ତା'ପରେ ସେ ଦ୍ରାକ୍ଷାରସର ପାତ୍ରଟି ନେଲେ। ତାହା ପାଇଁ ପରମେଶ୍ବରଙ୍କୁ ଧନ୍ଯବାଦ ଦେଲେ। ତା'ପରେ ତାହା ଶିଷ୍ଯମାନଙ୍କୁ ଦେଲେ। ସମସ୍ତ ଶିଷ୍ଯ ସହେି ପାତ୍ରରୁ ଦ୍ରାକ୍ଷାରସ ପିଇଲେ।
Cross references
ତା'ପରେ ସେ ଗୋଟିଏ ଗିନା ରେ ଦ୍ରାକ୍ଷାରସ ନେଲେ, ଓ ଏଥିପାଇଁ ପରମେଶ୍ବରଙ୍କୁ ଧନ୍ଯବାଦ ଦେଲେ। ଶିଷ୍ଯମାନଙ୍କୁ କହିଲେ, ତୁମ୍ଭେ ସମସ୍ତେ ଏଥିରୁ ପିଅ।
ସମାନେେ ଖାଇବା ସମୟରେ ଯୀଶୁ କିଛି ରୋଟୀ ନେଲେ। ସେ ରୋଟୀ ପାଇଁ ପରମେଶ୍ବରଙ୍କୁ ଧନ୍ଯବାଦ ଦେଲେ। ରୋଟୀ ଛିଣ୍ଡଇେ ଶିଷ୍ଯମାନଙ୍କୁ ଦଇେ କହିଲେ, ଏହି ରୋଟୀ ନିଅ। ଏହା ମାରେ ଦହେ।
ତା'ପରେ ଯୀଶୁ ଗୋଟିଏ ପାତ୍ର ରେ ଅଙ୍ଗୁର ରସ ନେଲେ। ଏଥିପାଇଁ ସେ ପରମେଶ୍ବରଙ୍କୁ ଧନ୍ଯବାଦ ଦେଲେ। ସେ କହିଲେ ଏହି ପାତ୍ର ନିଅ, ଏଥି ରେ ଥିବା ଅଙ୍ଗୁର ରସ ସମସ୍ତଙ୍କୁ ଦିଅ।
ଯେଉଁ ଲୋକ ଗୋଟିଏ ଦିନକୁ ଅନ୍ୟ ଦିନ ଗୁଡିକ ତୁଳନା ରେ ବିଶଷେ ମହତ୍ତ୍ବ ଦିଏ, ତାହା ସେ ପ୍ରଭୁଙ୍କ ପାଇଁ ସପରେି କରେ। ଯେଉଁ ଲୋକ ସମସ୍ତ ପ୍ରକାର ଖାଦ୍ୟ ଖାଏ, ତାହା ସେ ପ୍ରଭୁଙ୍କ ପାଇଁ କରେ। ଖାଦ୍ୟ ପାଇଁ ସେ ପରମେଶ୍ବରଙ୍କୁ ଧନ୍ଯ ବାଦ ଜଣାଏ। ଯେଉଁ ଲୋକ କେତକେ ପ୍ରକାରର ଖାଦ୍ୟ ଖାଇବାକୁ ବାରଣ କରେ, ତାହା ସେ ପ୍ରଭୁଙ୍କ ପାଇଁ ସପରେି କରେ, ଓ ତାହାଙ୍କୁ ଧନ୍ଯବାଦ ଜଣାଏ।
ଯେଉଁ ଆଶୀର୍ବାଦର ପିଆଲା ପାଇଁ ଆମ୍ଭେ ଧନ୍ଯବାଦ ଅର୍ପଣ କରୁ, ତହିଁରେ ଆମ୍ଭେ ଖ୍ରୀଷ୍ଟଙ୍କ ରକ୍ତର ସହଭାଗୀ ହେଉ ନାହୁଁ କି? ଯେଉଁ ରୋଟୀ ଆମ୍ଭେ ଭାଙ୍ଗୁ ତାହା ଖ୍ରୀଷ୍ଟଙ୍କ ଶରୀର ରେ ଅଂଶ ନୁହେଁ କି ?