ମୁଁ ଭାବୁଥିଲି, ମୁଁ ମାେ ଗୃହ ରେ ମୃତ୍ଯୁବରଣ କରିବି, କିନ୍ତୁ ମାରେ ଦିନଗୁଡ଼ିକ ସମୁଦ୍ରର ବାଲିକଣା ପରି ହବେ।
Cross references
ହେ ସଦାପ୍ରଭୁ, ତୁମ୍ଭେ ମାେତେ କହିଲ, 'ମୁଁ ତୁମ୍ଭଙ୍କୁ ସାହାୟ୍ଯ କରିବି। ମୁଁ ତୁମ୍ଭର ପରିବାରକୁ ସମୁଦ୍ରର ବାଲି ପରି ବୃଦ୍ଧି କରିବି, ଯାହାକୁ କହେି ଗଣିପାରିବେ ନାହିଁ।'
ଏହି ପ୍ରକା ରେ ଯୋଷଫେ ସମୁଦ୍ରର ବାଲିପରି ଏତେ ବହୁଳ ଶସ୍ଯ ସଂଗ୍ରହ କଲେ ଯେ ତାହା ଆଉ ମାପିଲେ ନାହିଁ। କାରଣ ତାହା ମାପି ହେଲା ନାହିଁ।
ତୁମ୍ଭେ ଗହମ କ୍ଷେତ୍ର ରେ ଗହମ ସଦୃଶ ୟିଏ ଅମଳ ସମୟ ପର୍ୟ୍ଯନ୍ତ ବୃଦ୍ଧି ପାଇବ। ହଁ ତୁମ୍ଭେ ଅତ୍ଯଧିକ ବୃଦ୍ଧି ହେଲା ପର୍ୟ୍ଯନ୍ତ ବଞ୍ଚି ରହିବ।
ଏହାପରେ ଆୟୁବ 140 ବର୍ଷ ଅଧିକା ବଞ୍ଚିଲା। ସେ ନିଜର ପିଲାମାନଙ୍କର, ନାତିନାତୁଣୀମାନଙ୍କର ଚାରିପୁରୁଷ ପର୍ୟ୍ଯନ୍ତ ଦେଖିଲା।
ମୁଁ ସେତବେେଳେ ନିରାପଦରେ ନିଶ୍ଚିତ ଥିଲି, ମୁଁ ଭାବୁଥିଲି ମାରେ କିଛି କ୍ଷତି ହବେ ନାହିଁ।
ଆମ୍ଭେ ଆପଣା ଅନୁସରଣକାରୀମାନଙ୍କୁ ଦୀର୍ଘାଯୁ କରିବା ଏବଂ ଆମ୍ଭେ ସମାନଙ୍କେୁ ରକ୍ଷା କରିବା।
ହେ ରାଜା, ତୁମ୍ଭେ ଏରସ କାଠ ନିର୍ମିତ ଗୃହ ରେ ଉଚ୍ଚ ପର୍ବତ ଉପ ରେ ବାସ କରି ଲିବା ନୋନ ରେ ରହିଲା ପରି ନିଜକୁ ନିରାପଦ ମନେ କରନ୍ତୁ। ମାତ୍ର ଯେତବେେଳେ ତୁମ୍ଭେ ଶାସ୍ତି ପାଇବ, ତୁମ୍ଭେ ପ୍ରସବ ବଦନୋ ତୁଲ୍ଯ ବିଳାପ କରିବ।
ହେ ଇଦୋମ୍, ତୁମ୍ଭେ ଅନ୍ୟ ଗୋଷ୍ଠୀଗଣ ମଧିଅରେ ନିଜକୁ ମହାନ୍ ଭାବିଛ। ତୁମ୍ଭର ଗର୍ବ ତୁମ୍ଭକୁ ପ୍ରବଞ୍ଚନା କରିଛି। ତୁମ୍ଭେ ଚତୁର୍ଦ୍ଦିଗସ୍ଥ ପର୍ବତଶୃଙ୍ଗ ମଧିଅରେ ଓ ଉଚ୍ଚ ସ୍ଥାନ ରେ ରହି ନିଜକୁ ନିରାପଦ ମନେ କରିଛ। ମାତ୍ର ତୁମ୍ଭେ ଉତ୍କ୍ରୋଶ ପକ୍ଷୀପରି ଉଚ୍ଚ ସ୍ଥାନ ରେ ବାସ କଲେ ମଧ୍ଯ ମୁଁ ତୁମ୍ଭକୁ ସଠାରୁେ ତଳକୁ ଓହ୍ଲାଇ ଆଣିବି। ଏହା ସଦାପ୍ରଭୁ କହନ୍ତି।
ସଦାପ୍ରଭୁ ଏହା କୁହନ୍ତି, ଏପରିକି ତୁମ୍ଭେ ଯଦିଓ ଚିଲ ପକ୍ଷୀ ପରି ଉଚ୍ଚ ରେ ଉଡ ଏବଂ ତାରକା ଗହଳ ରେ ବସା ରଖ ତଥାପି ଆମ୍ଭେ ତୁମ୍ଭକୁ ସଠାରୁେ ନିମ୍ନକୁ ନଇେ ଆସିବା।
ତାକୁ ଧିକ୍, ୟିଏ ଦୋଷ କରି ଧନୀ ହାଇେଛ। ସେ ଗୋଟିଏ ନିରାପଦ ସ୍ଥାନ ରେ ବାସ କରିବାକୁ ଏହିସବୁ କରେ। ସେ ଭାବେ ଯେ, ସେ କୌଣସି ଅନିଷ୍ଟରୁ ନିଜକୁ ରକ୍ଷା କରିପାରିବ।