ସଦାପ୍ରଭୁ ସମୁଦାଯ ବହୁ ଜାତିଗଣ ଉପରେ ଓ ତାଙ୍କର ଗୌରବ ଆକାଶମଣ୍ଡଳଠାରୁ ଉଚ୍ଚ।
Cross references
କିନ୍ତୁ ହେ ପରମେଶ୍ବର, ତୁମ୍ଭେ କ'ଣ ଆମ୍ଭମାନଙ୍କ ସହିତ ଏହି ପୃଥିବୀ ରେ ବାସ କରିବାକୁ ଯାଉଛ? ଦୟାକରି ଦେଖ, ସମସ୍ତ ସ୍ବର୍ଗ ଓ ସ୍ବର୍ଗର ଉପରିସ୍ଥ ସ୍ବର୍ଗ ଯେତବେେଳେ ତୁମ୍ଭକୁ ଧାରଣ କରି ନ ପାରିବ, ତବେେ ମାେ ଦ୍ବାରା ନିର୍ମିତ ଏକ େଛାଟ ଗୃହ କ'ଣ ତୁମ୍ଭକୁ ଧାରଣ କରିପାରିବ?
ହେ ସଦାପ୍ରଭୁ, ଆମ୍ଭମାନଙ୍କର ପ୍ରଭୁ, ତୁମ୍ଭର ନାମ ଏ ପୃଥିବୀରେ ସବୁଠାରୁ ଆଶ୍ଚର୍ୟ୍ଯଜନକ ଓ ପ୍ରଶଂସାୟୁକ୍ତ। ତୁମ୍ଭର ନାମ ସ୍ବର୍ଗରେ ମଧ୍ଯ ପ୍ରଶଂସା ୟୋଗ୍ଯ ଅଟେ।
ତୁମ୍ଭର ପ୍ରମେ ଆକାଶ ପରି ଉଚ୍ଚ। ତୁମ୍ଭର ବିଶ୍ବସନୀଯତା ମେଘମାଳାକୁ ସ୍ପର୍ଶ କରୁଛି।
ହେ ସର୍ବୋପରିସ୍ଥ ସଦାପ୍ରଭୁ, ତୁମ୍ଭେ ହିଁ ସମଗଯ ପୃଥିବୀର ଶାସକ। ତୁମ୍ଭେ ଅନ୍ୟ ଦବେତାମାନଙ୍କଠାରୁ ଉତ୍ତମ।
ସଦାପ୍ରଭୁ ସିୟୋନରେ ମହାନ୍ ଓ ସମସ୍ତ ଜାତିମାନଙ୍କର ନେତା ଅଟନ୍ତି।
ସମାନେେ ସମସ୍ତେ ସଦାପ୍ରଭୁଙ୍କ ନାମକୁ ପ୍ରଶଂସା କରିବା ଉଚିତ୍। ତାଙ୍କର ନାମ ଅନ୍ୟ ସମସ୍ତଙ୍କଠାରୁ ଉଚ୍ଚ। ତାଙ୍କର ଖ୍ଯାତି ସ୍ବର୍ଗ ଏବଂ ପୃଥିବୀରେ ମହାନ୍।
ଦେଖ, ପୃଥିବୀର ସମସ୍ତ ଗୋଷ୍ଠୀ ଏକ କଳସର ଏକ ଜଳବିନ୍ଦୁ ସଦୃଶ। ଯଦି ସଦାପ୍ରଭୁ ସମସ୍ତ ଗୋଷ୍ଠୀକୁ ନଇେ ତାଙ୍କ ତରାଜୁ ରେ ରଖନ୍ତି, ତବେେ ସେ ସବୁ ନିକିତି ରେ ଧୂଳିକଣା ତୁଲ୍ଯ ହବେ। ସେ ଦ୍ବୀପସମୂହକୁ ଅତି କ୍ଷୁଦ୍ର ଦ୍ରବ୍ଯ ତୁଲ୍ଯ ଉଠାନ୍ତି।
ସମସ୍ତ ଗୋଷ୍ଠୀ ପରମେଶ୍ବରଙ୍କ ତୁଳନା ରେ ଅତି ନଗଣ୍ଯ ତୁଚ୍ଛ। ସମାନେେ ତାଙ୍କ ନିକଟରେ ଲଘୁ ଓ ଅସାର ତୁଲ୍ଯ ଗଣ୍ଯ ଅଟନ୍ତି।
ସଦାପ୍ରଭୁ ପ୍ରକୃତ ପରମେଶ୍ବର। ସେ ଭୂମଣ୍ଡଳ ଉପ ରେ ଉପବିଷ୍ଟ। ତାଙ୍କ ତୁଳନା ରେ ପୃଥିବୀ ନିବାସୀ ପତଙ୍ଗ ସଦୃଶ। ସେ ଚାନ୍ଦୁଆ ତୁଲ୍ଯ ଆକାଶକୁ ପ୍ରସାର କରନ୍ତି ଓ ବସତି ପାଇଁ ତମ୍ବୁ ତୁଲ୍ଯ ତାକୁ ନିସ୍ତାର କରନ୍ତି।
ସଦାପ୍ରଭୁ ଏହିକଥା କୁହନ୍ତି, ସ୍ବର୍ଗ ଆମ୍ଭର ସିଂହାସନ ଓ ପୃଥିବୀ ଆମ୍ଭର ପାଦପୀଠ। ତୁମ୍ଭମାନେେ ଆମ୍ଭପାଇଁ କି ପ୍ରକାର ଗୃହ ନିର୍ମାଣ କରିପାରିବ ଓ କେଉଁ ପ୍ରକାର ସ୍ଥାନ ଆମ୍ଭର ବିଶ୍ରାମସ୍ଥଳ ହବେ ?