ଆଉ ଆମ୍ଭେ ସମାନଙ୍କେ ଉଦ୍ଦେଶ୍ଯ ରେ ନୂତନ ପାଳକ ନିୟୁକ୍ତ କରିବା। ସମାନେେ ସମାନଙ୍କେୁ ଚରାଇବେ ଓ ଯତ୍ନ ନବେେ। ଆଉ ଆମ୍ଭର ପଲ ଭୟଭୀତ କି ନିରାଶ ହବେେ ନାହିଁ। ପୁଣି ସମାନଙ୍କେ ମଧ୍ଯରୁ କହେି ହଜିବେ ନାହିଁ। ଏହା ସଦାପ୍ରଭୁ କହନ୍ତି।
Cross references
ଆଉ ଆମ୍ଭେ ତୁମ୍ଭମାନଙ୍କ ପ୍ରତି ପ୍ରସନ୍ନ ହବୋ, ତୁମ୍ଭମାନଙ୍କୁ ପ୍ରଜାବନ୍ତ ଓ ବହୁବଂଶ କରିବା, ଆଉ ତୁମ୍ଭମାନଙ୍କ ସହିତ ଆପଣା ନିଯମ ସ୍ଥିର କରିବା।
ସମାନେେ ମାଶାଙ୍କେୁ କହିଲେ, ଆମ୍ଭେ ତୁମ୍ଭର ସବେକଗଣ ନିଜ ଅଧୀନସ୍ଥ ସମସ୍ତ ଯୋଦ୍ଧାମାନଙ୍କୁ ଗଣନା କରିଅଛୁ। କହେିଜଣେ ହଜିୟାଇ ନାହାନ୍ତି।
ପରମେଶ୍ବର ଦାଉଦଙ୍କୁ ତାଙ୍କର ବିଶଷେ ଦାସରୂପେ ମନୋନୀତ କଲେ ଓ ମଷେ ଜଗିବା କାମରୁ ଆଣି ତାଙ୍କୁ ଗ୍ରହଣ କଲେ।
ସହେି ସମୟରେ ମାରେ ପ୍ରିଯ ପ୍ରଭୁ ପୁନର୍ବାର ଆସିବେ ଓ ଅବଶିଷ୍ଟାଂଶ ଲୋକଙ୍କୁ ନବେେ। ଏହା ଦ୍ବିତୀୟ ଥର ଆପଣା ହସ୍ତ ସ୍ଥାପନ କରିବେ। ଏହି ପରମେଶ୍ବରଙ୍କ ଲୋକମାନେ ଅଶୂର, ଉତ୍ତର ମିଶର, ଦକ୍ଷିଣ ମିଶର, ଇଥିଓପିଆ, ଏଲମ୍, ବାବିଲୋନୀଯ, ହମାଥରୁ ଏବଂ ପୃଥିବୀର ସମସ୍ତ ଦୁର ଦେଶରୁ ଆସିବେ।
ସଦାପ୍ରଭୁ କହନ୍ତି, ହେ ବିପଥଗାମୀ ସନ୍ତାନଗଣ, ତୁମ୍ଭମାନେେ ଆମ୍ଭ ନିକଟକୁ ଫରେିଆସ, କାରଣ ଆମ୍ଭେ ତୁମ୍ଭମାନଙ୍କର ସ୍ବାମୀ। ଆମ୍ଭେ ପ୍ରତି ନଗରରୁ ଏକ ଜଣ ଓ ପ୍ରତି ଗୋଷ୍ଠୀ ମଧ୍ଯରୁ ଦୁଇଜଣ କରି ତୁମ୍ଭମାନଙ୍କୁ ସିୟୋନକୁ ଆଣିବା।
ତା'ପ ରେ ଆମ୍ଭେ ତୁମ୍ଭମାନଙ୍କ ପାଇଁ ନୂତନ ପାଳକଗଣ ଦବୋ, ଯେଉଁମାନେ କି ଆମ୍ଭପ୍ରତି ଅତ୍ଯନ୍ତ ବିଶ୍ବସ୍ତ ହବେେ। ସମାନେେ ଜ୍ଞାନ ଓ ବୁଦ୍ଧି ରେ ତୁମ୍ଭମାନଙ୍କୁ ଚଳାଇବେ।
