ବାବିଲର ରାଜା ମିଶରର ନଦୀଠାରୁ ଫରାତ୍ ନଦୀ ପର୍ୟ୍ଯନ୍ତ ମଧ୍ଯବର୍ତ୍ତି ସମସ୍ତ ଦେଶ ଅଧିକାର କଲେ। ଏହି ଦେଶ ପୂର୍ବରୁ ମିଶର ଅଧିନ ରେ ଥିଲା। ତେଣୁ ମିଶରର ରାଜା ପୂନର୍ବାର ମିଶର ଛାଡି ଆସିଲେ ନାହିଁ।
Cross references
ସହେିଦିନ ସଦାପ୍ରଭୁ ଅବ୍ରାମଙ୍କ ସହିତ ଏକ ଚୁକ୍ତି କଲେ। ସେ କହିଲେ, ମୁଁ ଏହି ଦେଶ ତୁମ୍ଭର ବଂଶଧରଙ୍କୁ ଦଲେି। ମିଶରୀଯ ନଦୀଠାରୁ ମହାନ ନଦୀ ଫରାତ୍ ପର୍ୟ୍ଯନ୍ତ ଏହି ଦେଶ ତୁମ୍ଭର ପରିବାରକୁ ମୁଁ ଦଲେି।
ଏହାପରେ ସହେି ସୀମା ଅସ୍ମୋନରୁ ମିଶର ନଦୀ ଆଡକୁ ବିସ୍ତୃତ ହବେ ଓ ସହେି ଭୂମଧ୍ଯସାଗର ନିକଟରେ ଶଷେ ହବେ।
ଏହି ସୀମା ଅସୋନରକ୍ସ୍ଟ ମିଶର ନଦୀ ପାଖେ ପାଖେ ବାହାରି ଗଲା। ଏବଂ ସହେି ସୀମାର ପ୍ରାନ୍ତଭାଗ ସମକ୍ସ୍ଟଦ୍ର ଥିଲା, ଯାହାକି ତୁମ୍ଭମାନଙ୍କର ଦକ୍ଷିଣ ଦିଗ।
ଶଲୋମନ ଇଉଫ୍ ରଟେିଶ ଫରାତ୍ ନଦୀଠାରୁ ପଲେଷ୍ଟୀୟମାନଙ୍କ ଦେଶ ଓ ମିଶର ସୀମା ପର୍ୟ୍ଯନ୍ତ ସମସ୍ତ ରାଜ୍ଯ ଉପରେ ଶାସନ କଲେ। ଏହି ଦେଶଗୁଡିକ ଶ ଲୋମନଙ୍କୁ ଉପହାର ଓ ସମ୍ମାନ ପଠାଇଲେ ଏବଂ ଜୀବନସାରା ତାଙ୍କର ପ୍ରଜା ହାଇେ ରହିଲେ।
ସଦେିନ ସଦାପ୍ରଭୁ ଅନ୍ୟମାନଙ୍କଠାରୁ ତାଙ୍କର ଦାସମାନଙ୍କୁ ଅଲଗା କରିବେ। ଫରାତ୍ ନଦୀଠାରୁ ଆରମ୍ଭକରି ମିଶର ନଦୀ ପର୍ୟ୍ଯନ୍ତ ସେ ଲୋକମାନଙ୍କୁ ଏକତ୍ରୀତ କରିବେ।
ଆଉ ମଧ୍ଯ ସହେି ସମୟରେ ଫାରୋର ସୈନ୍ଯ ମିଶରରୁ ବାହାରି ଯିହୁଦାକୁ ଆସିଲେ। ଏଣୁ ୟିରୁଶାଲମ ଦଖଲ କରିଥିବା କଲଦୀଯମାନେ ଏ ସମ୍ବାଦ ଶୁଣି ୟିରୁଶାଲମରୁ ଚାଲିଗଲେ।
ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହି କଥା କହନ୍ତି, ' ହେ ୟିହୁଖଲ ଓ ସଫନିଯ, ଯିହୁଦାର ରାଜା ସିଦିକିଯ ଆମ୍ଭକୁ ପଚାରିବା ପାଇଁ ତୁମ୍ଭମାନଙ୍କୁ ପଠାଇଅଛି, ତୁମ୍ଭମାନେେ ତାଙ୍କୁ ୟାଇ କହିବ, ଦେଖ, ତୁମ୍ଭମାନଙ୍କ ସାହାୟ୍ଯ ପାଇଁ ଫାରୋର ଯେଉଁ ସୈନ୍ଯମାନେ ଆସିଛନ୍ତି, ସମାନେେ ନିଜ ଦେଶ ମିଶରକୁ ଫରେିଯିବେ।
ମିଶର ଦେଶ ସମ୍ବନ୍ଧ ରେ ଏହି ବାର୍ତ୍ତା। ଯୋଶିୟଯର ପୁତ୍ର ଯିହୁଦାର ରାଜା ଯିହାୟୋଦାରକୀମର ଅଧିକାରର ଚତୁର୍ଥ ବର୍ଷ ରେ ବାବିଲର ରାଜା ନବୂଖଦନିତ୍ସର, ମିଶରର ରାଜା ଫାରୋନଖୋର ଯେଉଁ ସୈନ୍ଯସାମନ୍ତକୁ ପରାଜଯ କଲା, ଫରାତ୍ ନଦୀ ନିକଟସ୍ଥ ଜଳୀମୀଶ ରେ ଉପସ୍ଥିତ ସହେି ସୈନ୍ଯ ସାମନ୍ତ ବିଷଯ କଥା।
ଦ୍ରୁତଗାମୀ ଲୋକ ପଳାଯନ କରିପାରିବେ ନାହିଁ, କିଅବା ବୀର ପୁରୁଷଗଣ ରକ୍ଷା ପାଇପାରିବେ ନାହିଁ। ଉତ୍ତର ଦିଗ ରେ ଫରାତ୍ ନଦୀ ନିକଟରେ ସମାନେେ ଝୁଣ୍ଟି ପଡ଼ିବେ ଓ ସମାନଙ୍କେର ପତନ ହବେ।
ହେ ମନୁଷ୍ଯ ପୁତ୍ର, ମୁଁ ମିଶରର ରାଜା ଫାରୋର ବାହୁ ଭାଙ୍ଗିଅଛି। ତା'ର ଆରୋଗ୍ୟ ପାଇଁ ଔଷଧ ଲଗାଇ ପଟି ବାନ୍ଧିବାକୁ କହେି ନାହିଁ। ତେଣୁ ତାହାର ହସ୍ତ ଆଉ ଖଡ୍ଗ ଧାରଣ କରିବାକୁ ସବଳ ହବେ ନାହିଁ।