Home Bibles ଯିଶାଇୟ 22:9 · ଓଡ଼ିଆ ବାଇବେଲ
ଯିଶାଇୟ 22:9 · ଓଡ଼ିଆ ବାଇବେଲ

ଦାଉଦ ନଗରର କାନ୍ଥଗୁଡ଼ିକ ଭାଙ୍ଗିବାକୁ ଆରମ୍ଭ କଲା ଓ ତୁମ୍ଭମାନେେ ସହେି ଭଗ୍ନସ୍ଥାନ ଗୁଡ଼ିକ ଦେଖିଲ। ତୁମ୍ଭେ ପୁଷ୍କରିଣୀର ଜଳସବୁ ଏକତ୍ର କରି ତଳକୁ ଆଣିଲ।

Cross references

ଦିତୀୟ ରାଜାବଳୀ 20:20

ହିଜକିଯଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ ପରାକ୍ରମ ସେ କିପରି ପୁଷ୍କରିଣୀ ଓ ନାଳ ପ୍ରସ୍ତୁତ କରି ନଗର ମଧ୍ଯକୁ ଜଳ ଆଣିଲେ, ଏ ସମସ୍ତ ଯିହୁଦା ରାଜବଂଶର ଇତିହାସ ପୁସ୍ତକରେ ଲିଖିତ ହାଇେଅଛି।

ଦିତୀୟ ବଂଶାବଳୀ 32:1

ହିଜକିଯ ଏହି ସମସ୍ତ ବିଷଯ ବିଶ୍ବସ୍ତତାର ସହିତ ସମାପ୍ତ କରିବା ପରେ ଏହିପରି ଘଟିଲା, ଅଶୂରର ରାଜା ସନ୍ ହରେୀବ୍ ଯିହୁଦା ଦେଶ ଆକ୍ରମଣ କରିବାକୁ ଆସିଲେ। ସନ୍ ହରେୀବ୍ ଓ ତାଙ୍କର ସୈନ୍ଯଦଳ ଦୁର୍ଗଗୁଡ଼ିକର ବାହା ରେ ଛାଉଣୀ ସ୍ଥାପନ କଲେ। ସେ ସହେି ସହରଗୁଡ଼ିକୁ ପରାସ୍ତ କରିବାର ଯୋଜନା କରିଥିବାରୁ ଏହିପରି କଲେ। ସନ୍ ହରେୀବ୍ ନିଜ ନିମନ୍ତେ ଏହିସବୁ ସହର ଜଯ କରିବାକୁ ଇଚ୍ଛା କରୁଥିଲେ।

ଦିତୀୟ ବଂଶାବଳୀ 32:4

ଅନକେ ଲୋକ ଏକତ୍ର ଆସିଲେ ଓ ଦେଶ ମଧ୍ଯ ଦଇେ ପ୍ରବାହିତ ହେଉଥିବା ଝରଣା ଓ ନଦୀ ସବୁର ଜଳକୁ ରୋକି ଦେଲେ। ସମାନେେ କହିଲେ ଯେ, ଅଶୂରର ରାଜା ଏହି ସ୍ଥାନକୁ ଆସିଲେ ବେଶୀ କିଛି ଜଳ ପାଇବ ନାହିଁ।

ଦିତୀୟ ବଂଶାବଳୀ 32:5

ହିଜକିଯ ୟିରୁଶାଲମକୁ ଆହୁରି ଦୃଢ଼ କଲେ। ସେ ତାହା ଏହି ପ୍ରକାର କଲେ ; ସେ ପ୍ରାଚୀରର ଉଚ୍ଚସ୍ଥାନ ସବୁ ପୁନଃନିର୍ମାଣ କଲେ। ସେ ପ୍ରାଚୀର ଉପରେ ଦୁର୍ଗ ନିର୍ମାଣ କଲେ। ସେ ପ୍ରଥମ ପ୍ରାଚୀରର ବାହ୍ଯ ଭାଗ ରେ ଆଉ ଏକ ପ୍ରାଚୀର ନିର୍ମାଣ କଲେ। ସେ ୟିରୁଶାଲମ ପ୍ରାଚୀନ ଅଂଶର ପୂର୍ବକୁ ଏକ ଶକ୍ତିଶାଳୀ ସ୍ଥାନ ପୁନଃନିର୍ମାଣ କଲେ। ସେ ଅନକେ ଅସ୍ତ୍ର ଓ ଢ଼ାଲମାନ ନିର୍ମାଣ କଲେ।

ଦିତୀୟ ବଂଶାବଳୀ 32:30

ହିଜକିଯ ହିଁ ୟିରୁଶାଲମ ରେ ଗୀହାନେ ଝରଣାର ଉର୍ଦ୍ଧ୍ବସ୍ଥ ଉତ୍ସକୁ ବନ୍ଦ କଲେ ଓ ସହେି ଜଳକୁ ଦାଉଦଙ୍କ ନଗରର ଦକ୍ଷିଣ ପାଶର୍‌ବ ରେ ସଳଖ ଭାବରେ ନିମ୍ନଗାମୀ କଲେ। ଆଉ ହିଜକିଯ ଯେଉଁ ସମସ୍ତ କର୍ମ କଲେ, ସେଥି ରେ ସଫଳ ହେଲେ।

ନିହିମିୟା 3:16

ବୈଥ୍ସୂର ପ୍ରଦେଶର ଅର୍ଦ୍ଧଭାଗର ଅଧ୍ଯକ୍ଷ ଅସ୍ବୂକର ପୁତ୍ର ନିହିମିଯା ଦାଉଦଙ୍କର କବର ସମ୍ମୁଖ ପର୍ୟ୍ଯନ୍ତ ଓ ମନୁଷ୍ଯକୃତ ପୁଷ୍କରିଣୀ ପର୍ୟ୍ଯନ୍ତ ଓ ବୀରମାନଙ୍କ ଗୃହ ପର୍ୟ୍ଯନ୍ତ ମରାମତି କଲେ।

Interlinear

Choose Theme