ଏରୁ ସଦାପ୍ରଭୁ କହନ୍ତି, ହେ ଯାକୁବ, ତୁମ୍ଭେ ଆମ୍ଭର ଦାସ, ତୁମ୍ଭେ ଭୟ କର ନାହିଁ। ଆଉ ହେ ଇଶ୍ରାୟେଲ, ତୁମ୍ଭେ ନିରାଶ ହୁଅ ନାହିଁ। କାରଣ ଆମ୍ଭେ ବହୁ ଦୂର ଦେଶରୁ ଓ ତୁମ୍ଭକୁ ବନ୍ଦୀତ୍ବ ଦେଶରୁ ଉଦ୍ଧାର କରିଅଛୁ। ପୁଣି ଯାକୁବ ଫରେିଆସି ଶାନ୍ତି ରେ ଓ ନିରାପଦ ରେ ରହିବ। କହେି ତାହାକୁ ଭୟ ଦଖାଇବେେ ନାହିଁ।
ହେ ଗୋଷ୍ଠୀସମୂହ, ତୁମ୍ଭମାନେେ ସଦାପ୍ରଭୁଙ୍କର ବାକ୍ଯ ଶୁଣ। ଆଉ ଦୂରସ୍ଥ ଦ୍ବୀପ ସମୂହ ରେ ତାହା ପ୍ରଚାର କରି କୁହ ଯେ, 'ଇଶ୍ରାୟେଲକୁ ଛିନ୍ନଭିନ୍ନ କଲେ, ସେ ତାହାକୁ ସଂଗ୍ରହ କରିବେ। ଆଉ ପାଳକ ଯେପରି ତାହାର ମଷେପଲକୁ ରକ୍ଷା କରେ, ସପରେି ସେ ତାହାକୁ ସୁରକ୍ଷା ଦବେେ।'
ତାହା ହେଲେ ଆମ୍ଭେ ଯାକୁବର ବଂଶଧର ଏବଂ ଆମ୍ଭର ସବେକ ଦାଉଦର ବଂଶଧରଗଣଙ୍କୁ ଅବ୍ରାହାମ, ଇସହାକ୍ ଓ ଯାକୁବର ବଂଶଧରଗଣ ଉପ ରେ ଶାସକରୂପେ ମନୋନୀତ କରିବାକୁ ପ୍ରତ୍ଯାଖାନ କରିବା କି ? ଏହା ହବେ ନାହିଁ, କାରଣ ଆମ୍ଭେ ସମାନଙ୍କେର ପୂର୍ବ ଅବସ୍ଥା ସ୍ଥାପନ କରିବା ଓ ସମାନଙ୍କେ ଉପ ରେ କୃପା କରିବା।
ହେ ଆମ୍ଭର ଦାସ ଯାକୁବ, ତୁମ୍ଭେ ଭୟ କର ନାହିଁ କିଅବା ହେ ଇଶ୍ରାୟେଲ ତୁମ୍ଭେ ନିରାଶ ହୁଅ ନାହିଁ। ଆମ୍ଭେ ଦୂର ଦେଶରୁ ତୁମ୍ଭକୁ ଓ ବନ୍ଦୀ ଅବସ୍ଥାରୁ ତୁମ୍ଭ ବଂଶକୁ ଉଦ୍ଧାର କରିବା। ତହିଁରେ ଯାକୁବ ଫରେି ଆସି ନିର୍ଭୟ ଓ ନିଶ୍ଚିତ ରେ ରହିଲା । ଆଉ କହେି ତାହାକୁ ଭୟ ଦଖାଇେଲେ ନାହିଁ।
ପୁଣି ସମାନଙ୍କେ ଉପ ରେ ମାରେ ମଷେପାଳକ ଦାଉଦଙ୍କୁ ନିୟୁକ୍ତ କରିବି। ସେ ସମାନଙ୍କେୁ ଚରାଇବ ଓ ସମାନଙ୍କେର ପାଳକ ହବେ।
