Home
Bibles
Bible Study with Steffi
ଗୀତସଂହିତା 111 · ଓଡ଼ିଆ ବାଇବେଲ
||
Aa
ଗୀତସଂହିତା
Chapter 111
ଓଡ଼ିଆ ବାଇବେଲ
1
ସଦାପ୍ରଭୁଙ୍କର ପ୍ରଶଂସା କର। ସରଳ ଲୋକଙ୍କ ସଭାରେ ଓ ମଣ୍ଡଳୀ ମଧ୍ୟରେ ମୁଁ ସର୍ବାନ୍ତଃକରଣ ସହିତ ସଦାପ୍ରଭୁଙ୍କୁ ଧନ୍ଯବାଦ ଦବେି।
2
ସଦାପ୍ରଭୁ ଆଶ୍ଚର୍ୟ୍ଯ କର୍ମମାନ କରନ୍ତି। ଯେଉଁମାନେ ତାଙ୍କୁ ଚାହାଁନ୍ତି ସମାନେେ ସମସ୍ତେ ଆଗ୍ରହରେ ଅପେକ୍ଷା କରନ୍ତି।
3
ପରମେଶ୍ବର ବାସ୍ତବରେ ଗୌରବପୂର୍ଣ୍ଣ ଓ ଆଶ୍ଚର୍ୟ୍ଯଜନକ କାର୍ୟ୍ଯମାନ କରନ୍ତି ଓ ତାଙ୍କର ଉତ୍ତମତା ଅନନ୍ତକାଳସ୍ଥାଯୀ।
4
ସେ ଆପଣାର ଆଶ୍ଚର୍ୟ୍ଯ କର୍ମମାନ ସବୁ ସ୍ମରଣ କରାଇଛନ୍ତି। ସଦାପ୍ରଭୁ ହେଉଛନ୍ତି ଦୟାଳୁ ଓ କରୁଣାମଯ।
5
ଯେଉଁମାନେ ତାଙ୍କୁ ଭୟ କରନ୍ତି ଏବଂ ସମ୍ମାନ ଦିଅନ୍ତି ସେ ସମାନଙ୍କେୁ ଖାଦ୍ୟ ଦିଅନ୍ତି। ସେ ସଦାକାଳ ଆପଣା ଚୁକ୍ତି ସ୍ମରଣ କରନ୍ତି।
6
ସେ ନିଜ ଲୋକମାନଙ୍କୁ ଅନ୍ୟଦେଶୀଯମାନଙ୍କ ଅଧିକାର ଦଇେ ତାଙ୍କର ଶକ୍ତିର ଆପଣା କର୍ମର ପ୍ରଭାବ ସମାନଙ୍କେୁ ଦଖାଇେଥିଲେ।
7
ତାହାଙ୍କ ଦ୍ବାରା ହାଇେଥିବା ଆଜ୍ଞାସବୁ ସତ୍ଯ ଓ ତାଙ୍କର ନିଯମସବୁ ବିଶ୍ବାସ ୟୋଗ୍ଯ।
8
ପରମେଶ୍ବରଙ୍କର ନିର୍ଦ୍ଦେଶ ଅନନ୍ତ କାଳସ୍ଥାଯୀ। ତାଙ୍କର ଆଜ୍ଞା ବିଶ୍ବସ୍ତତା ଓ ସରଳତାରେ ସାଧିତ କରାୟାଏ।
9
ପରମେଶ୍ବର ତାଙ୍କର ଲୋକମାନଙ୍କୁ ରକ୍ଷା କଲେ। ସେ ଗୋଟିଏ ଚୁକ୍ତି କଲେ ଏବଂ ଏହା ଅନନ୍ତକାଳସ୍ଥାଯୀ ହାଇେ ରହିଲା। ତାଙ୍କର ନାମ ପବିତ୍ର ଏବଂ ଭୟଙ୍କର।
10
ଜ୍ଞାନ ପରମେଶ୍ବରଙ୍କ ପ୍ରତି ଭୟ ଓ ସମ୍ମାନରୁ ଆରମ୍ଭ ହୁଏ। ଯେଉଁମାନେ ତାଙ୍କର ଆଦେଶ ପାଳନ କରନ୍ତି, ସମାନେେ ଜ୍ଞାନୀ ଅଟନ୍ତି। ତାହାଙ୍କ ପ୍ରଶଂସା ସଦାକାଳ ପାଇଁ ଗାନ କରାୟିବ।
Back to language index
Choose Theme