ହେ ବନ୍ଦୀଗଣ, ତୁମ୍ଭମାନଙ୍କର ଦୁର୍ଗକୁ ଫରେିୟାଅ। ବର୍ତ୍ତମାନ ତୁମ୍ଭର ଭରସା ଅଛି। ଆଜି ଆମ୍ଭେ ଘାଷେଣା କରୁଛୁ ଯେ, ଆମ୍ଭେ ତୁମ୍ଭଙ୍କୁ ଦ୍ବିଗୁଣ ଫରୋଇ ଦବୋ।
Cross references
ଆୟୁବ ତା'ର ବନ୍ଧୁମାନଙ୍କ ପାଇଁ ପ୍ରାର୍ଥନା କଲା। ତା'ପରେ ସଦାପ୍ରଭୁ ଆୟୁବକୁ ପୁଣି ସୌଭାଗ୍ଯ ଆଣି ଦେଲେ। ଆୟୁବର ପୂର୍ବରୁ ଯାହା ଥିଲା ତା'ର ଦୁଇଗୁଣ ସେ ଦେଲେ।
ପାତାଳ ତୁମ୍ଭକୁ ଧନ୍ଯବାଦ ଦଇେ ପାରିବ ନାହିଁ। ମୃତ୍ଯୁ ତୁମ୍ଭର ପ୍ରଶଂସାଗାନ କରିପାରିବ ନାହିଁ। ତେଣୁ ମର୍ତ୍ତଗାମୀମାନେ ତୁମ୍ଭର ବିଶ୍ବସ୍ତତା ଘୋଷଣା କରିବନେି।
ତୁମ୍ଭମାନେେ ୟିରୁଶାଲମକୁ ଦୟାପୂର୍ଣ୍ଣ ମଧୁର ବାକ୍ଯ କୁହ। ତାହାର ସଂଗ୍ରାମ ଶଷେ ହାଇେଛି ଓ ତାହାର ପାପକୁ କ୍ଷମା କରାୟାଇଛି।' ସେ ନିଜର ପାପପାଇଁ ସଦାପ୍ରଭୁଙ୍କଠାରୁ ଦୁଇଗୁଣ ଦଣ୍ଡ ପାଇଅଛି ବୋଲି ପ୍ରଚାର କର।
ତୁମ୍ଭେ ବନ୍ଦୀଗଣଙ୍କୁ ବାହାରି ୟାଅ ବୋଲି, 'ଅନ୍ଧକାରସ୍ଥିତ' ଲୋକମାନଙ୍କୁ ଆପଣାମାନଙ୍କୁ ଦଖାେଅ ବୋଲି କହିବ। ସମାନେେ ପଥରେ ଚରିବେ ଓ ବୃକ୍ଷଶୂନ୍ଯ ଉଚ୍ଚସ୍ଥଳୀ ସକଳ ସମାନଙ୍କେର ଚରାସ୍ଥାନ ହବେ।
ତୁମ୍ଭେ ନିଜ ଦହରେ ଧୂଳି ଝାଡ଼ି ଦିଅ, ହେ ସିୟୋନର ବନ୍ଦୀନି କନ୍ଯା ୟିରୁଶାଲମ ! ଉଠ, ତୁମ୍ଭ ଗଳାର ସେ ବନ୍ଧନକୁ ଢ଼ିଲା କର।
ଲଜ୍ଜା ପରିବର୍ତେ ସମାନେେ ଦୁଇଗୁର ସମ୍ମାନ ପାଇବେ। ପୁଣି ଅପମାନ ପରିବର୍ତେ ସମାନେେ ନିଜ ନିଜ ଅଧିକାର ରେ ଆନନ୍ଦ କରିବେ। ଏଥିପାଇଁ ସମାନେେ ନିଜ ଦେଶ ରେ ଦୁଇଗୁଣ ଅଂଶ ପାଇବେ ଓ ସମାନଙ୍କେର ଅନନ୍ତକାଳସ୍ଥାଯୀ ଆହ୍ଲାଦ ହବେ।
ଏପରି ଏକ ସମୟ ଆସିବ ଯେତବେେଳେ ପ୍ରହରୀମାନେ ଇଫ୍ରଯିମ ପର୍ବତ ରେ ଘାଷେଣା କରି କହିବେ, 'ଆସ, ଆମ୍ଭମାନେେ ସିୟୋନକୁ ୟିବା ଓ ଆମ୍ଭର ସଦାପ୍ରଭୁ' ପରମେଶ୍ବରଙ୍କୁ ପୂଜା କରିବା।
ତୁମ୍ଭ ଅନ୍ତିମକାଳ ବିଷଯ ରେ ପ୍ରତ୍ଯାଶ ଅଛି। ସଦାପ୍ରଭୁ କହନ୍ତି, ଆଉ ତୁମ୍ଭର ସନ୍ତାନଗଣ ପୁନର୍ବାର ଆପଣା ଦେଶକୁ ଫରେିଆସିବେ।
ସେ ସମୟରେ ଇଶ୍ରାୟେଲର ସନ୍ତାନଗଣ ଓ ଯିହୁଦାର ସନ୍ତାନଗଣ ଏକତ୍ର ହାଇଯେିବେ। ସମାନେେ କାନ୍ଦି କାନ୍ଦି ଆସିବେ, ଯେତବେେଳେ ସମାନେେ ସମାନଙ୍କେର ସଦାପ୍ରଭୁ ପରମେଶ୍ବରଙ୍କର ଅନ୍ବଷେଣ କରିବେ।