ଏବଂ ମୁଁ ସମାନଙ୍କେ ପାଇଁ ଶାନ୍ତିର ଚୁକ୍ତି କରିବି। ମୁଁ ବନ୍ଯ ପଶୁଗଣଙ୍କୁ ଏହି ଦେଶରୁ ତଡ଼ି ଦବେି। ତାହା ହେଲେ ସମାନେେ ନିରାପଦ ରେ ମରୁଭୂମିରେ ବାସ କରିବେ ଓ ବଣ ରେ ଶଯନ କରିବେ।
କ୍ଷେତ୍ରସ୍ଥ ବୃକ୍ଷଗୁଡ଼ିକ ଫଳ ଉତ୍ପନ୍ନ କରିବେ ଓ ଭୂମି ଶସ୍ଯଗୁଡ଼ିକ ଉତ୍ପନ୍ନ କରିବ। ଏବଂ ସମାନେେ ନିଜ ଦେଶ ରେ ନିରାପଦ ରେ ରହିବେ। ଆଉ ମୁଁ ସମାନଙ୍କେ ୟୁଆଳିର ଖିଲ ଭାଙ୍ଗିବି ଓ ସମାନଙ୍କେୁ ଦାସତ୍ବ କରିବା ଲୋକମାନଙ୍କ ହସ୍ତରୁ ଉଦ୍ଧାର କରିବି। ତାହା ହେଲେ ସମାନେେ ଜାଣିବେ ଯେ, ମୁଁ ସଦାପ୍ରଭୁ ଅଟେ।
ପୁଣି ମୁଁ ତୁମ୍ଭମାନଙ୍କ ମଧିଅରେ ମନୁଷ୍ଯ ଓ ପଶୁକୁ ଦ୍ବିଗୁଣିତ କରିବି। ସମାନଙ୍କେର ହୁଏତ ଉତ୍ସର୍ଗିତ ଥିବ। ମୁଁ ଅତୀତ ପରି ତୁମ୍ଭମାନଙ୍କ ମଧିଅରେ ରହିବାକୁ ଲୋକମାନଙ୍କୁ ଆଣିବି। ତୁମ୍ଭମାନଙ୍କ ପ୍ରତି ଆଦ୍ଯକାଳ ଅପେକ୍ଷା ଅଧିକ ମଙ୍ଗଳ କରିବ। ତାହାଲେ ତୁମ୍ଭେ କଳ୍ପନା କରିବ ଯେ, ମୁଁ ସଦାପ୍ରଭୁ ଅଟେ।
ତା'ପ ରେ ମୁଁ ତାକୁ କହିଲି, ତୁମ୍ଭେ ମାେ ସହିତ ଗୃହ ରେ ବହୁଦିନ ପର୍ୟ୍ଯନ୍ତ ରହିବ। ତୁମ୍ଭେ ବ୍ଯଭିଗ୍ଭରିଣୀ ପରି ହବେନାହିଁ। ତୁମ୍ଭେ ଅନ୍ୟ ସହିତ ରହିବ ନାହିଁ ଏବଂ ମୁଁ ତୁମ୍ଭର ସ୍ବାମୀ ହବେି।
ପ୍ରେତ୍ୟକକ ବ୍ଯକ୍ତି ନିଜ ନିଜ ଦ୍ରାକ୍ଷାଲତା ଓ ଡିମ୍ବିରି ବୃକ୍ଷ ତଳେ ବସିବେ ଓ କହେି ସମାନଙ୍କେୁ ଭୟଭୀତ କରାଇବେ ନାହିଁ। କାରଣ ସର୍ବଶକ୍ତିମାନ ସଦାପ୍ରଭୁ ଏହାହିଁ ଘଟିବ ବୋଲି କହିଲେ।
