ତହିଁରେ ସମଗ୍ର ଦେଶ ଏକ ଶୂନ୍ଯ ମରୁଭୂମିରେ ପରିଣତ ହବେ ଓ ତାହାର ସମସ୍ତ ଲୋକ ବାବିଲ ରାଜାର ସତୁରି ବର୍ଷ ପର୍ୟ୍ଯନ୍ତ ଦାସ ହାଇେ ରହିବେ।
Cross references
ନବୂଖଦ୍ନିତ୍ସର ଅବଶିଷ୍ଟ ଜୀବିତ ଥିବା ଲୋକଙ୍କୁ ବାବିଲକୁ ନଇଗେଲେ ଓ ସମାନଙ୍କେୁ ବଳପୂର୍ବକ ଭାବରେ କ୍ରୀତଦାସ କରି ରଖିଲେ। ପାରସିକ ରାଜ୍ଯ, ବାବିଲର ରାଜ୍ଯକୁ ପରାସ୍ତ କରିବା ପର୍ୟ୍ଯନ୍ତ ସହେି ଲୋକମାନେ ବାବିଲ ରେ କ୍ରୀତଦାସରୂପେ ରହିଲେ।
ଏହିପରି ଭାବରେ ସଦାପ୍ରଭୁ ଯିରିମିୟ ଭବିଷ୍ଯତ୍ବକ୍ତାଙ୍କ ଦ୍ବାରା ଯେଉଁ ସବୁ ବିଷଯ କହିଥିଲେ, ତାହା ପ୍ରକୃତ ରେ ଘଟିଲା। ସଦାପ୍ରଭୁ ଯିରିମିୟଙ୍କ ମାଧ୍ଯମ ରେ କହିଥିଲେ : ଏହି ସ୍ଥାନ ସତୁରି ବର୍ଷ ପର୍ୟ୍ଯନ୍ତ ଧ୍ବଂସର ସ୍ଥାନ ହାଇେ ରହିବ। କାରଣ ଲୋକମାନେ ବିଶଷେ ବିଶ୍ରାମବାର ରେ ବିଶ୍ରାମ ନ କରିଥିବାରୁ ତାହାକୁ ଭରଣା କରିବା ନିମନ୍ତେ ଏହିପରି ଘଟିଲା। ଏହା ସତୁରି ବର୍ଷ ଲଗିରହିବ।
ସୋର ବିଷଯ ରେ ଲୋକେ ସତୁରି ବର୍ଷ ପର୍ୟ୍ଯନ୍ତ ବିସ୍ତୃତ ହବେେ। ତାହା ଏକ ରାଜାଙ୍କର ଅଧିକାର ସମୟର ପ୍ରମାଣ। ସତୁରି ବର୍ଷ ପ ରେ ସୋର ପ୍ରତି ବେଶ୍ଯାର ଗୀତ ଅନୁୟାଯୀ ଘଟିବ।
ସତୁରି ବର୍ଷ ପ ରେ ସଦାପ୍ରଭୁ ସୋର ବିଷଯ ରେ ବିବଚେନା କରିବେ ଓ ତାଙ୍କର ସିଦ୍ଧାନ୍ତ ଦବେେ। ସୋର ତା'ର ବାଣିଜ୍ଯ ବୃତ୍ତିକି ଫରେିବ। ସେ ପୃଥିବୀସ୍ଥ ସମସ୍ତ ଦେଶ ପ୍ରତି ବେଶ୍ଯା ସଦୃଶ ହବେ।
ମୁଁ ଦେଖିଲି ଉର୍ବର କ୍ଷେତ୍ରସବୁ ମରୁଭୂମିରେ ପରିଣତ ହେଲା ଓ ସମସ୍ତ ନଗର ଧ୍ବଂସ ପାଇଲା। ସଦାପ୍ରଭୁଙ୍କ ପ୍ରଚଣ୍ଡ କୋର୍ଧ ଏହି ସମସ୍ତ ଧ୍ବଂସର କାରଣ ଥିଲା।
ସଦାପ୍ରଭୁ ଏହି କଥା କହନ୍ତି, ସମଗ୍ର ଦେଶ ବନ୍ଧ୍ଯା ହବେ, ମାତ୍ର ମୁଁ ସମ୍ପୂର୍ଣ୍ଣ ରୂପେ ଏହାକୁ ନିଃଶଷେ କରିବି ନାହିଁ।
ସମାନେେ ତାହାକୁ ଧ୍ବଂସିତ, ଶୁଷ୍କ ଓ ମୃତ ଭୂମିରେ ପରିଣତ କରିଛନ୍ତି। ତାହା ଏକ ଜନଶୂନ୍ଯ ପ୍ରାନ୍ତର ହାଇେଅଛି। କହେି ଜଣେ ହେଲେ ତା'ର ଯତ୍ନ ନବୋକୁ ରହି ନାହାଁନ୍ତି।
ପୁଣି ସଦାପ୍ରଭୁ କହନ୍ତି, ସତୁରିବର୍ଷ ଅନ୍ତେ ଆମ୍ଭେ ବାବିଲ ରାଜାକୁ, ସହେି ଗୋଷ୍ଠୀକି ଓ କଲଦୀଯମାନଙ୍କ ଦେଶକୁ ସମାନଙ୍କେ ଅଧର୍ମ ସକାେଶ ଶାସ୍ତି ଦବୋ ଓ ତାହାକୁ ସଦାକାଳ ଧ୍ବଂସସ୍ଥାନ କରିବା।
