ସଦାପ୍ରଭୁ ସ୍ବର୍ଗ, ପୃଥିବୀ, ସମୁଦ୍ର ଏବଂ ଏଥିରେ ଥିବା ପ୍ରେତ୍ୟକକ ବସ୍ତୁ ମଧ୍ଯ ତିଆରି କଲେ। ସେ ସର୍ବଦା ବିଶ୍ବସ୍ତ ଅଟନ୍ତି।
Cross references
ଆରମ୍ଭରେ ପରମେଶ୍ବର ଆକାଶ ଓ ପୃଥିବୀକୁ ସୃଷ୍ଟି କଲେ।
ଯେ ହତେୁ ସଦାପ୍ରଭୁ ଆକାଶମଣ୍ଡଳ ଓ ପୃଥିବୀ ଓ ସମୁଦ୍ର ଓ ଦନ୍ମଧ୍ଯସ୍ଥିତ ସମସ୍ତ ବସ୍ତୁ ଛଅ ଦିନ୍ ରେ ନିର୍ମାଣ କରି ସପ୍ତମ ଦିନ ରେ ବିଶ୍ରାମ କଲେ। ଏହିପରି ଭାବରେ ସଦାପ୍ରଭୁ ବିଶ୍ରାମ ଦିନଟିକୁ ଆଶୀର୍ବାଦ କଲେ। ସଦାପ୍ରଭୁ ଏହି ଦିନଟକୁ ଏକ ସ୍ବତନ୍ତ୍ର ଦିନ କଲେ।
ତେଣୁ ମନରେଖ ଯେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର କବଳେ ଏକମାତ୍ର ପରମେଶ୍ବର ଅଟନ୍ତି। ସେ ବିଶ୍ବସ୍ତ ଅଟନ୍ତି। ସେ ତାଙ୍କର ନିଯମ ରକ୍ଷା କରନ୍ତି। ଯେଉଁମାନେ ତାଙ୍କୁ ପ୍ ରମେ କରନ୍ତି ଓ ତାଙ୍କର ଆଜ୍ଞା ମାନନ୍ତି, ସଦାପ୍ରଭୁ ସମାନଙ୍କେ ଉପରେ କୃପା କରନ୍ତି। ଲୋକମାନଙ୍କ ପ୍ରତି ତାଙ୍କର କରୁଣା ଓ ତାଙ୍କର ଚକ୍ସ୍ଟକ୍ତି ପ୍ରତି ବିଶ୍ବସନୀଯତା ସହସ୍ର ପୁରୁଷ ପର୍ୟ୍ଯନ୍ତ ଲାଗିରହେ।
ଆୟୁବ, କିଏ ସମୁଦ୍ରକୁ ବନ୍ଦ କରିବା ପାଇଁ ଫାଟକ ବନ୍ଦ କଲା, ଯେତବେେଳେ ଏହା ଗଭୀର ଭାବରେ ପୃଥିବୀ ରେ ପ୍ରବାହିତ ହେଲା ?
ସଦାପ୍ରଭୁ ଆଦେଶ ଦେଲେ ଓ ପୃଥିବୀ ସୃଷ୍ଟି ହେଲା। ପରମେଶ୍ବରଙ୍କ ନିଶ୍ବାସରୁ ପୃଥିବୀରେ ସବୁକିଛି ସୃଷ୍ଟି ହେଲା।
ମୁଁ କହିଲି, ତୁମ୍ଭର ଦୟା ଚିରଦିନ ନିର୍ମାଣ ହାଇେଅଛି। ତୁମ୍ଭର ବିଶ୍ବସ୍ତତା ସ୍ବର୍ଗରେ ସ୍ଥାପନ କରାୟିବ।
ମାତ୍ର ସମାନଙ୍କେୁ ଦାଉଦଙ୍କ ପ୍ରମଠାରୁେ ବଞ୍ଚିତ କରିବା ନାହିଁ। ଆମ୍ଭେ ସମାନଙ୍କେ ପ୍ରତି ଚିରଦିନ ବିଶ୍ବସ୍ତ ରହିବା।
ସକଳ ସମୁଦ୍ର ତାଙ୍କର, ସେ ସଗେୁଡ଼ିକ ସୃଷ୍ଟି କରିଛନ୍ତି। ଏବଂ ସ୍ଥଳଭାଗଗୁଡ଼ିକ ମଧ୍ଯ ପରମେଶ୍ବର ତାଙ୍କର ନିଜ ହସ୍ତରେ ସୃଷ୍ଟି କରିଛନ୍ତି।
ସଦାପ୍ରଭୁ ତାଙ୍କର ଦାସଗଣଙ୍କୁ ରକ୍ଷା କରିବା ପାଇଁ ତାଙ୍କର ଶକ୍ତିକୁ ଜଣାଇଛନ୍ତି। ଜାତି ଉଦ୍ଦେଶ୍ଯରେ, ସଦାପ୍ରଭୁ ତାଙ୍କର ଉତ୍ତମତା ଦଖାଇେଛନ୍ତି।