କିନ୍ତୁ ହେ ବୈତ୍ଲହେମ୍-ଉଫ୍ରାଥା, ତୁମ୍ଭେ ଯିହୁଦାର ଗୋଟିଏ କ୍ଷୁଦ୍ରତମ ସହର ଅଟ। କିନ୍ତୁ ତୁମ୍ଭ ମଧ୍ଯରୁ ଇଶ୍ରାୟେଲର ଶାସନକର୍ତ୍ତା ହବୋ ନିମନ୍ତେ ଜଣେ ବ୍ଯକ୍ତି ଆମ୍ଭ ଉଦ୍ଦେଶ୍ଯ ରେ ଜନ୍ମ ହବେେ। ତାଙ୍କର ଉତ୍ପତ୍ତି ପୁରାତନ ତଥା ଅନାଦିକାଳରୁ ହାଇେଅଛି।
ତା'ପ ରେ ଇଶ୍ରାୟେଲର ଶାସକ ସଦାପ୍ରଭୁଙ୍କ ଶକ୍ତି ରେ ଓ ତାଙ୍କ ସଦାପ୍ରଭୁ ପରମେଶ୍ବରଙ୍କ ଅପୂର୍ବ ମହିମା ରେ ଦଣ୍ତାଯମାନ ହାଇେ ତାଙ୍କ ପଲଙ୍କୁ ଚରାଇବେ। ସମାନେେ ଶାନ୍ତି ରେ ବାସ କରିବେ କାରଣ ସେ ସମୟରେ ତାଙ୍କର ମହାନତା ପୃଥିବୀର ଶଷେ ପ୍ରାନ୍ତ ପର୍ୟ୍ଯନ୍ତ ବିସ୍ତୃତ ହବେ।
ତେଣୁ ଅଧିକାର ଦ୍ବାରା ତୁମ୍ଭର ଲୋକମାନଙ୍କୁ ଶାସନ କର। ତୁମ୍ଭ ରାଜ୍ଯର ଯତ୍ନ ନିଅ। ସହେି ଜାତି ଏକାକୀ ଜଙ୍ଗଲ ଓ କର୍ମିଲ ପର୍ବତ ଉପ ରେ ବାସ କରିବେ। ସମାନେେ ପୂର୍ବପରି ବାଶନ ଓ ଗଲିଯଦରୁ ଶସ୍ଯ ଉତ୍ପାଦନ କରି ଭୋଜନ କରିବେ।
ଇଶ୍ରାୟେଲର ବଞ୍ଚି ରହିଥିବା ଲୋକମାନେ ଖରାପ କାର୍ୟ୍ଯ କରିବେ ନାହିଁ। ସମାନେେ ମିଥ୍ଯା କହିବେ ନାହିଁ। ସମାନଙ୍କେ ମଧିଅରେ କୌଣସି ମିଥ୍ଯାବାଦୀ ରହିବେ ନାହିଁ। ସମାନେେ ମେଣ୍ତାମାନଙ୍କ ପରି ଖାଇବେ ପିଇବେ ଓ ଶାନ୍ତି ରେ ଶାଇେବେ। କହେି ସମାନଙ୍କେୁ ବ୍ଯସ୍ତ କରିବେ ନାହିଁ।
ପରମେଶ୍ବର ଯେଉଁମାନଙ୍କୁ ମାେତେ ଦଇେଛନ୍ତି ମୁଁ ସମାନଙ୍କେ ମଧ୍ଯରୁ ଜଣକୁ ହେଲେ କଦାପି ହରାଇବି ନାହିଁ। ମୁଁ ସମାନଙ୍କେୁ ଶଷେ ଦିନ ରେ ନିଶ୍ଚୟ ଉତ୍ଥାପନ କରିବି। ୟିଏ ମାେତେ ପଠାଇଛନ୍ତି ସେ ଚାହାଁନ୍ତି ମୁଁ ସହେି କାର୍ୟ୍ଯ କରେ।
ମାେ ସ୍ବର ମାେ ମଷେମାନେ ଶୁଣନ୍ତି। ମୁଁ ସମାନଙ୍କେୁ ଜାଣେ ଓ ସମାନେେ ମାେତେ ଅନୁସରଣ କରନ୍ତି।