ଆହୁରି ସଦାପ୍ରଭୁ ଭୟଙ୍କର ସିଂହ ତୁଲ୍ଯ ଆପଣା ଗହ୍ବର ତ୍ଯାଗ କରିଅଛନ୍ତି। ତାଙ୍କର କୋରଧ ରୂପକ ଖଡ୍ଗ ଭୟଙ୍କର ହବେ ଓ ସହେି ପ୍ରଚଣ୍ଡ କୋର୍ଧ ହତେୁରୁ ଦେଶ ଶୂନ୍ଯ ମରୁମଯ ସ୍ତାନ ହବେ।
ପୁଣି ସମୁଦାଯ ଗୋଷ୍ଠୀ ନବୂଖଦନିତ୍ସର, ତାହାର ପୁତ୍ର ଓ ପୌତ୍ରର ସବୋ କରିବେ। ପୁଣି ଏକ ସମୟ ଆସିବ, ଅନକେ ଗୋଷ୍ଠୀ ଓ ମହାନ୍ ମହାନ୍ ରାଜାମାନେ ବାବିଲ ରେ ନିଜର ଦାସ୍ଯକର୍ମ କରିବେ।
ତା'ପ ରେ ସଦାପ୍ରଭୁ କହନ୍ତି, ମାତ୍ର ବାବିଲ ରେ ସତୁରି ବର୍ଷ ସୂର୍ଣ୍ଣ ହେଲାପ ରେ ଆମ୍ଭେ ତୁମ୍ଭମାନଙ୍କର ତତ୍ତ୍ବାନୁସନ୍ଧାନ କରିବା। ତୁମ୍ଭମାନଙ୍କୁ ପୁନର୍ବାର ୟିରୁଶାଲମକୁ ଫରୋଇ ଆଣି ଆମ୍ଭେ ଆପଣା ମଙ୍ଗଳ ବାକ୍ଯ ପୂରଣ କରିବା।
ପୁଣି ଆମ୍ଭେ ସମାନଙ୍କେ ବିରୁଦ୍ଧ ରେ ଆପଣା ହସ୍ତ ବିସ୍ତାର କରି ଦିବଲା ପ୍ରାନ୍ତର ପର୍ୟ୍ଯନ୍ତ ସମାନଙ୍କେର ସମଗ୍ର ବସତି ସ୍ଥାନକୁ ଧ୍ବଂସ ଓ ଶୂନ୍ଯ କରିବୁ। ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସମାନେେ ଜାଣିବେ।
ଏଣୁ ଦେଶବାସୀଙ୍କୁ କୁହ, 'ୟିରୁଶାଲମ ନିବାସୀ ଓ ଇଶ୍ରାୟେଲ ଲୋକମାନଙ୍କ ବିଷଯ ରେ ସଦାପ୍ରଭୁ ଆମ୍ଭର ପ୍ରଭୁ ଏହି କଥା କହନ୍ତି, ସମାନେେ ଉତ୍କଣ୍ଠା ରେ ଆପଣା ଆପଣା ଆହାର ଭୋଜନ କରିବେ ଓ ମହାଭୟ ରେ ସମାନଙ୍କେର ଜଳପାନ କରିବେ। କାରଣ ଅଧିବାସୀମାନଙ୍କର ଦୌରାତ୍ମ୍ଯ ପାଇଁ ସମାନଙ୍କେ ଦେଶ ମଧିଅରେ ଥିବା ସର୍ବସ୍ବ ଧ୍ବଂସ ହବେ।
କୌଣସି ମନୁଷ୍ଯ କିମ୍ବା ପଶୁ ତୁମ୍ଭ ଦେଶ ମଧିଅରେ ୟାତାଯତ କରିବେ ନାହିଁ। ଚାଳିଶ ବର୍ଷ ପର୍ୟ୍ଯନ୍ତ ମିଶର ଅପ୍ରତିଷ୍ଠିତ ହାଇେ ରହିବ।
ଦାରିଯାବସଙ୍କ ରାଜତ୍ବର ପ୍ରଥମ ବର୍ଷ ରେ ମୁଁ ଦାନିୟେଲ, କେତକେ ଗ୍ରନ୍ଥ ପାଠକରି ଜାଣିଲି ଯେ, ଯିରିମିୟ ଭବିଷ୍ଯଦ୍ବକ୍ତା ସଦାପ୍ରଭୁଙ୍କଠାରୁ ବୁଝିଲେ ୟରୁଶାଲମର ପୁନଃନିର୍ମାଣ ପ୍ରଳଯର ସତୁରି ବର୍ଷ ପ ରେ ଘଟିଲା।
ତା'ପ ରେ ସଦାପ୍ରଭୁଙ୍କ ସ୍ବର୍ଗଦୂତ କହିଲେ, ହେ ସର୍ବଶକ୍ତିମାନ ସଦାପ୍ରଭୁ କେତକୋଳ ତୁମ୍ଭେ ତୁମ୍ଭର ଦୟାରୁ ୟିରୁଶାଲମ ଏବଂ ଯିହୁଦା ନଗରକୁ ଦୂ ରଇେ ରଖିବ? ସତୁରି ବର୍ଷ ଧରି ଏହି ନଗରଗୁଡିକ ଉପ ରେ ତୁମ୍ଭର କୋରଧ ପ୍ରକାଶ କରିଛ।
ଦେଶର ଲୋକମାନଙ୍କୁ ଏବଂ ଯାଜକମାନଙ୍କୁ ଏହି କଥା କୁହ, ତୁମ୍ଭେ ଯେତବେେଳେ ପଞ୍ଚମ ଓ ସପ୍ତମ ମାସ ରେ ଉପବାସ ଓ ବିଳାପ କଲ, ସହେି ସତୁରି ବର୍ଷ ରେ ସତ ରେ କ'ଣ ତୁମ୍ଭେ ଆମ୍ଭ ପାଇଁ ଉପବାସ କରିଥିଲ?