ପରମେଶ୍ବର ଅତି ଶକ୍ତିଶାଳୀ କିନ୍ତୁ ସେ ଲୋକମାନଙ୍କୁ ଘୃଣା କରନ୍ତି ନାହିଁ। ପରମେଶ୍ବର ଅତ୍ଯନ୍ତ ଶକ୍ତିଶାଳୀ, ସେ ମଧ୍ଯ ଅତି ଜ୍ଞାନୀ।
Cross references
ତେଣୁ ମୁଁ ପରମେଶ୍ବରଙ୍କ ସହିତ ୟୁକ୍ତି କରିପାରିବି ନାହିଁ ଏବଂ ତାଙ୍କୁ କ'ଣ କହିବି ତାହା ମଧ୍ଯ ଜାଣି ନାହିଁ।
ମୁଁ ପରମେଶ୍ବରଙ୍କୁ ପରାସ୍ତ କରିପାରିବି ନାହିଁ। ପରମେଶ୍ବର ଅତ୍ଯନ୍ତ ପରାକ୍ରମଶାଳୀ, ମୁଁ ତାଙ୍କୁ ନ୍ଯାଯାଳଯକୁ ନଇେ ପାରିବି ନାହିଁ। ଏବଂ ମାେ ପ୍ରତି ସଦଯ ହବୋକୁ ବାଧ୍ଯ କରିପାରିବି ନାହିଁ। କିଏ ତାଙ୍କୁ ନ୍ଯାଯାଳଯକୁ ଆସିବାକୁ ବାଧ୍ଯ କରିପାରିବ।
ଯେତବେେଳେ ପରମେଶ୍ବର, ମାେତେ ଆଘାତ କରନ୍ତି, ତାହା କ'ଣ ତୁମ୍ଭକୁ ଖୁସି କରେ ? ଏପରି ଦଖାଯାେଉଛି ଯେପରି ତୁମ୍ଭେ ଯାହାକୁ ଗଢ଼ିଛ, ତାହାର କୌଣସି ଯତ୍ନ ନେଉ ନାହଁ। କିନ୍ତୁ ତୁମ୍ଭେ ଦୁଷ୍ଟ ଲୋକଙ୍କର ଯୋଜନା ରେ ଖୁସି।
କିନ୍ତୁ ଜ୍ଞାନ ଓ ଶକ୍ତି ପରମେଶ୍ବରଙ୍କଠା ରେ ଅଛି। ସଦୁପଦେଶ ଓ ବୁଝିବା ଶକ୍ତି ତାଙ୍କର ଅଛି।
ପରମେଶ୍ବର ନିଜ ଶକ୍ତି ବଳ ରେ ସମୁଦ୍ରକୁ ଶାନ୍ତ କରନ୍ତି। ତାଙ୍କ ଜ୍ଞାନ ବଳ ରେ ସମୁଦ୍ର ରାକ୍ଷସ ରାହବ କ୍ଷତାକ୍ତ ହୁଅନ୍ତି।
ମୁଁ ଯଦି ମାରେ କ୍ରୀତଦାସଙ୍କ ପ୍ରତି ନ୍ଯାଯ କରିବାକୁ ମନା କରିଥାଏ। ସେତବେେଳେ ମାେ ବିରୁଦ୍ଧ ରେ ସମାନଙ୍କେର ଅଭିଯୋଗ ଥାଏ।
ସର୍ବଶକ୍ତିମାନ ପରମେଶ୍ବର ମହାନ ଅଟନ୍ତି। ଆମ୍ଭେ ପରମେଶ୍ବରଙ୍କୁ ବୁଝିପାରିବା ନାହିଁ। ସେ ପରମ ଶକ୍ତିଶାଳୀ କିନ୍ତୁ ସେ ଆମ୍ଭମାନଙ୍କ ପାଇଁ ବିଚାରବନ୍ତ ଓ ଧାର୍ମିକ। ସେ ଆମ୍ଭମାନଙ୍କୁ ଆଘାତ ଦବୋକୁ ଚାହାଁନ୍ତି ନାହିଁ।
