Home Bibles ଦାନିଏଲ 4:22 · ଓଡ଼ିଆ ବାଇବେଲ
ଦାନିଏଲ 4:22 · ଓଡ଼ିଆ ବାଇବେଲ

ହେ ମହାରାଜ, ସହେି ବୃକ୍ଷ ଆପଣ ଅଟନ୍ତି। ଆପଣ ବୃଦ୍ଧି ପାଇ ବଳବାନ୍ ହାଇେଅଛନ୍ତି। କାରଣ ଆପଣଙ୍କର ମହତ୍ବ ବୃଦ୍ଧି ପାଇଅଛି ଓ ତାହା ଗଗନ ସ୍ପର୍ଶ କରୁଅଛି। ଆଉ ଆପଣଙ୍କର କତ୍ତୃର୍ତ୍ବ ପୃଥିବୀର ପ୍ରାନ୍ତ ପର୍ୟ୍ଯନ୍ତ ବ୍ଯାପିଅଛି।

Cross references

ଆଦି ପୁସ୍ତକ 11:4

ଏହାପରେ ଲୋକମାନେ କହିଲେ, ଆସ ଆମ୍ଭ ପାଇଁ ଏକ ନଗର ଓ ଏକ ନଭଶ୍ଚୁମ୍ବୀ ଅଟ୍ଟାଳିକା ନିର୍ମାଣ କରିବା ଆମ୍ଭମାନେେ ଅତି ଜଣାଶୁଣା ହବୋ। ତା ହେଲେ ଆମ୍ଭମାନେେ ପୃଥିବୀର ଚ଼ାରିଆଡ଼େ ବିକ୍ଷିପ୍ତ ହବୋ ନାହିଁ।

ଆଦି ପୁସ୍ତକ 28:12

ଯାକୁବ ଏକ ସ୍ବପ୍ନ ଦେଖିଲେ। ସେ ସ୍ବପ୍ନ ରେ ଦେଖିଲେ ଯେ ଏକ ସିଡ଼ି ଭୂମିରୁ ସ୍ବର୍ଗକୁ ଲାଗିଛି। ଯାକୁବ ଦେଖିଲେ ପରମେଶ୍ବରଙ୍କର ଦୂତଗଣ ସହେି ସିଢ଼ିଦଇେ ଚଢୁଛନ୍ତି ଓ ଓହ୍ଲାଉଛନ୍ତ।

ଦିତୀୟ ଶାମୁୟେଲ 12:7

ନାଥନ ଦାଉଦଙ୍କକ୍ସ୍ଟ କହିଲେ, ତୁମ୍ଭେ ହେଉଛ ସହେି ଧନୀ ଲୋକ, ଯାହାକି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହିକଥା କହିଛନ୍ତି, 'ମୁ ତୁମ୍ଭକୁ ଇଶ୍ରାୟେଲର ରାଜା କରିବାକୁ ପସନ୍ଦ କଲି। ମୁ ତୁମ୍ଭକୁ ଶାଉଲଠାରକ୍ସ୍ଟ ରକ୍ଷା କଲି।

ଦିତୀୟ ବଂଶାବଳୀ 28:9

କିନ୍ତୁ ସଦାପ୍ରଭୁଙ୍କର ଭବିଷ୍ଯଦ୍ବକ୍ତା ମାନଙ୍କ ମଧ୍ଯରୁ ଜଣେ ଥିଲେ। ଏହି ଭବିଷ୍ଯତ୍ବକ୍ତାମାନଙ୍କର ନାମ ଥିଲା ଓବେଦ୍। ଓବେଦ୍ ଶମରିଯାକୁ ଫରେି ଆସିଥିବା ଇଶ୍ରାୟେଲୀୟ ସୈନ୍ଯଦଳକୁ ଭଟେିଲେ। ଓବେଦ୍ ଇଶ୍ରାୟେଲୀୟ ସୈନ୍ଯଦଳକୁ କହିଲେ, ତୁମ୍ଭମାନଙ୍କର ପୂର୍ବପୁରୁଷମାନେ ଯେଉଁ ସଦାପ୍ରଭୁ ପରମେଶ୍ବରଙ୍କୁ ମାନିଥିଲେ, ସେ ତୁମ୍ଭମାନଙ୍କ ଦ୍ବାରା ଯିହୁଦାର ଲୋକମାନଙ୍କୁ ପରାସ୍ତ କଲେ, କାରଣ ସେ ସମାନଙ୍କେ ପ୍ରତି ଅତ୍ଯନ୍ତ କୋରଧ କରିଛନ୍ତି। ତୁମ୍ଭମାନେେ ଯିହୁଦାର ଲୋକମାନଙ୍କୁ ଅତ୍ଯନ୍ତ କଦର୍ୟ୍ଯ ଭାବରେ ହତ୍ଯା ଓ ଦଣ୍ଡିତ କରିଅଛ।

ଗୀତସଂହିତା 36:5

ହେ ସଦାପ୍ରଭୁ, ତୁମ୍ଭର ସ୍ନହପେୂର୍ଣ୍ଣ କରୁଣା ଆକାଶଠାରୁ ମହୀଯାନ୍। ତୁମ୍ଭର ବିଶ୍ବସ୍ତତା ଆକାଶର ବାଦଲଠାରୁ ଗରୀଯାନ୍।

ଗୀତସଂହିତା 108:4

ସଦାପ୍ରଭୁ ତୁମ୍ଭର ପ୍ରମେ ଆକାଶଠାରୁ ମହତ୍। ତୁମ୍ଭର ବିଶ୍ବାସନୀଯତା ଗଗନସ୍ପର୍ଶୀ ଆକାଶ ପର୍ୟ୍ଯନ୍ତ ପହଞ୍ଚେ।

