ଏଥି ରେ ଯହେୂ ଉଠି ଘର ଭିତରକୁ ଗଲେ। ତା'ପରେ ୟୁବ ଭବିଷ୍ଯଦ୍ବକ୍ତା ଯହେୂଙ୍କ ମସ୍ତକରେ ସହେି ତୈଳ ଢାଳି କହିଲେ, ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହିକଥା କୁହନ୍ତି, 'ଆମ୍ଭେ ତୁମ୍ଭକୁ ସଦାପ୍ରଭୁଙ୍କ ଲୋକ ଅର୍ଥାତ୍ ଇଶ୍ରାୟେଲ ଉପରେ ରାଜାଭିଷିକ୍ତ କଲୁ।'
Cross references
ଶାମକ୍ସ୍ଟଯଲେ ଏକ ସ୍ବତନ୍ତ୍ର ତୈଳପାତ୍ର ନଇେ ଶାଉଲଙ୍କ ମସ୍ତକରେ ତାହା ଢାଳିଲେ ଓ ତାଙ୍କୁ ଚକ୍ସ୍ଟମ୍ବନ କରି କହିଲେ, ସଦାପ୍ରଭୁ ତାଙ୍କ ଲୋକମାନଙ୍କର ନେତା ହବୋପାଇଁ ତୁମ୍ଭକୁ ଅଭିଷିକ୍ତ କରିଛନ୍ତି। ତୁମ୍ଭେ ତାଙ୍କର ଲୋକମାନଙ୍କୁ ନିମନ୍ତ୍ରଣ କରିବ। ତୁମ୍ଭେ ସମାନଙ୍କେର ଚତକ୍ସ୍ଟର୍ଦ୍ଦିଗର ଶତୃମାନଙ୍କଠାରକ୍ସ୍ଟ ରକ୍ଷା କରିବ। ସଦାପ୍ରଭୁ ତୁମ୍ଭକୁ ନେତା ହବୋପାଇଁ ଅଭିଷିକ୍ତ କରିଛନ୍ତି। ଏ ଚିହ୍ନ ଏହାର ସତ୍ଯତା ପ୍ରତିପାଦନ କରିବ।
ଆଉ ସଠାେରେ ଯାଜକ ସାଦୋକ ଓ ଭବିଷ୍ଯଦ୍ବକ୍ତା ନାଥନ ଶଲୋମନକୁ ଇଶ୍ରାୟେଲର ନୂତନ ରାଜା ରୂପେ ନିଶ୍ଚିଯ ଅଭିଷିକ୍ତ କରିବେ। ପୁଣି ତୁମ୍ଭମାନେେ ତୂରୀ ବଜାଇ କୁହ, 'ରାଜା ଶଲୋମନ ଦୀର୍ଘଜୀବି ହୁଅନ୍ତୁ।'
ମୁଁ ତୁମ୍ଭର ଦାସ ତୁମ୍ଭର ମନୋନୀତ ଲୋକମାନଙ୍କ ମଧିଅରେ ଅଛି। ସମାନଙ୍କେର ସଂଖ୍ଯା ଅଗଣନ। ତେଣୁ ଜଣେ ଶାସକ ନିଶ୍ଚଯ ବହୁତ ନିଷ୍ପତ୍ତି କରିବ।
ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କ ପ୍ରଶଂସା କର। ସେ ଆପଣଙ୍କୁ ଇଶ୍ରାୟେଲର ସିଂହାସନ ରେ ବସାଇବାକୁ ଆପଣଙ୍କ ପ୍ରତି ସନ୍ତୁଷ୍ଟ ହେଲେ। ସଦାପ୍ରଭୁ ପରମେଶ୍ବର ଚିରକାଳ ଇଶ୍ରାୟେଲକୁ ପ୍ ରମେ କରନ୍ତି। ତେଣୁ ସେ ଉଚିତ ବିଗ୍ଭର ଓ ନ୍ଯାଯ କରିବାକୁ ଆପଣଙ୍କୁ ରାଜା କଲେ।
