଣ ତୁମ୍ଭେ ଏହି କଥାଗୁଡିକୁ ଜ୍ଞାନୀ ଓ ବୁଦ୍ଧିମାନ ଲୋକମାନଙ୍କ ନିକଟରୁ ଲୁଚଇେ ରଖିଥିଲେ ମଧ୍ଯ ଶିଶୁମାନଙ୍କ ପରି ଲୋକମାନଙ୍କୁ ଦଖାଇେଛ। ହେ ପରମ ପିତା! ତୁମ୍ଭେ ଏହା ପ୍ରକୃତ ରେ କରିବାକୁ ଚାହୁଁଥିଲ ବୋଲି ତୁମ୍ଭେ ଏହା କଲ।
ମୁଁ ପ୍ରାର୍ଥନା କରିଛି ଯେ ତୁମ୍ଭର ବିଶ୍ବାସ ଲୋପ ନ ହେଉ। ତୁମ୍ଭମାନେେ ମାେପାଖକୁ ଫରେି ଆସିବା ସମୟରେ ନିଜ ଭାଇମାନଙ୍କୁ ବିଶ୍ବାସ ରେ ଦୃଢ ହବୋ ପାଇଁ ସାହାୟ୍ଯ କର।
ତା'ପରେ ଆନ୍ଦ୍ରିୟ ଶିମାନଙ୍କେୁ ଯୀଶୁଙ୍କ ପାଖକୁ ଆଣିଲେ। ଯୀଶୁ ତାହାଙ୍କୁ ଚାହିଁ କହିଲେ, ତୁମ୍ଭେ ଯୋହନଙ୍କ ପୁତ୍ର ଶିମାନେ। ତୁମ୍ଭକୁ କଫୋ ନାମ ରେ ଡକା ହବେ। (କଫୋ ଅର୍ଥାତ୍ ପିତର।)
ଭାବବାଣୀ ରେ ଏହିପରି ଲଖାେ ଅଛି: 'ପରମେଶ୍ବର ଲୋକମାନଙ୍କୁ ଶିକ୍ଷା ଦବେେ।' ଲୋକମାନେ ପରମପିତାଙ୍କ କଥା ଶୁଣନ୍ତି, ଓ ତାହାଙ୍କଠାରୁ ଶିକ୍ଷା ପାଆନ୍ତି। ତା'ପରେ ମାେ ପାଖକୁ ସେ ଲୋକମାନେ ଆସନ୍ତି।
ତୁମ୍ଭେ ପୃଥିବୀର କେତକେ ଲୋକଙ୍କୁ ମାେତେ ଦଲେ।
ସମାନେେ ଖାଇବା ପରେ ଯୀଶୁ ଶିମାନେ ପିତରଙ୍କୁ କହିଲେ, ଯୋହନଙ୍କର ପୁତ୍ର ଶିମାନେ। ତୁମ୍ଭେ କ'ଣ ମାେତେ ଏମାନଙ୍କ ଅପେକ୍ଷା ଅଧିକ ପ୍ ରମେ କର?