ଯେଉଁ ରକ୍ଷାପ୍ରାପ୍ତ ପଳାତକମାନେ ବାବିଲ ଦେଶରୁ ସ୍ଯୋନକୁ ଚାଲି ଯାଉଥିଲେ, ସମାନେେ ସମସ୍ତଙ୍କୁ କହୁଥିଲେ, ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ବରଙ୍କର ପ୍ରତି ଶାଧେ ନବୋର ସମୟ ଆସିୟାଇଛି। କଲଦୀଯମାନେ ତାଙ୍କର ମନ୍ଦିର ଭାଙ୍ଗିଛନ୍ତି। ତେଣୁ ସେ ବାବିଲକୁ ଧ୍ବଂସ କରୁଛନ୍ତି।
ସଦାପ୍ରଭୁ ଆମ୍ଭମାନଙ୍କର ଧାର୍ମିକତା ପ୍ରକାଶ କରିଅଛନ୍ତି। ଆସ, ଆମ୍ଭମାନେେ ସିୟୋନ ରେ କହିବା, ସଦାପ୍ରଭୁ ଯାହା କରିଛନ୍ତି।
ଏହା ମୁଁ ସ୍ମରଣ କରୁଛି, ଏଥିପାଇଁ ଏପର୍ୟ୍ଯନ୍ତ ମାରେଆଶା ଅଛି।
ତା'ପ ରେ ସଦାପ୍ରଭୁ, ମାରେ ପ୍ରଭୁ ମାେତେ କହିଲେ, ହେ ମନୁଷ୍ଯ ପୁତ୍ର, ଏହି ଅସ୍ଥିସକଳ ଇଶ୍ରାୟେଲ ସମୁଦାଯ ପରିବାର ଅଟନ୍ତି। ଏବଂ ସମାନେେ କହନ୍ତି, 'ଆମ୍ଭମାନଙ୍କର ଅସ୍ଥିସବୁ ଶୁଷ୍କ ହାଇେଅଛି, ଆମ୍ଭମାନଙ୍କର ଆଶା ଭରସା ଲୋପ ପାଇଛି ଓ ଆମ୍ଭମାନେେ ସମ୍ପୂର୍ଣ୍ଣରୂପେ ବିନଷ୍ଟ ହାଇେଅଛୁ।'
ସଠାେ ରେ ଆମ୍ଭେ ତାକୁ ଦ୍ରାକ୍ଷାକ୍ଷେତ୍ର ଦବୋ। ଆମ୍ଭେ ତାକୁ ଆଶାର ଦ୍ବାର ସ୍ବରୂପ ଆଖୋର ଉପତ୍ୟକା ଦବୋ। ତା'ପ ରେ ସେ ମିଶର ଦେଶରୁ ଆସିଲା ସମୟ ପରି ଉତ୍ତର କରିବ।
ପୁଣି ସଦାପ୍ରଭୁ ପରମେଶ୍ବର ସିୟୋନରୁ ଚିତ୍କାର କରିବେ, ସେ ୟିରୁଶାଲମରୁ ମଧ୍ଯ ଚିତ୍କାର କରିବେ। ସହେି ଚିତ୍କାର ରେ ଆକାଶ ଓ ପୃଥିବୀ ଥରି ଉଠିବ। ମାତ୍ର ମଦାପ୍ରଭୁ ପରମେଶ୍ବର ତାଙ୍କ ସନ୍ତାନଗଣଙ୍କ ପାଇଁ ନିରାପଦ ସ୍ଥାନ ହବେ। ସେ ମଧ୍ଯ ଇଶ୍ରାୟେଲର ଲୋକମାନଙ୍କ ପାଇଁ ନିରାପଦ ସ୍ଥାନ ହବେେ।
ପୁଣି ହେ ପଲର ଦୁର୍ଗ, ତୁମ୍ଭର ସମୟ ଆସିବ। ସିୟୋନ କନ୍ଯା, ପର୍ବତ ରେ ତୁମ୍ଭେ ପୁନର୍ବାର ଶାସନ ଗାଦି ରେ ରହିବ। ଆଉ ଅତୀତ ପରି ୟିରୁଶାଲମ ଗୋଟିଏ ଶକ୍ତିଶାଳୀ ରାଜ୍ଯ ହବେ।
ସଦାପ୍ରଭୁ ସର୍ବମଙ୍ଗଳମଯ। ଦୁଃଖ ସମୟରେ ସେ ହେଉଛନ୍ତି ଏକମାତ୍ର ନିରାପଦ ସ୍ଥାନ। ୟିଏ ତାଙ୍କଠା ରେ ଆଶ୍ରଯ ନିଏ, ସେ ତା'ର ଯତ୍ନ ନିଅନ୍ତି।
ଉକ୍ତ ଦୁଇଟି ଯାକ ଅପରିବର୍ତ୍ତନୀୟ। ଯେତବେେଳେ ପରମେଶ୍ବର କିଛି କହନ୍ତି ସେ ମିଛ କହି ପାରନ୍ତି ନାହିଁ, ପୁଣି କୌଣସି ଶପଥ କଲା ବେଳେ ମଧ୍ଯ ସେ ମିଛ କହି ପାରନ୍ତି ନାହିଁ। ଅତଏବ ଯେଉଁମାନେ ନିଜର ସୁରକ୍ଷା ଦୃଷ୍ଟିରୁ ପରମେଶ୍ବରଙ୍କ ପାଖକୁ ଆସିଛନ୍ତି, ସମାନଙ୍କେୁ ଉକ୍ତ କଥା ସାନ୍ତ୍ବନା ପ୍ରଦାନ କରେ ଓ ପରମେଶ୍ବରଙ୍କ ଭରସା ରେ ସ୍ଥିର ରହିବା ପାଇଁ ଦୃଢ଼ ଉତ୍ସାହ ପ୍ରଦାନ କରେ।