ସଦାପ୍ରଭୁ ଉତ୍ତମ ଅଟନ୍ତି। ତାଙ୍କର ପ୍ରମେ ଚିରକାଳସ୍ଥାଯୀ। ଆମ୍ଭେ ସବୁଦିନ ପାଇଁ ତାଙ୍କ ଉପରେ ଭରସା କରି ପାରିବା।
ସ୍ବର୍ଗ ଓ ପୃଥିବୀର ସୃଷ୍ଟିକର୍ତ୍ତା ସଦାପ୍ରଭୁ ତୁମ୍ଭକୁ ଆଶୀର୍ବାଦ କରନ୍ତୁ।
କାରଣ ପରମେଶ୍ବର ଆମ୍ଭମାନଙ୍କୁ ବହୁତ ପ୍ରମେ କରନ୍ତି !ସେ ଚିରକାଳ ଆମ୍ଭମାନଙ୍କ ପାଇଁ ସତ୍ଯ ରହିବେ। ତୁମ୍ଭମାନେେ ସଦାପ୍ରଭୁଙ୍କର ପ୍ରଶଂସା କର।
ପରମେଶ୍ବରଙ୍କର ପ୍ରଶଂସା କର ୟିଏ ତାଙ୍କ ବୁଦ୍ଧିରେ ଆକାଶମଣ୍ଡଳ ନିର୍ମାଣ କଲେ। ତାହାଙ୍କ ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।
ସମାନେେ ସଦାପ୍ରଭୁଙ୍କ ନାମର ପ୍ରଶଂସା କରିବା ଉଚିତ୍ କାରଣ ତାଙ୍କର ଆଦେଶରେ ସମସ୍ତେ ସୃଷ୍ଟି ହେଲେ।
ସେ ମେଘକୁ ଆକାଶ ରେ ଝୁଲାଇଲେ, ଯେତବେେଳେ ସେ ସମୁଦ୍ରର ଉତ୍ସକୁ ପୂର୍ଣ୍ଣ କଲେ।
ସଦାପ୍ରଭୁ ପୁଣି କହନ୍ତି, ତୁମ୍ଭମାନେେ ସମାନଙ୍କେୁ କୁହ, ' ସହେି ଦବେତାଗଣ ଆକାଶମଣ୍ଡଳ ଓ ପୃଥିବୀ ନିର୍ମାଣ କରିନାହାନ୍ତି। ତେଣୁ ସମାନେେ ପୃଥିବୀ ଓ ଆକାଶମଣ୍ଡଳରୁ ଧ୍ବଂସ ଓ ଲୁପ୍ତ ହବେେ।'
ହେ ପ୍ରଭୁ, ସଦାପ୍ରଭୁ, ତୁମ୍ଭେ ଆପଣା ମହାପରାକ୍ରମ ଓ ବିଶାଳ ବାହୁ ଦ୍ବାରା ଆକାଶମଣ୍ଡଳ ଓ ପୃଥିବୀ ନିର୍ମାଣ କରିଅଛ। ତୁମ୍ଭର ଅସାଧ୍ଯ କିଛି ନାହିଁ।
ପୁଣି ମୁଁ ମାରେପରମେଶ୍ବର ସଦାପ୍ରଭୁଙ୍କୁ ପ୍ରାର୍ଥନା କଲି ଓ ମାରେପାପ ସ୍ବୀକାର କରି କହିଲି, ହେ ସଦାପ୍ରଭୁ, ତୁମ୍ଭେ ମହାନ୍ ଓ ଭୟାନକ ପରମେଶ୍ବର। ଯେଉଁମାନେ ତୁମ୍ଭକୁ ପ୍ ରମେ କରନ୍ତିଓ ତୁମ୍ଭର ଚୁକ୍ତି ପାଳନ କରନ୍ତି, ତୁମ୍ଭେ ସମାନଙ୍କେ ପ୍ରତି ଦୟା ଓ ନିଯମ କରିଥାଅ।
ହେ ପରମେଶ୍ବର, ଯାକୁବ ପ୍ରତି ସତ୍ଯ ଓ ଅବ୍ରାହାମ ପ୍ରତି ଦୟା ଓ ବିଶ୍ବସ୍ତତା ପ୍ରଦାନ କଲ, ଯାହା ତୁମ୍ଭେ ବହୁବର୍ଷ ପୂର୍ବେ ଆମ୍ଭ ପୂର୍ବପୁରୁଷମାନଙ୍କଠା ରେ ଶପଥ କରିଥିଲ।