ଯିରିମିୟ 27:5

ଆମ୍ଭେ ଆମ୍ଭର ମହାପରାକ୍ରମ ଓ ବିଶାଳ ଶକ୍ତିଶାଳୀ ବାହୁ ଦ୍ବାରା ଏହି ପୃଥିବୀ ଓ ପୃଥିବୀ ନିବାସୀ ସକଳ ମନୁଷ୍ଯ ଓ ପଶୁ ସୃଷ୍ଟି କରିଅଛୁ। ଆଉ ଆମ୍ଭେ ଆପଣା ସ୍ବଇଚ୍ଛା ରେ ଯାହାକୁ ଉଚିତ ମନେ କରିବୁ, ଏହା ଦଇପୋରିବୁ।

ଯିରିମିୟ 27:6

ବର୍ତ୍ତମାନ ଆମ୍ଭେ ଏହିସବୁ ଦେଶ ମାରେ ଦାସ ବାବିଲର ରାଜା ନବୂଖଦନିତ୍ସରର ହସ୍ତ ରେ ଦଇେଅଛୁ। ଆମ୍ଭେ କ୍ଷେତ୍ରସ୍ଥ ସମସ୍ତ ପଶୁମାନଙ୍କୁ ତାହାର ସବୋ କରିବାକୁ ଦଇେଅଛୁ।

ଦାନିଏଲ 2:21

ସେ ସମୟ ଓ ଋତୁ ପରିବର୍ତ୍ତନ କରନ୍ତି। ସେ ରାଜାମାନଙ୍କୁ ପଦଚ୍ଯୁତ କରନ୍ତି ଓ ରାଜାମାନଙ୍କୁ ରାଜପଦ ଦିଅନ୍ତି। ସେ ଜ୍ଞାନୀମାନଙ୍କୁ ଜ୍ଞାନ ଓ ବୁଦ୍ଧିମନ୍ତ ମାନଙ୍କୁ ସୁବିବଚେନା ଦିଅନ୍ତି।

ଦାନିଏଲ 2:37

ହେ ମହାରାଜ, ଆପଣ ଜଣେ ମହାନ୍ ରାଜା। ସ୍ବର୍ଗସ୍ଥ ପରମେଶ୍ବର ଆପଣଙ୍କୁ ରାଜ୍ଯ, ପରାକ୍ରମ, କ୍ଷମତା ଓ ମହିମା ଦଇେଅଛନ୍ତି।

ଦାନିଏଲ 4:29

ସ୍ବପ୍ନର ବର୍ଷକ ପ ରେ ରାଜା ନବୂଖଦ୍ନିତ୍ସର ବାବିଲର ନିଜ ପ୍ରାସାଦ ଉପ ରେ ବୁଲୁଥିଲା ବେଳେ, ରାଜା କହିଲା, ଏହି ବାବିଲକୁ ଦେଖ!

ଦାନିଏଲ 5:18

ହେ ମହାରାଜା, ସର୍ବୋପରିସ୍ଥ ପରମେଶ୍ବର ଆପଣଙ୍କ ପିତା ନବୂଖଦ୍ନିତ୍ସରଙ୍କୁ ରାଜ୍ଯ, ମହିମା, ଗୌରବ ଓ ପ୍ରତାପ ଦେଲେ।

ଦାନିଏଲ 5:21

ତାଙ୍କର ମନ ପଶୁତୁଲ୍ଯ ହେଲା ଓ ସେ ବନ୍ଯ ଗର୍ଦ୍ଦଭ ସହିତ ବାସ କଲେ। ଆଉ ସେ ଗୋରୁଗାଈ ପରି ତୃଣ ଭୋଜନ କଲେ ଓ ତାଙ୍କର ଶରୀର କାକର ରେ ଭିଜିଲା। ତା'ପ ରେ ସେ ହୃଦ୍ ବୋଧ କଲେ ଯେ, ସର୍ବୋପରିସ୍ଥ ପରମେଶ୍ବର ମନୁଷ୍ଯମାନଙ୍କ ଉପ ରେ କତ୍ତୃର୍ତ୍ବ କରନ୍ତି। ଏବଂ ପରମେଶ୍ବର ଯାହାକୁ ଗ୍ଭହାଁନ୍ତି ତାକୁ ସେ ରାଜ୍ଯ ରେ ନିୟୁକ୍ତି କରିପାରନ୍ତି।

ମାଥିଉଲିଖିତ ସୁସମାଚାର 14:4

େ ହରୋଦିଆ ଯୋହନଙ୍କୁ ବନ୍ଦୀ କରିବାର କାରଣ ହେଲା, ଯୋହନ ବାରମ୍ବାର େ ହରୋଦଙ୍କୁ କହୁଥିଲେ, ତୁମ୍ଭେ େ ହରୋଦିଆଙ୍କୁ ନିଜ ସ୍ତ୍ରୀ ଭାବରେ ରଖିବା ଠିକ୍ କାମ ନୁହେଁ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 18:5

ସ୍ବର୍ଗ ଯେତେ ଉଚ୍ଚ, ତହାର ପାପକାର୍ୟ୍ଯ ସତେିକି ଉଚ୍ଚ ହେଲାଣି। ପରମେଶ୍ବର ତା'ର ଭୁଲ କାମଗୁଡ଼ିକ ଭୁଲି ନାହାଁନ୍ତି। ସେ ତା'ର କୁକର୍ମ ସବୁ ମନେ ପକାଇଲାଣି।

Interlinear

Choose Theme