କିନ୍ତୁ ମାେ ପାଖ ରେ ମାେ ସମ୍ବନ୍ଧ ରେ ଗୋଟିଏ ପ୍ରମାଣ ଅଛି, ଯାହା ଯୋହନଙ୍କ ପ୍ରମାଣଠାରୁ ଅଧିକ ମହତ୍ତ୍ବପୂର୍ଣ୍ଣ। ମୁଁ ଯାହା ସବୁ କରୁଛି, ତାହା ସବୁ ମାରେ ପ୍ରମାଣ। ପରମପିତା ମାେତେ ଏସବୁ କରିବା ପାଇଁ ଦଇେଥିଲେ। ଏହିସବୁ କାର୍ୟ୍ଯରୁ ଏହା ପ୍ରମାଣିତ ହୁଏ ଯେ ପରମପିତା ମାେତେ ପଠାଇଛନ୍ତି।
Cross references
ଯୀଶୁ ଉତ୍ତର ଦେଲେ, ତୁମ୍ଭମାନେେ ଯାହା ଦେଖୁଛ ଓ ଶୁଣୁଛ, ତାହା ଯୋହନଙ୍କୁ ଯାଇ କୁହ।
ଯୀଶୁ ନିସ୍ତାରପର୍ବ ପାଇଁ ୟିରୁଶାଲମ ରେ ଥିଲେ। ଅନକେ ଲୋକ ତାହାଙ୍କ ଉପରେ ବିଶ୍ବାସ କରିଲେ। କାରଣ ସମାନେେ ତାହାଙ୍କ ଦ୍ବାରା କରାଯାଇଥିବା ଆଶ୍ଚର୍ୟ୍ଯ କାର୍ୟ୍ଯମାନ ଦେଖିଲେ।
ସେ ଦିନେ ରାତ୍ରି ରେ ଯୀଶୁଙ୍କ ପାଖକୁ ଆସିଲେ। ସେ କହିଲେ, ହେ ଗୁରୁ, ଆମ୍ଭେ ଜାଣୁଛୁ ଯେ, ତୁମ୍ଭେ ଏକ ଗୁରୁ, ପରମେଶ୍ବରଙ୍କ ଦ୍ବାରା ପଠାଯାଇ ଅଛ। ତୁମ୍ଭେ ଯେଉଁସବୁ ଆଶ୍ଚର୍ୟ୍ଯ କାର୍ୟ୍ଯ କରୁଛ ସେ ଗୁଡିକ ପରମେଶ୍ବରଙ୍କ ସାହାୟ୍ଯ ନପାଇ କହେି କରିପାରିବେ ନାହିଁ।
ପରମେଶ୍ବର ତାହାଙ୍କ ପୁତ୍ରଙ୍କୁ ଏ ଜଗତକୁ ପଠାଇଲେ। ସେ ତାହାଙ୍କୁ ଜଗତର ବିଚାର କରିବା ପାଇଁ ପଠାଇ ନଥିଲେ। ମାତ୍ର ଏହି ଜଗତ ଯେପରି ତାହାଙ୍କ ପୁତ୍ରଙ୍କ ଦ୍ବାରା ଉଦ୍ଧାର ପାଇବ, ସେଥିପାଇଁ ସେ ତାହାଙ୍କୁ ପଠାଇଥିଲେ।
ଯୀଶୁ କହିଲେ, ଯେଉଁ ପରମେଶ୍ବର ମାେତେ ପଠାଇଛନ୍ତି, ତାହାଙ୍କର ଇଚ୍ଛା ପାଳନ କରିବା ଓ ତାହାଙ୍କର କାର୍ୟ୍ଯ ପୂର୍ଣ୍ଣ କରିବା ହେଉଛି ମାରେଆହାର।
କିନ୍ତୁ ଅନ୍ୟ ଜଣେ ଅଛନ୍ତି, ୟିଏକି ଲୋକମାନଙ୍କୁ ମାରେ ବିଷୟ ରେ ସାକ୍ଷ୍ଯ ଦିଅନ୍ତି। ଏବଂ ମୁଁ ଜାଣେ, ମାେ ବିଷୟ ରେ ସେ ଯାହା କହନ୍ତି, ତାହା ସବୁ ସତ୍ଯ।
ଲୋକଟି ଉତ୍ତର ଦଲୋ, ଏହା ବଡ ଆଶ୍ଚର୍ୟ୍ଯ କଥା। ଯୀଶୁ କେଉଁଠାରୁ ଆସିଛନ୍ତି ତୁମ୍ଭେ ଜାଣିନାହଁ। କିନ୍ତୁ ସେ ମାେ ଆଖି ଭଲ କରି ଦଇେଛନ୍ତି।
