ପରମେଶ୍ବର ଦିବସରେ କତ୍ତୃର୍ତ୍ବ କରିବା ପାଇଁ ସୂର୍ୟ୍ଯକୁ ସୃଷ୍ଟି କଲେ, ତାଙ୍କର ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।
Cross references
ତେଣୁ ପରମେଶ୍ବର ଦୁଇଟି ମହାଜାତିେ ସୃଷ୍ଟି କଲେ। ପରମେଶ୍ବର ଦିନ ରେ କତ୍ତୁର୍ତ୍ବ କରିବା ପାଇଁ ବଡ଼ ଜ୍ଯୋତି ଓ ରାତ୍ରି ରେ କତ୍ତୁର୍ତ୍ବ କରିବା ପାଇଁ ସାନ ଜାତିେ ନିର୍ମାଣ କଲେ। ପରମେଶ୍ବର ତାରାଗଣଙ୍କୁ ମଧ୍ଯ ସୃଷ୍ଟି କଲେ।
ହେ ପରମେଶ୍ବର, ଦିବସ ଓ ରାତ୍ରିର ଶାସକ, ତୁମ୍ଭେ ଚନ୍ଦ୍ର ଓ ସୂର୍ୟ୍ଯ ପ୍ରସ୍ତୁତ କରିଅଛ।
ହେ ସୂର୍ୟ୍ଯ ଓ ଚନ୍ଦ୍ର, ତାଙ୍କର ପ୍ରଶଂସା କର ! ହେ ଆକାଶର ଦୀପ୍ତିମଯ ତାରାଗଣ ତାଙ୍କର ପ୍ରଶଂସା କର।
ସଦାପ୍ରଭୁ କହନ୍ତି, ୟିଏ ଦିବସ ରେ ଆଲୋକ ଦବୋ ପାଇଁ ସୂର୍ୟ୍ଯ ଓ ରାତ୍ରି ରେ ଜ୍ଯୋତି ପ୍ରଦାନ କରିବା ପାଇଁ ଚନ୍ଦ୍ର ଓ ନକ୍ଷତ୍ରାଦି ସୃଷ୍ଟି କରନ୍ତି, ଆଉ ଯଦି, ସମୁଦ୍ରକୁ ସଞ୍ଚାଳିତ କରି ତହିଁର ତରଙ୍ଗ ସମୂହକୁ ଗର୍ଜନ କରାନ୍ତି, ସହେି ହେଉଛନ୍ତି ସୈନ୍ଯାଧିପତି ସଦାପ୍ରଭୁ।
ତା ହେଲେ ତୁମ୍ଭେ ସ୍ବର୍ଗ ରେ ରହୁଥିବା ପରମପିତାଙ୍କ ଯଥାର୍ଥ ସନ୍ତାନ ହାଇେ ପାରିବ। ପରମପିତା, ଭଲ ଲୋକ ଓ ମନ୍ଦ ଲୋକ ଉଭୟଙ୍କ ଉପରେ ତାହାଙ୍କ ସୂର୍ୟ୍ଯଙ୍କୁ ଉଦିତ କରାନ୍ତି। ସେ ଭଲ କାମ କରୁଥିବା ଲୋକ ଓ ମନ୍ଦ କାମ କରୁଥିବା ଲୋକ, ଉଭୟଙ୍କ ଉପରେ ବର୍ଷା ବର୍ଷାନ୍ତି।