କିନ୍ତୁ ଶାସ୍ତ୍ରମାନଙ୍କ ରେ ଏହିପରି ଲଖାେ ଅଛି :
ଭାଇ ଓ ଭଉଣୀମାନେ ମୁଁ ତୁମ୍ଭକୁ ଏକଥା କହୁଛି ଯେ, ମାଂସ ଓ ରକ୍ତ ପରମେଶ୍ବରଙ୍କ ରାଜ୍ଯର ଉତ୍ତରାଧିକାରୀ ହାଇେ ପାରିବ ନାହିଁ। କ୍ଷୟ ଅକ୍ଷୟକୁ ଅଧିକାର କରି ପାରିବ ନାହିଁ।
ଭାଇମାନେ! ମୁଁ କହି ଦବୋକୁ ଚା ହେଁ ଯେ, ମୁଁ ତୁମ୍ଭମାନଙ୍କୁ ଯେଉଁ ସୁସମାଚାର ଶୁଣାଇଲି ତାହା ମନୁଷ୍ଯକୃତ ନୁର୍ ହେ।
ପରମେଶ୍ବର ତାହାଙ୍କ ପୁତ୍ରଙ୍କ ବିଷୟ ରେ କହିଲେ। ଯେତବେେଳେ ପରମେଶ୍ବର ମାେତେ ଡାକିଲେ, ମୁଁ କୌଣସି ମଣିଷର ପରାମର୍ଶ ବା ସାହାୟ୍ଯ ନଇେ ନ ଥିଲି।
ମୁଁ ମହିମାମୟ ପିତା, ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପରମେଶ୍ବରଙ୍କୁ ସବୁବେଳେ ପ୍ରାର୍ଥନା କରେ ଯେ, ସେ ତୁମ୍ଭକୁ ବିଜ୍ଞତାର ଆତ୍ମା ପ୍ରଦାନ କରନ୍ତୁ। ସହେି ଜ୍ଞାନ ତୁମ୍ଭମାନଙ୍କ ପାଇଁ ପରମେଶ୍ବର ବିଷୟକ ସମସ୍ତ ତଥ୍ଯକୁ ସ୍ପଷ୍ଟ କରିଦବେ, ଯାହା ଫଳ ରେ ତୁମ୍ଭମାନେେ ତାହାଙ୍କୁ ପୂର୍ଣ୍ଣ ଭାବରେ ଜାଣି ପାରିବ।
ତୁମ୍ଭେ ସହେି ଅନୁଗ୍ରହ ତୁମ୍ଭର ବିଶ୍ବାସ ବଳ ରେ ପାଇଛ। ତୁମ୍ଭେ ନିଜକୁ ଉଦ୍ଧାର କରି ନାହଁ, ବରଂ ଏହା ତୁମ୍ଭ ପ୍ରତି ପରମେଶ୍ବରଙ୍କ ଦାନ।
ପୂର୍ବବର୍ତ୍ତୀ ସମୟର ଲୋକମାନଙ୍କୁ ଏହି ଗୁପ୍ତ ସତ୍ଯ ବିଷୟ ରେ କୁହାୟାଇ ନ ଥିଲା। କିନ୍ତୁ ପରମେଶ୍ବର ଏବେ ନିଜର ପବିତ୍ର ପ୍ ରରେିତ ଓ ଭବିଷ୍ଯଦ୍ବକ୍ତାମାନଙ୍କ ନିକଟରେ ପବିତ୍ର ଆତ୍ମାଙ୍କ ମାଧ୍ଯମ ରେ ସହେି ଗୁପ୍ତ ସତ୍ଯଟି ପ୍ରକାଶ କରିଛନ୍ତି।
ଖ୍ରୀଷ୍ଟଙ୍କ ପ୍ ରମରେ ମହାନତାକୁ ହୃଦୟଙ୍ଗମ କରିବା ପାଇଁ ତୁମ୍ଭକୁ ଓ ପରମେଶ୍ବରଙ୍କ ପବିତ୍ରୀକୃତ ଲୋକମାନଙ୍କୁ ବୁଝିବା ଶକ୍ତି ମିଳୁ। ଯେପରି ତୁମ୍ଭେ ଏହା ମଧ୍ଯ ବୁଝି ପାର ଯେ, ସହେି ପ୍ ରମେ କେତେ ଓସାର, କେତେ ଲମ୍ବା, କେତେ ଉଚ୍ଚ, ଓ କେତେ ଗଭୀର।