କାହିଁକି ? କାରଣ ସଦାପ୍ରଭୁ ବିପଦରେ ପଡ଼ିଥିବା ଗରିବ ବ୍ଯକ୍ତିମାନଙ୍କୁ ହିଁ ସାହାୟ୍ଯ କରନ୍ତି। ସେ ତାଙ୍କ ପାଇଁ ଲଜ୍ଜିତ ହୁଅନ୍ତି ନାହିଁ। ସେ ସମାନଙ୍କେୁ ଘୃଣା କରନ୍ତି ନାହିଁ। ୟଦି ଲୋକମାନେ ତାଙ୍କୁ ବିପଦରେ ପଡ଼ି ସାହାୟ୍ଯ ପ୍ରାର୍ଥନା କରନ୍ତି, ସେ ସମାନଙ୍କେଠାରୁ ନିଜକୁ ଦୂରଇେ ରଖି ପାରିବେ ନାହିଁ।
ଶକ୍ତିଶାଳୀ ରାଜା ନ୍ଯାଯ ବିଚାରକୁ ଭଲପାନ୍ତି। ହେ ପରମେଶ୍ବର, ତୁମ୍ଭେ ନ୍ଯାଯ ସ୍ଥାପନ କରିଛ। ତୁମ୍ଭେ ଇଶ୍ରାୟେଲର ନ୍ଯାଯ ଓ ୟଥାର୍ଥ ସାଧନ କରିଅଛ।
ସଦାପ୍ରଭୁ ସମସ୍ତଙ୍କ ଉପରେ ମୁଖ୍ଯ ଅଟନ୍ତି। କିନ୍ତୁ ଏପର୍ୟ୍ଯନ୍ତ ନମ୍ର ଲୋକମାନଙ୍କର ଯତ୍ନ ନିଅନ୍ତି। କିନ୍ତୁ ଏପରିକି ବହୁ ଦୂରରୁ, ସେ ଜାଣନ୍ତି ଗର୍ବୀ ଲୋକମାନେ କ'ଣ କରୁଛନ୍ତି।
ଆମ୍ଭର ପ୍ରଭୁ ଅତି ମହାନ୍ ଏବଂ ଶକ୍ତିମାନ୍। ତାଙ୍କର ବୁଝାମଣା ଅସୀମ।
ପରମେଶ୍ବର ସ୍ବପରାକ୍ରମ ରେ ପୃଥିବୀ ନିର୍ମାଣ କରିଅଛନ୍ତି। ସେ ନିଜର ଜ୍ଞାନଦ୍ବାରା ଜଗତ ସ୍ଥାପନ କରିଅଛନ୍ତି ଓ ନିଜ ବୁଦ୍ଧି ବଳ ରେ ପୃଥିବୀ ଉପ ରେ ଆକାଶମଣ୍ଡଳକୁ ବିସ୍ତାର କରିଅଛନ୍ତି।
ତୁମ୍ଭର ମନ୍ତ୍ରଣା ଓ କ୍ରିଯା ମହାନ୍। ତୁମ୍ଭେ ପ୍ରେତ୍ୟକକଙ୍କର କାର୍ୟ୍ଯକଳାପ ଲକ୍ଷ୍ଯ କର। ତୁମ୍ଭେ କ୍ରିଯାନୁସା ରେ ସମୁଚିତ ଫଳ ସମାନଙ୍କେୁ ପ୍ରଦାନ କର। ସୁକର୍ମ କରୁଥିବା ବ୍ଯକ୍ତି ପୁରସ୍କୃତ ଓ ଅଧର୍ମ କରୁଥିବା ବ୍ଯକ୍ତି ଦଣ୍ଡିତ ହୁଏ।
କିନ୍ତୁ ପରମେଶ୍ବରଙ୍କ ଦ୍ବାରା ଆହୂତ ଉଭୟ ୟିହୁଦୀ ଓ ଅଣଯିହୂଦୀମାନଙ୍କ ପାଇଁ ଖ୍ରୀଷ୍ଟ ପରମେଶ୍ବରଙ୍କ ଶକ୍ତି ଓ ପରମେଶ୍ବରଙ୍କ ଜ୍ଞାନ ସ୍ବରୂପ ଅଟନ୍ତି।