ମୁଁ ଯେତବେେଳେ ସମାନଙ୍କେ ସହିତ ଥିଲି, ମୁଁ ସମାନଙ୍କେୁ ନିରାପଦ ରେ ରଖିଥିଲି। ମୁଁ ତୁମ୍ଭ ନାମର ଶକ୍ତି ବଳ ରେ ସମାନଙ୍କେୁ ନିରାପଦ ରେ ରଖିଥିଲି। ସହେି ନାମ ତୁମ୍ଭେ ମାେତେ ଦଇେଥିଲ। ମୁଁ ସମାନଙ୍କେୁ ସୁରକ୍ଷିତ କଲି। ସମାନଙ୍କେ ଭିତରୁ କବଳେ ଜଣେ ବିନାଶ ପାଇଁ ଉଦ୍ଦିଷ୍ଟ ଥିଲା। ଧର୍ମଶାସ୍ତ୍ର ଯେପରି ସଫଳ ହୁଏ ସେଥିପାଇଁ ସେ ନଷ୍ଟ ହେଲା।
ଏପରି ଘଟିଲା ଯେ ହତେୁ ପୂର୍ବରୁ ତାହାଙ୍କ ଦ୍ବାରା କଥିତ ବାଣୀ ସତ୍ଯ ହବେ: ମୁଁ ତୁମ୍ଭେ ଦଇେଥିବା ଜଣେ ଲୋକକୁ ମଧ୍ଯ ହ ରଇେ ନାହିଁ।
ସମାନେେ ଖାଇବା ପରେ ଯୀଶୁ ଶିମାନେ ପିତରଙ୍କୁ କହିଲେ, ଯୋହନଙ୍କର ପୁତ୍ର ଶିମାନେ। ତୁମ୍ଭେ କ'ଣ ମାେତେ ଏମାନଙ୍କ ଅପେକ୍ଷା ଅଧିକ ପ୍ ରମେ କର?
ତେଣୁ ତୁମ୍ଭମାନେେ ସମସ୍ତେ ନିଜେ ନିଜେ ସାବଧାନ ରୁହ। ପୁଣି ପବିତ୍ର ଆତ୍ମା ଯେଉଁ ମଷେପଲ ଉପରେ ତୁମ୍ଭମାନଙ୍କୁ ମଷେପାଳକ ରୂପେ ନିୟୁକ୍ତ କରିଅଛନ୍ତି, ସମାନଙ୍କେ ବିଷୟ ରେ ସତର୍କ ରୁହ; ଓ ଯେଉଁ ମଣ୍ଡଳୀକୁ ପରମେଶ୍ବର ଆପଣା ରକ୍ତ ରେ କ୍ରୟ କରିଅଛନ୍ତି ତାହାର ଯତ୍ନ ନିଅ।
ତୁମ୍ଭର ପରିତ୍ରାଣର ସମୟ ନ ଆସିବା ପର୍ୟ୍ଯନ୍ତ ତୁମ୍ଭ ବିଶ୍ବାସ ମାଧ୍ଯମ ରେ ପରମେଶ୍ବରଙ୍କ ଶକ୍ତି ତୁମ୍ଭକୁ ରକ୍ଷା କରିବ। ସହେି ପରିତ୍ରାଣ ତୁମ୍ଭ ପାଇଁ ପ୍ରସ୍ତୁତ ହାଇେ ରହିଛି ଏବଂ ୟୁଗର ଶଷେ ରେ ତୁମ୍ଭେ ଏହା ପାଇବ।
ତୁମ୍ଭ ଦଳ ରେ ଥିବା ପ୍ରାଚୀନମାନଙ୍କୁ ଏବେ ମାରେ କିଛି କହିବାର ଅଛି। ମୁଁ ମଧ୍ଯ ଜଣେ ପ୍ରାଚୀନ। ମୁଁ ଖ୍ରୀଷ୍ଟଙ୍କର ୟନ୍ତ୍ରଣା ନିଜ ଆଖି ରେ ଦେଖିଛିା ଆମ୍ଭକୁ ଯେଉଁ ମହିମା ଭବିଷ୍ଯତ ରେ ଦଖାଇେ ଦିଆୟିବ, ସେଥି ରେ ମଧ୍ଯ ମୁଁ ଭାଗ ନବେି।