ତୁମ୍ଭେ ୟାଇ ୟାରବିଯାମକୁ କୁହ ଯେ, ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର କହନ୍ତି, 'ମୁଁ ଲୋକମାନଙ୍କ ମଧ୍ଯରୁ ତୁମ୍ଭକୁ ବାଛିଲି ଏବଂ ଉନ୍ନତ କରି ମାେ ଲୋକ ଇଶ୍ରାୟେଲ ଉପରେ ତୁମକୁ ରାଜା କଲି।
ମୁଁ ତୁମ୍ଭକୁ ଧୂଳିରୁ ଉଠାଇ ଆଣି ମାରେ ଲୋକ ଇଶ୍ରାୟେଲ ଉପରେ ତୁମ୍ଭକୁ ରାଜା କଲି। ମାତ୍ର ତୁମ୍ଭେ ୟାରବିଯାମଙ୍କ ପଥ ଅନୁସରଣ କଲ ଏବଂ ମାରେ ଲୋକ ଇଶ୍ରାୟେଲୀମାନଙ୍କୁ ପାପ କରାଇଲ। ସମାନଙ୍କେ ପାପରେ ଆମ୍ଭେ କ୍ରୋଧିତ ହେଲୁ।
ଆଉ ନିମ୍ଶିର ପୁତ୍ର ଯହେୂକୁ ଇଶ୍ରାୟେଲ ଉପରେ ରାଜାଭିଷିକ୍ତ କର। ଆଉ ଆବଲହେୋଲା ନିବାସୀ ଶାଫଟର ପୁତ୍ର ଇଲୀଶାୟକୁ ତୁମ୍ଭ ସ୍ଥାନ ରେ ଭବିଷ୍ଯଦ୍ବକ୍ତା ରୂପେ ଅଭିଷକେ କର।
ଏହି େଛାଟ ତୈଳ ଶିଶି ନଇେ ତାଙ୍କ ମସ୍ତକରେ ତୈଳ ଢାଳି କୁହ, 'ସଦାପ୍ରଭୁ ଏହା କହିଛନ୍ତି; ଆମ୍ଭେ ତୁମ୍ଭକୁ ଇଶ୍ରାୟେଲ ଉପରେ ରାଜାଭିଷିକ୍ତ କଲୁ।' ତା'ପରେ ତୁମ୍ଭେ ଦ୍ବାର ଫିଟାଇ ଦୌଡି ୟାଅ, ଆଉ ବିଳମ୍ବ କରନାହିଁ।
ଅହସିଯ ୟୋରାମ୍ଙ୍କୁ ସାକ୍ଷାତ କରିବାକୁ ୟାଇଥିଲେ। ସହେି ସମୟରେ ହିଁ ପରମେଶ୍ବର ତାଙ୍କ ପ୍ରତି ମୃତ୍ଯୁ ଘଟାଇଲେ। ଅହସିଯ ୟାଇ ପହନ୍ଚିଲେ ଓ ୟୋରମ୍ଙ୍କ ସହିତ ଯହେୂଙ୍କୁ ଭଟେିବା ନିମନ୍ତେ ଗଲେ। ଯହେୂଙ୍କ ପିତାଙ୍କର ନାମ ଥିଲା ନିମଶିର। ଆହାବଙ୍କ ପରିବାରକୁ ବିନାଶ କରିବା ନିମନ୍ତେ ସଦାପ୍ରଭୁ ଯହେୂଙ୍କୁ ମନୋନୀତ କରିଥିଲେ।
ସିୟୋନ ହେଉଛି ମାରେ ପବିତ୍ର ପର୍ବତ। ସଦାପ୍ରଭୁଙ୍କର ଏହିସବୁ ବାକ୍ଯ ନେତାମାନଙ୍କୁ ସ୍ଥାପନ କରିଅଛି।
କୌଣସି ବ୍ଯକ୍ତିକୁ ମହତ୍ବପୂର୍ଣ୍ଣ କରିବାରେ ପୃଥିବୀର କୌଣସି ଶକ୍ତି ନାହିଁ।
