ସମାନେେ ୟୁବକକୁ ଜୀବିତ ପାଇ ଘରକୁ ନଇଗେଲେ ଓ ବହୁତ ଆଶ୍ବସ୍ତ ହେଲେ।
Cross references
ତୁମ୍ଭର ପରମେଶ୍ବର ଏହା କୁହନ୍ତି, ମାେ ଲୋକମାନଙ୍କୁ ସାନ୍ତ୍ବନା ଦିଅ, ସାନ୍ତ୍ବନା ଦିଅ।
ଆମ୍ଭ ଅସୁବିଧା ସମୟରେ ସେ ଆମ୍ଭକୁ ସର୍ବଦା ସାନ୍ତ୍ବନା ପ୍ରଦାନ କରନ୍ତି, ଏବଂ ଆମ୍ଭେ ମଧ୍ଯ ଅନ୍ୟ ଲୋକମାନଙ୍କର ଅସୁବିଧା ସମୟରେ ସାନ୍ତ୍ବନା ପ୍ରଦାନ କରିପାରିବା। ଆମ୍ଭକୁ ପରମେଶ୍ବର ଯେଉଁ ପ୍ରକାର ସାନ୍ତ୍ବନା ଦିଅନ୍ତି, ଆମ୍ଭେ ସହେିମାନଙ୍କୁ ସହେି ପ୍ରକାର ସାନ୍ତ୍ବନା ପ୍ରଦାନ କରି ପାରିବା।
ସେଥିପାଇଁ ମୁଁ ତାଙ୍କୁ ତୁମ୍ଭ ପାଖକୁ ପଠାଉଛି। ଆମ୍ଭେ କିପରି ଅଛୁ, ତାହା ତୁମ୍ଭମାନେେ ଜାଣିବା କଥା। ତୁମ୍ଭମାନଙ୍କୁ ଉତ୍ସାହ ପ୍ରଦାନ କରିବା ଉଦ୍ଦେଶ୍ଯ ରେ ମୁଁ ତାହାଙ୍କୁ ପଠାଉଛି।
ଅତଏବ ଆଥୀନୀ ରେ ଏକା ରହି ଯାଇ, ତୀମଥିଙ୍କୁ ତୁମ୍ଭମାନଙ୍କ ପାଖକୁ ପଠାଇବାକୁ ଆମ୍ଭେ ସ୍ଥିର କଲୁ। ତୀମଥି ଆମ୍ଭର ଭାଇ। ସେ ପରମେଶ୍ବରଙ୍କ ଲାଗି ମାେ ସହିତ କାମ କରନ୍ତି। ଲୋକମାନଙ୍କୁ ଖ୍ରୀଷ୍ଟଙ୍କ ସୁସମାଚାର ପ୍ରଚାର କରନ୍ତି। ତୁମ୍ଭମାନଙ୍କ ବିଶ୍ବାସ ରେ ଶକ୍ତି ଉତ୍ସାହ ଆଣିବା ପାଇଁ ଆମ୍ଭେ ତୀମଥିଙ୍କୁ ପଠାଇଥୁଲୁ।
ଏବଂ ଆମ୍ଭେ ପ୍ରଭୁଙ୍କ ସହିତ ସବୁ ଦିନ ପାଇଁ ରହିବୁ। ଅତଏବ ଏହିସବୁ କଥା କହି ପରସ୍ପରକୁ ସାନ୍ତ୍ବନା ଦିଅ।
ଅତଏବ ପରସ୍ପରକୁ ସାନ୍ତ୍ବନା ଦିଅ, ଜଣେ ଅନ୍ୟ ଜଣକୁ ଆଧ୍ଯାତ୍ମିକ ଭାବରେ ଗଢ଼ ଏବଂ ପରସ୍ପରଠା ରେ ନିଷ୍ଠା ଜନ୍ମାଅ। ତୁମ୍ଭେ ଏବେ ମଧ୍ଯ ସଇେଆ କରୁଛ।
ପରସ୍ପର ଶାନ୍ତି ରେ ରୁହ। ଯେଉଁମାନେ କାମ କରୁ ନାହାଁନ୍ତି, ଭାଇ ଓ ଭଉଣୀମାନେ, ସମାନଙ୍କେୁ ସତର୍କ କରିଦିଅ। ଯେଉଁମାନେ ଭୟ ରେ ଅଛନ୍ତି, ସମାନଙ୍କେୁ ଉତ୍ସାହିତ କର। ଦୁର୍ବଳ ଲୋକଙ୍କୁ ସାହାୟ୍ଯ କର। ପ୍ରେତ୍ୟକକ ଲୋକ ପାଇଁ ର୍ଧୈୟ୍ଯବାନ ହୁଅ।
ତୁମ୍ଭମାନଙ୍କ ପାଇଁ ପ୍ରେତ୍ୟକକ ଉତ୍ତମ କାର୍ୟ୍ଯ କରିବାକୁ ଓ ପ୍ରେତ୍ୟକକ ଉତ୍ତମ କଥା କହିବା ପାଇଁ ସକ୍ଷମ ହବେ। ସେଥିପାଇଁ ଆମ୍ଭର ପ୍ରଭୁ ଯୀଶୁଖ୍ରୀଷ୍ଟ ନିଜେ ଓ ଆମ୍ଭର ପରମପିତା ଓ ପରମେଶ୍ବର ତୁମ୍ଭମାନଙ୍କୁ ଉତ୍ସାହ ଓ ଶକ୍ତି ପ୍ରଦାନ କରନ୍ତୁ ଓ ସାନ୍ତ୍ବନା ଦିଅନ୍ତୁ, ବୋଲି ଆମ୍ଭେ ପ୍ରାର୍ଥନା କରୁଛୁ।