ସହେି ସମୟରେ ଅତିଶଯ ଦୁର୍ଭିକ୍ଷ ହବୋରୁ ସର୍ବଦେଶ ରେ ଖାଦ୍ୟଦ୍ରବ୍ଯର ଅଭାବ ହେଲା। ତହିଁରେ ମିଶର ଦେଶୀଯ ଓ କିଣାନ ଦେଶୀଯ ଲୋକମାନେ ଦୁର୍ଭିକ୍ଷ ଦତେୁ ପ୍ରାଯ ମୂର୍ଚ୍ଛାଗତ ହବୋକୁ ଲାଗିଲେ।
Cross references
କିନ୍ତୁ ତା'ପେଛ ସାତବର୍ଷ ଦୁର୍ଭିକ୍ଷ ପଡ଼ିବ। ସମସ୍ତ ସୁଭିକ୍ଷ ମିଶରଦେଶରୁ ବିସ୍ତୃତ ହବେ। ଦୁର୍ଭିକ୍ଷ ଦେଶକୁ ଧ୍ବଂସ କରିବ।
ଦୁର୍ଭିକ୍ଷ ସାତବର୍ଷ ସମୟରେ ସମସ୍ତ ମିଶରକୁ ତୁମ୍ଭେ ଖାଦ୍ୟ ଯୋଗ ପାରିବ। ତେଣୁ ମିଶର ଦୁର୍ଭିକ୍ଷ ୟୋଗୁ ଧ୍ବଂସ ହବେ ନାହିଁ।
ଆହାବ୍ ଓବଦିଯକୁ କହିଲେ, ମାେ ସହିତ ଆସ, ଆସ ୟିବା ଏବଂ ଦେଶର ସବୁ ଝରଣା ଓ ନଦୀ କୂଳ ଦେଖିବା। ଆମ୍ଭେ ଯଦି ଆମ୍ଭର ଅଶ୍ବଗୁଡିକ ଓ ଗଧମାନଙ୍କ ପାଇଁ ପ୍ରଚୁର ଘାସ ପାଇ ପାରିବା ତବେେ ଆମ୍ଭେ ଆମ୍ଭର ପଶୁମାନଙ୍କୁ ବଧ କରିବାକୁ ପଡିବ ନାହିଁ।
ଏହା ବୁଝିଲାଭଳି କୌଣସି ଜ୍ଞାନୀ ବ୍ଯକ୍ତି ଏଠା ରେ ଅଛନ୍ତି କି ? ସଦାପ୍ରଭୁଙ୍କ ଦ୍ବାରା ଶିକ୍ଷା ପାଇଥିବା ଓ ତାଙ୍କର ମୁଖ ନିଃସୃତ ବାଣୀକୁ ବ୍ଯକ୍ତ କରିବାକୁ କହେି ବ୍ଯକ୍ତି ଅଛି କି ? ଦେଶ କାହିଁକି ଧ୍ବଂସପ୍ରାପ୍ତ ହେଲା ଓ ପ୍ରାନ୍ତରସବୁ ଦଗ୍ଧିଭୂତ ହେଲା, କହେି ସଠାେ ରେ ୟାତାଯାତ କଲେ ନାହିଁ ?
ଅନାବୃଷ୍ଟି ବିଷଯ ରେ ଯିରିମିୟଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ଯ ଉପସ୍ଥିତ ହେଲା।
ଉଠ, ରାତ୍ରିର ପ୍ରେତ୍ୟକକ ପ୍ରହରର ଆରମ୍ଭ ରେ ଆର୍ତ୍ତସ୍ବର କର; ସଦାପ୍ରଭୁଙ୍କ ସମ୍ମୁଖ ରେ ତୁମ୍ଭର ହୃଦଯ ଜଳପରି ଢ଼ାଳି ଦିଅ; ତୁମ୍ଭର ସନ୍ତାନସନ୍ତତିଙ୍କ ପ୍ରାଣରକ୍ଷା ପାଇଁ ତାଙ୍କ ସମ୍ମୁଖ ରେ ହାତୟୋଡ଼ି ପ୍ରାର୍ଥନା କର। କାରଣ ସମାନେେ ପ୍ରେତ୍ୟକକ ସଡ଼କ ମୁଣ୍ଡ ରେ କ୍ଷୁଧା ରେ ଛଟପଟ ହେଉଛନ୍ତି।
ଭୋକରେ ମରିଥିବା ଲୋକମାନଙ୍କ ଅପେକ୍ଷା ଖଡ୍ଗ ରେ ନିହତ ହାଇେଥିବା ଲୋକମାନେ ଭଲ, କାରଣ ସମାନଙ୍କେର ଜୀବନ ସମାନଙ୍କେର ଶୁଷ୍କ ଜମି ରେ ଖାଦ୍ୟ ଉତ୍ପନ୍ନ ପାଇଁ ଯଭେଳି, ସମାନେେ କ୍ଷୁଧା ଦ୍ବାରା ଘସି ହାଇେଛନ୍ତି।
ଶସ୍ଯ କ୍ଷେତ୍ର ଧ୍ବଂସ ହାଇେଛି, ଏପରିକି ଭୂମି ମଧ୍ଯ କାନ୍ଦୁଛି। କାରଣ ଶସ୍ଯସବୁ ନଷ୍ଟ ହାଇେଛି ଏବଂ ନୂତନ ଦ୍ରାକ୍ଷାଲତା ଶୁଖି ୟାଇଛି। ଅଲିଭ ତଲେ ଶଷେ ହାଇୟୋଇଛି।
ସେ ସମୟରେ ସମଗ୍ର ମିଶର ଓ କିଣାନ ଦେଶ ରେ ଦୁର୍ଭିକ୍ଷ ପଡ଼ିବାରୁ ଲୋକେ ବହୁତ କଷ୍ଟ ରେ ପଡ଼ିଲେ। ଆମ୍ଭର ପୂର୍ବପୁରୁଷମାନେ ଖାଇବାକୁ କିଛି ପାଇଲେ ନାହିଁ।