ଆଦି ପୁସ୍ତକ 4:19 · ଓଡ଼ିଆ ବାଇବେଲ
ଲମେକ ଦୁଇଟି ସ୍ତ୍ରୀ ବିବାହ କଲେ, ଜଣଙ୍କର ନାମ ଆଦା ଓ ଅନ୍ୟ ଜଣଙ୍କର ନାମ ଥିଲା ସିଲ୍ଲା।
Cross references
ଆଦି ପୁସ୍ତକ 2:18
ଏହାପରେ ସଦାପ୍ରଭୁ ପରମେଶ୍ବର କହିଲେ, ମୁଁ ଦେଖି ପାରୁଛି ଯେ ମନୁଷ୍ଯ ଏକାକୀ ଥିବା ଭଲ ନୁହେଁ, ମୁଁ ଆଉ ଜଣେ ଉପୟୁକ୍ତ ସହକାରିଣୀ ନିର୍ମାଣ କରିବି।
ଆଦି ପୁସ୍ତକ 2:24
ମନୁଷ୍ଯ ପିତା ମାତାଙ୍କୁ ଛାଡ଼ି ସ୍ତ୍ରୀ ସହିତ ଏକତ୍ରୀତ ହବେ। ଯେପରି ସମାନେେ ଏକ ବ୍ଯକ୍ତି, ଏହା ଏପରି ଭାବରେ ହବେ।
ଦିତୀୟ ବଂଶାବଳୀ 24:3
ୟିହୋଯାଦା ୟୋଯାଶ୍ଙ୍କ ନିମନ୍ତେ ଦୁଇଜଣ ସ୍ତ୍ରୀ ବାଛିଲେ। ଯୋୟାଶ୍ ପୁତ୍ର ଓ କନ୍ଯାମାନଙ୍କୁ ଜନ୍ମ ଦେଲେ।
ମାଥିଉଲିଖିତ ସୁସମାଚାର 19:4
ଯୀଶୁ କହିଲେ, ତୁମ୍ଭେ ନିଶ୍ଚୟ ଶାସ୍ତ୍ର ରେ ପଢ଼ିଛ ଯେ, 'ସୃଷ୍ଟିକର୍ତ୍ତା ମୂଳରୁ ଲୋକମାନଙ୍କୁ ସ୍ତ୍ରୀ ଓ ପୁରୁଷ ରୂପରେ ସୃଷ୍ଟି କରିଥିଲେ?'
ମାଥିଉଲିଖିତ ସୁସମାଚାର 19:8
ଯୀଶୁ ସମାନଙ୍କେୁ କହିଲେ, ତୁମ୍ଭମାନେେ ପରମେଶ୍ବରଙ୍କ ଉପଦେଶ ଗ୍ରହଣ କରିବାକୁ ମନା କରିଥିବାରୁ ମାଶାେ ତୁମ୍ଭମାନଙ୍କୁ ନିଜ ସ୍ତ୍ରୀକୁ ଛାଡ଼ପତ୍ର ଦବୋକୁ ଅନୁମତି ଦଇେଛନ୍ତି। କିନ୍ତୁ ପ୍ରଥମରୁ ଛାଡ଼ପତ୍ର ଦବୋପାଇଁ ଅନୁମତି ଦିଆଯାଇ ନଥିଲା।