ସେତବେେଳେ ମୁଁ ପରମେଶ୍ବରଙ୍କର ସକଳ କାର୍ୟ୍ଯ ବିଷଯ ଦେଖିଲି, ମୁଁ ଦେଖିଲି ଯେ, ମନୁଷ୍ଯ ସୂର୍ୟ୍ଯ ତଳେ ଯାହା ଘଟେ ବୁଝିପା ରେ ନାହିଁ। କାରଣ ସେ ଏହା ବୁଝିବା ପାଇଁ ଯେତେ କଠିନ କାର୍ୟ୍ଯ କଲେ ମଧ୍ଯ ସେ ତାହା ବୁଝିବାକୁ ସକ୍ଷମ ହବେେ ନାହିଁ। ଏବଂ ଯଦି ଜଣେ ଜ୍ଞାନୀ ଲୋକ, ସେ ବୁଝିଛି ବୋଲି କ ହେ, ପ୍ରକୃତ ରେ ସେ ବୁଝି ନ ଥାଏ।
Cross references
ଲୋକେ ପରମେଶ୍ବରଙ୍କ ଆଶ୍ଚର୍ୟ୍ଯକର୍ମକୁ ବୁଝିପାରନ୍ତି ନାହିଁ କି ତାଙ୍କର ଅଲୌକିକ କାର୍ୟ୍ଯର ମଧ୍ଯ ଅନ୍ତ ନାହିଁ।
ଆୟୁବ, ତୁମ୍ଭେ କ'ଣ ସତ ରେ ପରମେଶ୍ବରଙ୍କୁ ବୁଝିଅଛ ? ତୁମ୍ଭେ କ'ଣ ସତ ରେ ସର୍ବଶକ୍ତିମାନ ପ୍ରଭୁଙ୍କର ସୀମା ବୁଝିପାରୁଛ ?
ହେ ସଦାପ୍ରଭୁ, ଆମ୍ଭମାନଙ୍କର ପରମେଶ୍ବର, ତୁମ୍ଭେ ଅନକେ ଆଶ୍ଚର୍ୟ୍ଯଜନକ କାର୍ୟ୍ଯ କରିଛ। ତୁମ୍ଭେ ଆମ୍ଭମାନଙ୍କ ପାଇଁ ଅନକେ ଆଶ୍ଚର୍ୟ୍ଯ ଯୋଜନାମାନ ରଖିଛ। କୌଣସି ବ୍ଯକ୍ତି ତାହା କବେେ ଗଣି ପାରିବ ନାହିଁ। ମୁଁ ବାରମ୍ବାର ସହେିସବୁ କଥା କହିବି ୟାହାକୁ ଗଣିବା ଅସମ୍ଭବ।
ମୁଁ ଏହିକଥା ବୁଝିବାକୁ ବହୁତ ଚେଷ୍ଟା କଲି, କିନ୍ତୁ ଏହା ବୁଝିବା ମାେ ପାଇଁ ଅତି କଷ୍ଟକର ଥିଲା।
ସଦାପ୍ରଭୁ, ତୁମ୍ଭେ କେତେ ଜିନିଷ ତିଆରି କରିଅଛ। ପୃଥିବୀ ତୁମ୍ଭ ସୃଷ୍ଟି ବସ୍ତୁରେ ପରିପୂର୍ଣ୍ଣ ଅଛି। ଜ୍ଞାନ ବଳରେ ତୁମ୍ଭେ ସେସବୁ ଜିନିଷ ତିଆରି କରିଅଛ।
ମୁଁ ଜ୍ଞାନ ଶିକ୍ଷି ନାହିଁ, ପରମେଶ୍ବରଙ୍କ ବିଷଯ ରେ ମଧ୍ଯ ମାରେ ଜ୍ଞାନ ନାହିଁ।
ପରମେଶ୍ବର ଏହା ଠିକ୍ ସମୟରେ ପ୍ରେତ୍ୟକକ ଜିନିଷ ସୁନ୍ଦର କରନ୍ତି। ସେ ମଧ୍ଯ ଲୋକମାନଙ୍କ ମନ ରେ ଅନନ୍ତକାଳର ଧାରଣା ରଖନ୍ତି, କିନ୍ତୁ ସମାନେେ କବେେ ହେଲେ ପୁରାପୁରି ବୁଝିପାରନ୍ତି ନାହିଁ ଯେ, ପ୍ରେତ୍ୟକକ ଜିନିଷ ପରମେଶ୍ବର କରିଅଛନ୍ତି।
ମୁଁ ଜ୍ଞାନଦ୍ବାରା ଏସବୁ ପରୀକ୍ଷା କଲି ଏବଂ ମୁଁ କହିଲି, ମୁଁ ଜ୍ଞାନୀ ହବୋକୁ ଚା ହେଁ। ମାତ୍ର ଜ୍ଞାନ ମାରେ ଗନ୍ତବ୍ଯଠାରୁ ବହୁତ ଦୂର ରେ ଅଛି।
ତୁମ୍ଭେ ବାଯୁର ଗତି ଜାଣିପାରିବ ନାହିଁ। ଏବଂ ତୁମ୍ଭେ ଜାଣିପାରିବ ନାହିଁ ମା ପଟେ ରେ ଶିଶୁଟି କିପରି ବଢ଼େ। ଠିକ୍ ସହେିପରି ପରମେଶ୍ବର କ'ଣ କରନ୍ତି ତୁମ୍ଭେ ଜାଣିପାରିବ ନାହିଁ। ସେ ପ୍ରେତ୍ୟକକ କଥା ଘଟାନ୍ତି।
ତୁମ୍ଭେ କ'ଣ ଜାଣି ନାହଁ ? ତୁମ୍ଭେ କ'ଣ ଶୁଣି ନାହଁ ? ସେ ସମସ୍ତ ଜଗତର ସୃଷ୍ଟିକର୍ତ୍ତା। ଅନାଦି ଅନନ୍ତ ପରମେଶ୍ବର। ସଦାପ୍ରଭୁ କ୍ଲାନ୍ତ ହୁଅନ୍ତି ନାହିଁ କି ଶ୍ରାନ୍ତ ହୁଅନ୍ତି ନାହିଁ। ତାଙ୍କର ବୁଦ୍ଧି ବୋଧର ଅଗମ୍ଯ।
ପରମେଶ୍ବରଙ୍କ ଧନ ବହୁତ ମହାନ୍! ତାଙ୍କ ବୁଦ୍ଧି ଓ ଜ୍ଞାନର ସୀମା ନାହିଁ! ସେ ନିଷ୍ପତ୍ତିକିପରି ନିଅନ୍ତି କହେି ବୁଝାଇ ପାରିବ ନାହିଁ।