ଯୀଶୁ ଉତ୍ତର ଦେଲେ, ମୁଁ ତୁମ୍ଭକୁ କହି ସାରିଛି କିନ୍ତୁ ତୁମ୍ଭେ ବିଶ୍ବାସ କରୁ ନାହଁ। ମୁଁ ମାରେ ପରମପିତାଙ୍କ ନାମ ରେ ଅନକେ ଆଶ୍ଚର୍ୟ୍ଯକାର୍ୟ୍ଯ କରିଛି। ସହେି ଆଶ୍ଚର୍ୟ୍ଯକାର୍ୟ୍ଯ ସବୁ ଦର୍ଶାଏ ଯେ, ମୁଁ କିଏ।
ମାରେ ପରମପିତା ଯାହା କରନ୍ତି, ମୁଁ ଯଦି ତାହା କରେ ନାହିଁ, ତବେେ ମୁଁ ଯାହା କୁ ହେ ତାହା ବିଶ୍ବାସ କର ନାହିଁ।
କିନ୍ତୁ କେତକେ ଯିହୂଦୀ କହିଲେ, ଯୀଶୁ ଅନ୍ଧ ଲୋକଟିର ଆଖି ଭଲ କରି ଦଇେଥିଲେ। ତବେେ ସେ ଲାଜାରଙ୍କୁ ମରଣ ମୁଖରୁ ବଞ୍ଚଇେ ରଖିବା ପାଇଁ କାହିଁକି କିଛି କରି ପାରିଲେ ନାହିଁ।
ତୁମ୍ଭେ କ'ଣ ପ୍ରକୃତ ରେ ବିଶ୍ବାସ କର ଯେ, ମୁଁ ପରମପିତାଙ୍କଠା ରେ ଓ ପରମପିତା ମାଠାେ ରେ ଅଛନ୍ତି? ମୁଁ ତୁମ୍ଭକୁ ଯାହା ଯାହା କହିଛି ତାହା ମାଠାରୁେ ଆସି ନାହିଁ। ପରମପିତେ ମାେ ଭିତ ରେ ଅଛନ୍ତି ଓ ସେ ତାହାଙ୍କ କାର୍ୟ୍ଯ କରୁଛନ୍ତି।
ଯଦି ମୁଁ ସହେି କାର୍ୟ୍ଯ କରିନଥାନ୍ତି, ତବେେ ସମାନେେ ପାପଦ୍ବାରା ଦୋଷୀ ସାବ୍ଯସ୍ତ ହାଇନେଥାଆନ୍ତେ। କିନ୍ତୁ ସମାନେେ ମାରେ ସହେି ଆଶ୍ଚର୍ୟ୍ଯ କାର୍ୟ୍ଯ କରିବା ଦେଖିଛନ୍ତି। ତଥାପି ସମାନେେ ମାେତେ ଓ ପରମପିତାଙ୍କୁ ଘୃଣା କରନ୍ତି।
ମ୍ଭେ ମାେତେ ଯେଉଁ କାମ ଦଇେଥିଲ ତାହା ମୁଁ କରିସାରିଛି। ମୁଁ ତୁମ୍ଭକୁ ଏ ସଂସାର ରେ ଗୌରବାନ୍ବିତ କରିଛି।
ହେ ଇଶ୍ରାୟେଲର ଲୋକମାନେ, ଏହି ସବୁ କଥା ଶୁଣ: ନାଜରିତୀୟ ଯୀଶୁ ଜଣେ ବିଶିଷ୍ଟ ବ୍ଯକ୍ତି ଥିଲେ। ଯାହାଙ୍କୁ ଈଶ୍ବର ପଠାଇ ଥିଲେ। ଯୀଶୁ ଯେଉଁ ସବୁ ଶକ୍ତିଶାଳୀ କାର୍ୟ୍ଯ ଏବଂ ଆଶ୍ଚର୍ୟ୍ଯ ଘଟଣା ସବୁ କରିଥିଲେ, ତାହାଦ୍ବାରା ପରମେଶ୍ବର ତୁମ୍ଭମାନଙ୍କ ନିକଟରେ ଏହା ପ୍ରମାଣିତ କରିଛନ୍ତି।
ଯେ ତବେଳେ ଲୋକମାନେ ସତ୍ଯକଥା କହନ୍ତି, ଆମ୍ଭେ ତାହା ବିଶ୍ବାସ କରିଥାଉ। କିନ୍ତୁ ପରମେଶ୍ବର ଯାହା କହନ୍ତି, ତାହା ତ ଅଧିକ ବିଶ୍ବାସ ୟୋଗ୍ଯ। ପରମେଶ୍ବର ତାହାଙ୍କ ପୁତ୍ରଙ୍କ ବିଷୟ ରେ ସତ୍ଯ ସାକ୍ଷ୍ଯ ଦିଅନ୍ତି।
ପରମେଶ୍ବର ଏହା କହନ୍ତି : ପରମେଶ୍ବର ଆମ୍ଭମାନଙ୍କୁ ଅନନ୍ତ ଜୀବନ ଦଇେଛନ୍ତି ଓ ସେ ଜୀବନ ତାହାଙ୍କ ପୁତ୍ରଙ୍କଠା ରେ ଅଛି।