ସଦାପ୍ରଭୁ ନିଜ ଅଭିଷିକ୍ତ ବ୍ଯକତିର ଅର୍ଥାତ୍ କୋରସ ବିଷଯ ରେ ଏହିକଥା କୁହନ୍ତି, ଆମ୍ଭେ ତାହା ସମ୍ମୁଖ ରେ ନାନା ଗୋଷ୍ଠୀକୁ ପରାସ୍ତ କରିବା ପାଇଁ ତାହାର ଦକ୍ଷିଣ ହସ୍ତ ଧରିଅଛୁ ଓ ଆମ୍ଭେ ରାଜାମାନଙ୍କର କଟିବନ୍ଧନ ଫିଟାଇବା। ପୁଣି ତାହା ସମ୍ମୁଖ ରେ କବାଟସବୁ ମୁକ୍ତ କରିବା ଓ ନଗରଦ୍ବାର ସବୁ ବନ୍ଦ ରହିବ ନାହିଁ।
ସେ ସମୟ ଓ ଋତୁ ପରିବର୍ତ୍ତନ କରନ୍ତି। ସେ ରାଜାମାନଙ୍କୁ ପଦଚ୍ଯୁତ କରନ୍ତି ଓ ରାଜାମାନଙ୍କୁ ରାଜପଦ ଦିଅନ୍ତି। ସେ ଜ୍ଞାନୀମାନଙ୍କୁ ଜ୍ଞାନ ଓ ବୁଦ୍ଧିମନ୍ତ ମାନଙ୍କୁ ସୁବିବଚେନା ଦିଅନ୍ତି।
ଜଣେ ପବିତ୍ର ସ୍ବର୍ଗଦୂତ ଏହି ଦଣ୍ତ ଘାଷେଣା କଲେ। ସମସ୍ତ ଲୋକ ଏହା ଜାଣିବେ ଯେ, ମନୁଷ୍ଯମାନଙ୍କ ଉପ ରେ ସର୍ବୋପରିସ୍ଥ ପରମେଶ୍ବର ଶାସନ କରନ୍ତି, ଯାହାକୁ ତାହାଙ୍କର ଇଚ୍ଛା, ତାହାକୁ ସେ ତାହା ଦିଅନ୍ତି। ପରମେଶ୍ବର ବିନଯୀ ଲୋକକୁ ରାଜ୍ଯ ଶାସନ ପାଇଁ ନିୟୁକ୍ତି କରନ୍ତି। ତେଣୁ ପୃଥିବୀର ଜୀବିତ ଲୋକମାନେ ତାଙ୍କର ଏ ମହିମା ଜାଣିବେ।
ଏବଂ ତୁମ୍ଭେ ମନୁଷ୍ଯମାନଙ୍କ ମଧ୍ଯରୁ ବିତାଡିତ ହବେ। କ୍ଷେତ୍ରସ୍ଥ ପଶୁମାନଙ୍କ ମଧିଅରେ ତୁମ୍ଭେ ବାସ କରିବ ଓ ଗୋରୁ ପରି ତୃଣ ଭୋଜନ କରିବ। ଏହିରୂପେ ତୁମ୍ଭ ଉପ ରେ ସାତବର୍ଷ ଅତିକ୍ରମ କରିୟିବ। ଶଷେ ରେ ଯେ ସର୍ବୋପରିସ୍ଥ ପରମେଶ୍ବର ସମଗ୍ର ମନୁଷ୍ଯ ଉପ ରେ ପ୍ରଭୁତ୍ବ କରନ୍ତି ଓ ଯାହାକୁ ଯାହା ଇଚ୍ଛା ତାକୁ ସେ ତାହା ଦିଅନ୍ତି, ଏହା ତୁମ୍ଭେ ଜାଣିବ।
କିନ୍ତୁ ନବୂଖଦ୍ନିତ୍ସର ଗର୍ବୀ ଏବଂ ଜିଦ୍ଖୋର ହେଲେ। ତେଣୁ ତାଙ୍କର ରାଜ୍ଯ ତାଙ୍କଠାରୁ ନିଆଗଲା। ତା'ପ ରେ ତାଙ୍କୁ ଲୋକମାନଙ୍କ ଗହଣରୁ ତଡି ନିଆଗଲା।
ତେଣୁ ସନୋ ଅଧିକାରୀ ତାହାକୁ ସନୋଧ୍ଯକ୍ଷଙ୍କ ନକଟକୁ ନଇଗେଲା ଓ କହିଲା, ବନ୍ଦୀ ପାଉଲ ଏ ୟୁବକକୁ ଆପଣଙ୍କ ନିକଟକୁ ପଠାଇଛନ୍ତି। ସେ ଆପଣଙ୍କୁ କିଛି କହିବାକୁ ଚ଼ା ହେଁ।