Home Bibles ଲେବୀୟ ପୁସ୍ତକ 27:10 · ଓଡ଼ିଆ ବାଇବେଲ
ଲେବୀୟ ପୁସ୍ତକ 27:10 · ଓଡ଼ିଆ ବାଇବେଲ

କାରଣ ସହେି ପଶୁଟି ସଦାପ୍ରଭୁଙ୍କ ପାଇଁ ଉପହାର। ସେ ଅନ୍ୟ ଗୋଟିଏ ବଦଳ ରେ ତାକୁ ବଦଳ କରିବା ଉଚିତ୍ ନୁହେଁ। ଯଦି ଜଣେ ବ୍ଯକ୍ତି ଗୋଟିଏ ପଶୁକୁ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପ୍ରତିଜ୍ଞାରୂପେ ବଳିଦାନ କରେ, ତବେେ ସେ ତା' ବଦଳ ରେ ଅନ୍ୟ ପଶୁ ବଦଳାଇ ପାରିବ ନାହିଁ। ସେ ଭଲ ପଶୁ ବଦଳ ରେ ମନ୍ଦ ପଶୁ କି ମନ୍ଦ ବଦଳ ରେ ଭଲ ପଶୁ ବଦଳାଇବା ଉଚିତ୍ ନୁହେଁ। ଯଦି ସେ ବଦଳାଇବାକୁ ଚେଷ୍ଟା କରେ, ତବେେ ଦୁଇଟି ପଶୁ ସଦାପ୍ରଭୁଙ୍କ ନିମନ୍ତେ ପବିତ୍ର ହବେେ।

Cross references

ଲେବୀୟ ପୁସ୍ତକ 27:15

ଆଉ ଯଦି ଗୃହ ଉତ୍ସର୍ଗକାରୀ ନିଜ ଗୃହ ମୁକ୍ତ କରିବାକୁ ଇଚ୍ଛା କରେ, ତବେେ ସେ ନିରୂପିତ ମୂଲ୍ଯର ଅଧିକ ଦବେ, ତା'ପରେ ସେ ଗୃହ ତା'ର ହବେ।

ଲେବୀୟ ପୁସ୍ତକ 27:33

ତାହା ଭଲ କି ମନ୍ଦ ପଶୁ ମାଲିକ ଅନୁସନ୍ଧାନ କରିବ ନାହିଁ। ଆଉ ମଧ୍ଯ ତାହା ବଦଳ କରିବ ନାହିଁ। ଯଦି ବଦଳ କରେ ତବେେ ଉଭୟ ପଶୁ ପବିତ୍ର ହବେେ ଓ ତାହା ମୁକ୍ତ କରାୟିବ ନାହିଁ।

ଯାକୁବଙ୍କ ପତ୍ 1:8

ସଭେଳି ଲୋକ ପ୍ରଭୁଙ୍କଠାରୁ କିଛି ପାଇବ ବୋଲି ଆଶା କରିବା ଉଚିତ ନୁହେଁ।

Interlinear

Choose Theme