ଆମ୍ଭର ସଂଘର୍ଷ ଏହି ପୃଥିବୀର ମନୁଷ୍ଯମାନଙ୍କ ବିରୁଦ୍ଧ ରେ ନୁହେଁ, ମାତ୍ର ପୃଥିବୀସ୍ଥ ଅନ୍ଧକାର ଶକ୍ତି, ପରାକ୍ରମୀ ଅଧିପତି ଓ ଶାସକମାନଙ୍କ ବିରୁଦ୍ଧ ରେ। ଆକାଶସ୍ଥ ଦୁଷ୍ଟାତ୍ମାମାନଙ୍କ ବିରୁଦ୍ଧ ରେ ଆମ୍ଭେ ସଂଘର୍ଷ କରୁଛୁ।
ସୃଷ୍ଟିର ଆରମ୍ଭରୁ ଏହି ଗୁପ୍ତ ସତ୍ଯଟି ସମସ୍ତ ଲୋକମାନଙ୍କ ପାଇଁ ଗୋପନୀୟ ଥିଲା। କିନ୍ତୁ ଏବେ ସହେି ଗୁପ୍ତ ସତ୍ଯ ପରମେଶ୍ବରଙ୍କ ପବିତ୍ର ଲୋକମାନଙ୍କୁ ଜଣାଇ ଦିଆଗଲା।
ସହେି ସନ୍ତାନମାନେ ରକ୍ତମାଂସ ବିଶିଷ୍ଟ ଶରୀର ଧାରଣ କରିଛନ୍ତି। ଅତଏବ ଯୀଶୁ ସମାନଙ୍କେ ଭଳି ରକ୍ତ ମାଂସର ଶରୀର ଧାରଣ କଲେ। ସପରେି କରିବା ଦ୍ବାରା, ଯୀଶୁ ମୃତ୍ଯୁ ଶକ୍ତିର ନିଦାନ ଶୟତାନକୁ ବିନଷ୍ଟ କଲେ।
ଆମ୍ଭ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପିତା ଓ ପରମେଶ୍ବର ଧନ୍ଯ ହେଉନ୍ତୁ। ପରମେଶ୍ବରଙ୍କ କରୁଣା ଅପାର, ଓ ଏହି କରୁଣା (କୃପା) ଦ୍ବାରା ସେ ଆମ୍ଭକୁ ଗୋଟିଏ ନୂତନ ଜୀବନ ଦଇେଛନ୍ତି। ଯୀଶୁଖ୍ରୀଷ୍ଟ ମୃତ୍ଯୁରୁ ପୁନର୍ଜୀବିତ ହବୋ ଦ୍ବାରା ଏହି ନୂତନ ଜୀବନ ଆମ୍ଭକୁ ଗୋଟିଏ ଜୀବନ୍ତ ଭରସା ଦଇେଛି।
ତୁମ୍ଭ ଦଳ ରେ ଥିବା ପ୍ରାଚୀନମାନଙ୍କୁ ଏବେ ମାରେ କିଛି କହିବାର ଅଛି। ମୁଁ ମଧ୍ଯ ଜଣେ ପ୍ରାଚୀନ। ମୁଁ ଖ୍ରୀଷ୍ଟଙ୍କର ୟନ୍ତ୍ରଣା ନିଜ ଆଖି ରେ ଦେଖିଛିା ଆମ୍ଭକୁ ଯେଉଁ ମହିମା ଭବିଷ୍ଯତ ରେ ଦଖାଇେ ଦିଆୟିବ, ସେଥି ରେ ମଧ୍ଯ ମୁଁ ଭାଗ ନବେି।
ଯଦି କହେି ବିଶ୍ବାସ କରେ ଯେ, ଯୀଶୁ ପରମେଶ୍ବରଙ୍କର ପୁତ୍ର ଅଟନ୍ତି, ତବେେ ପରମେଶ୍ବର ତାଠା ରେ ରହନ୍ତି ଓ ସେ ମଧ୍ଯ ପରମେଶ୍ବରଙ୍କଠା ରେ ରହେ।
ଆମ୍ଭେ ଏହା ମଧ୍ଯ ଜାଣୁ ଯେ, ପରମେଶ୍ବରଙ୍କ ପୁତ୍ର ଆସି ଅଛନ୍ତି ଓ ସେ ଆମ୍ଭମାନଙ୍କୁ ବୁଝିବା ଶକ୍ତି ପ୍ରଦାନ କରିଛନ୍ତି। ତେଣୁ ବର୍ତ୍ତମାନ ଆମ୍ଭେ ପରମେଶ୍ବରଙ୍କୁ ଜାଣିପାରୁ। ସହେି ପରମେଶ୍ବର ସତ୍ଯ ଅଟନ୍ତି। ସହେି ସତ୍ଯମୟ ପରମେଶ୍ବର ଓ ତାହାଙ୍କ ପୁତ୍ର ଯୀଶୁଖ୍ରୀଷ୍ଟଙ୍କଠା ରେ ଆମ୍ଭମାନଙ୍କର ଜୀବନ ଅଛି।