ଅନନ୍ତର ଯିହୁଦାର ରାଜା ସିଦିକିଯର ରାଜଜ୍ବର ନବମ ବର୍ଷର ଦଶମ ମାସ ରେ ବାବିଲର ରାଜା ନବୁଖଦନିତ୍ସର ଓ ତାହାର ସମସ୍ତ ସୈନ୍ଯ ୟିରୁଶାଲମର ବିରୁଦ୍ଧ ରେ ଆସି ତାହା ଅବରୋଧ କଲେ।
Cross references
ଅନନ୍ତର ସିଦିକିଯଙ୍କ ରାଜତ୍ବର ନବମ ବର୍ଷ ରେ ଦଶମ ମାସର ଦଶମ ଦିନ ରେ ବାବିଲର ରାଜା ନବୂଖଦ୍ନିତ୍ସର ଓ ତାଙ୍କର ସମସ୍ତ ସୈନ୍ଯ ୟିରୁଶାଲମ୍ ବିରୁଦ୍ଧ ରେ ୟୁଦ୍ଧ କରିବାକୁ ଆସିଲେ ଏବଂ ୟିରୁଶାଲମକୁ ଅବରୋଧ କଲେ ଓ ତା'ର ଚାରିପାଖ ରେ ସୈନ୍ଯ କତ୍ତୃର୍କ ଅବରୋଧ ନିର୍ମାଣ କଲେ।
ତେଣୁ ପରମେଶ୍ବର ଯିହୁଦା ଓ ୟିରୁଶାଲମର ଲୋକମାନଙ୍କୁ ଆକ୍ରମଣ କରିବା ନିମନ୍ତେ ବାବିଲର ରାଜାକୁ ଆଣିଲେ। ୟୁବା ଲୋକମାନେ ମନ୍ଦିର ମଧିଅରେ ଥିଲେ ସୁଦ୍ଧା, ବାବିଲର ରାଜା ସମାନଙ୍କେୁ ହତ୍ଯା କଲେ। ସେ ଯିହୁଦା ଓ ୟିରୁଶାଲମର ଲୋକମାନଙ୍କୁ କିଛି ଦୟା କଲେ ନାହିଁ। ବାବିଲର ରାଜା ଉଭୟ ୟୁବା ଓ ବୃଦ୍ଧ ଲୋକମାନଙ୍କୁ ହତ୍ଯା କଲେ। ସେ ପୁରୁଷ ଓ ସ୍ତ୍ରୀଙ୍କୁ ହତ୍ଯା କଲେ। ସେ ରୋଗୀ ଓ ସୁସ୍ଥ ଲୋକଙ୍କୁ ହତ୍ଯା କଲେ, ପରମେଶ୍ବର ଯିହୁଦା ଓ ୟିରୁଶାଲମର ଲୋକମାନଙ୍କ ଉପରେ ନବୂଖଦ୍ନିତ୍ସରଙ୍କୁ ବିଜଯୀ କଲେ।
କାରଣ ସୈନ୍ଯାଧିପତି ସଦାପ୍ରଭୁ ଏହା କହନ୍ତି, ବୃକ୍ଷସବୁ କାଟ ଏବଂ ରାସ୍ତାରୋଧକ କାଠଗଣ୍ଡି ୟିରୁଶାଲମ ବିରୁଦ୍ଧ ରେ ନିର୍ମାଣ କର। ସହେି ନଗର ପ୍ରତିଫଳ ପାଇବାର ଯୋଗ୍ଯ। ତାହାର ଭିତର ସୂର୍ଣ୍ଣ ଉପଦ୍ରବମଯ।
ବାବିଲର ରାଜା ନବୂଖଦନିତ୍ସର ଓ ତାହାର ସମସ୍ତ ସୈନ୍ଯ, ତାହାର ଶାସନାଧୀନ ସମସ୍ତ ରାଜ୍ଯ ଓ ସମସ୍ତ ଗୋଷ୍ଠୀ ୟିରୁଶାଲମ ଓ ତାହାର ନଗର ସମୂହର ବିରୁଦ୍ଧ ରେ ୟୁଦ୍ଧ କରୁଥିବା ସମୟରେ ଯିରିମିୟଙ୍କ ନିକଟରେ ସଦାପ୍ରଭୁଙ୍କଠାରୁ ଏହି ବାକ୍ଯ ଉପସ୍ଥିତ ହେଲା।
ସିଦିକିଯ ଏକୋଇଶ ବର୍ଷ ବଯସ ରେ ଯିହୁଦାର ରାଜା ହେଲେ। ସେ ୟିରୁଶାଲମ ରେ ଏଗାର ବର୍ଷ ରାଜତ୍ବ କଲେ। ତାହାର ମାତାର ନାମ ହମୂଟଲ ଓ ସେ ଲିବ୍ନା ନିବାସୀ ଯିରିମିୟଙ୍କ କନ୍ଯା ଥିଲା।
ତା'ପ ରେ ରାଜତ୍ବର ନବମ ବର୍ଷର, ଦଶମ ମାସର ଦଶମ ଦିନ ରେ, ବାବିଲର ରାଜା ନବୂଖଦନିତ୍ସର ଓ ତାହାର ସମସ୍ତ ସୈନ୍ଯ ୟିରୁଶାଲମକୁ ଆସିଲେ ଓ ତାହା ବିରୁଦ୍ଧ ରେ ୟୁଦ୍ଧ କରିବାକୁ ପାଇଁ ସମାନଙ୍କେର ଛାଉଣୀ ସ୍ଥାପନ କଲେ। ସମାନେେ ଏହାର ଚତୁର୍ଦ୍ଦିଗ ରେ ପ୍ରବେଶ କରି ଅବରୋଧର କାର୍ୟ୍ଯ କଲେ।
ଅନନ୍ତର ନବମ ବର୍ଷର ଦଶମ ମାସର ଦଶମ ଦିନ ରେ ମାରେ ପ୍ରଭୁ ସଦାପ୍ରଭୁଙ୍କର ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା। ସେ କହିଲେ,
ହେ ମନୁଷ୍ଯ ପୁତ୍ର, ତୁମ୍ଭେ ଆଜିର ତାରିଖ ଲେଖି ରଖ। 'ଏହି ଦିନ ରେ ବାବିଲର ରାଜା ୟିରୁଶାଲମକୁ ଅବ ରୋଧ କରିବାକୁ ଅଗ୍ରସର ହେଲା।'
ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, ତୁମ୍ଭମାନଙ୍କର ଚତୁର୍ଥ ମାସ, ପଞ୍ଚମ ମାସ, ସପ୍ତମ ମାସ ଓ ଦଶମ ମାସର ଦୁଃଖ ଓ ଉପବାସର ଯିହୁଦାର ଘର ପାଇଁ ଆନନ୍ଦମଯ ଦିନ ହବେ। ତାହା ବିଜଯ ଉଲ୍ଲସିତର ଦିନ ଏବଂ ଉଲ୍ଲାସର ସମାରୋହ ହବେ। ସେଥିପାଇଁ ତୁମ୍ଭମାନେେ ନିଶ୍ଚଯ ସତ୍ଯ ଓ ଶାନ୍ତିକୁ ପ୍ ରମେ କରିବ।