ଆହାବ୍ଙ୍କ ଅନ୍ତେ ତାଙ୍କ ପୁତ୍ର ୟିହୋରାମ ଶମରିଯା ରେ ଇଶ୍ରାୟେଲ ଉପରେ ରାଜତ୍ବ କଲେ। ସେ ଯିହୁଦାର ରାଜା ୟିହୋଶାଫଟଙ୍କର ଅଷ୍ଟାଦଶ ବର୍ଷ ରାଜତ୍ବ କାଳ ରେ ରାଜା ହେଲେ ଓ ଇଶ୍ରାୟେଲ ରେ ବାରବର୍ଷ ରାଜ୍ଯ କଲେ।
Cross references
ଯିହୁଦାର ରାଜା ୟିହୋଶାଫଟ୍ଙ୍କ ରାଜତ୍ବର ସପ୍ତଦଶ ବର୍ଷ ରେ ଆହାବ୍ଙ୍କ ପୁତ୍ର ଅହସିଯ ଇଶ୍ରାୟେଲର ରାଜା ହେଲେ। ସେ ଶମରିଯା ରେ ଦୁଇବର୍ଷ ଶାସନ କଲେ।
ସଦାପ୍ରଭୁ ଏଲିଯଙ୍କୁ ଦଇେ କହିଥିବା ଅନୁସାରେ ଅହସିଯଙ୍କର ମୃତ୍ଯୁ ହେଲା। ତାଙ୍କର ପୁତ୍ର ନଥିବାରୁ ଅହସିଯଙ୍କ ପରେ ଯିହୁଦାର ରାଜା ଯିହାଶାଫେଟ୍ଙ୍କ ପୁତ୍ର ୟିହୋରାମର ଦ୍ବିତୀୟ ବର୍ଷ ରାଜତ୍ବ କାଳ ରେ ୟିହୋରାମ ତାଙ୍କ ପଦ ରେ ରାଜ୍ଯ କରିବାକୁ ଆରମ୍ଭ କଲେ।
ଆହାବ୍ଙ୍କ ପୁତ୍ର ୟୋରାମଙ୍କ ଶାସକ ଇଶ୍ରାୟେଲ ରେ ରାଜତ୍ବ କରିବାର ପଞ୍ଚମ ବର୍ଷ ରେ ୟିହୋଶାଫଟଙ୍କ ପୁତ୍ର ୟିହୋରାମ ଯିହୁଦାର ରାଜା ହେଲେ।
ଆହାବଙ୍କ ପରିବାର ତାଙ୍କୁ ଯେଉଁ ପରାମର୍ଶ ଦେଲେ, ଅହସିଯ ତାହା ପାଳନ କଲେ। ଅହସିଯ ଇଶ୍ରାୟେଲ ରାଜା ଯିହାରୋମ୍ଙ୍କ ସହିତ ମିଳି ଅରାମ୍ର ରାଜା ହସାଯଲେ ସହିତ ରାମାେତ୍-ଗିଲିଯାଦ୍ ରେ ୟୁଦ୍ଧ କରିବାକୁ ଗଲେ। ଆହାବ ଯିହାରୋମ୍ଙ୍କର ପିତା ଥିଲା। କିନ୍ତୁ ଅରାମୀଯମାନେ ୟିହୋରାମକୁ ୟୁଦ୍ଧ ରେ କ୍ଷତାକ୍ତ କରି ପକାଇଲେ।