ତାହାଙ୍କ ଦ୍ବାରା ସବୁ କିଛି ସୃଷ୍ଟି ହାଇେଛି। ଏହି ସଂସାର ରେ ଏପରି କିଛି ବସ୍ତୁ ନାହିଁ, ଯାହା ତାହାଙ୍କ ଦ୍ବାରା ସୃଷ୍ଟି ହାଇେ ନାହିଁ।
ଯୀଶୁ ଉତ୍ତର ଦେଲେ, ତୁମ୍ଭ ବ୍ଯବସ୍ଥା ରେ ଏହା ଲଖାେ ଅଛି, 'ଆମ୍ଭେ କହିଲୁ, ତୁମ୍ଭମାନେେ ଈଶ୍ବରଗଣ।'
ହେ ଲୋକମାନେ ତୁମ୍ଭମାନେେ ଏପରି କାହିଁକି କରୁଛ? ଆମ୍ଭେ ତୁମ୍ଭମାନଙ୍କ ପରି କବଳେ ମଣିଷ। ଆମ୍ଭେ ତୁମ୍ଭମାନଙ୍କୁ ସୁସମାଚ଼ାର କହିବା ପାଇଁ ଆସିଛୁ। ତୁମ୍ଭମାନଙ୍କୁ ଏହି ମୂଲ୍ଯହୀନ ବିଷୟଗୁଡ଼ିକ ଠାରୁ ଦୂ ରଇେ ରହି ଜୀବନ୍ତ ପରମେଶ୍ବରଙ୍କ ଆଡ଼କୁ ଫରୋଇବା ପାଇଁ ଆମ୍ଭେ ଆସିଛୁ। ସହେି ପରମେଶ୍ବର ଆକାଶ, ପୃଥିବୀ, ସମୁଦ୍ର ଓ ତନ୍ମଧ୍ଯସ୍ତ ବିଷୟ ସୃଷ୍ଟି କରିଛନ୍ତି।
ତାହାଙ୍କର ଶକ୍ତି ରେ ସମସ୍ତ ବିଷୟଗୁଡ଼ିକର ଉତ୍ପତ୍ତି ସ୍ବର୍ଗର ଓ ପୃଥିବୀର ବିଷୟ, ଦୃଶ୍ଯ ଓ ଅଦୃଶ୍ଯ ବିଷୟ ସବୁ, ସମସ୍ତ ଆଧ୍ଯାତ୍ମିକ ଶକ୍ତି, ଅଧିକାରୀଗଣ, ପ୍ରଭୁଗଣ ଓ ଶାସକଗଣ।
ଅନନ୍ତ ଜୀବନ ପାଇଁ ଆମ୍ଭର ଆଶାରୁ ସହେି ବିଶ୍ବାସ ଓ ଜ୍ଞାନ ଆସିଛି। ସମୟ ଆରମ୍ଭ ହବୋ ପୂର୍ବରୁ ପରମେଶ୍ବର ସହେି ଅନନ୍ତ ଜୀବନର ପ୍ରତିଶୃତି ଦଇେଥିଲେ ଓ ପରମେଶ୍ବର ମିଛ କହନ୍ତି ନାହିଁ।
ଉକ୍ତ ଦୁଇଟି ଯାକ ଅପରିବର୍ତ୍ତନୀୟ। ଯେତବେେଳେ ପରମେଶ୍ବର କିଛି କହନ୍ତି ସେ ମିଛ କହି ପାରନ୍ତି ନାହିଁ, ପୁଣି କୌଣସି ଶପଥ କଲା ବେଳେ ମଧ୍ଯ ସେ ମିଛ କହି ପାରନ୍ତି ନାହିଁ। ଅତଏବ ଯେଉଁମାନେ ନିଜର ସୁରକ୍ଷା ଦୃଷ୍ଟିରୁ ପରମେଶ୍ବରଙ୍କ ପାଖକୁ ଆସିଛନ୍ତି, ସମାନଙ୍କେୁ ଉକ୍ତ କଥା ସାନ୍ତ୍ବନା ପ୍ରଦାନ କରେ ଓ ପରମେଶ୍ବରଙ୍କ ଭରସା ରେ ସ୍ଥିର ରହିବା ପାଇଁ ଦୃଢ଼ ଉତ୍ସାହ ପ୍ରଦାନ କରେ।
ସହେି ସ୍ବର୍ଗଦୂତ ଉଚ୍ଚ ସ୍ବର ରେ କହିଲେ, ପରମେଶ୍ବରଙ୍କୁ ଭୟ କର ଓ ତାହାଙ୍କୁ ମହିମା ପ୍ରଦାନ କର। ପରମେଶ୍ବରଙ୍କ ଦ୍ବାରା ଲୋକମାନଙ୍କୁ ବିଚାର କରିବା ସମୟ ଉପସ୍ଥିତ। ପରମେଶ୍ବରଙ୍କର ଉପାସନା କର। ସେ ସ୍ବର୍ଗ, ପୃଥିବୀ, ସମୁଦ୍ର ଓ ଜଳଉତ୍ସଗୁଡ଼ିକର ସୃଷ୍ଟିକର୍ତ୍ତା।