ସଦାପ୍ରଭୁ ପୃଥିବୀକୁ ଚାହିଁଲେ ପୃଥିବୀ କମ୍ପିତ ହୁଏ। ସେ ପର୍ବତକୁ ସ୍ପର୍ଶକଲେ ସେଥିରୁ ଧୂଆଁ ନିର୍ଗତ ହୁଏ।
Cross references
ସୀନଯ ପର୍ବତ ଧୂଆଁ ରେ ପରିପୂର୍ଣ୍ଣ ଥିଲା। ଚିମିନିରୁ ଧୁଆଁ ବାହାରିଲା ପରି ପର୍ବତରୁ ଧୂଆଁ ବାହରୁଥିଲା। ଏପରି ଘଟିଲା କାରଣ ସଦାପ୍ରଭୁ ଅଗ୍ନି ବାହନ ରେ ପର୍ବତ ରେ ଅବତରଣ କରିଥିଲେ। ପର୍ବତଟି କମ୍ପନ କରିବାକୁ ଲାଗିଲା।
ଆମ୍ଭର ପରମେଶ୍ବର ଆସୁଛନ୍ତି ଓ ସେ କବେେ ନୀରବରେ ରହିପାରିବେ ନାହିଁ। ତାଙ୍କ ସମ୍ମୁଖରେ ଅଗ୍ନି ଜଳୁଛି, ସଠାେରେ ଏକ ବିରାଟ ଝଡ଼ ତାଙ୍କ ଚାରିପାଖରେ ଘୂରି ବୁଲୁଛି।
ହେ ପରମେଶ୍ବର, ତୁମ୍ଭକୁ ଦେଖି ଜଳରାଶି ଡ଼ରିଗଲା। ଗଭୀର ସମୁଦ୍ର ଭୟରେ ଥରି ଉଠିଲା।
ହେ ପରମେଶ୍ବର, ସମୁଦ୍ରରେ ତୁମ୍ଭେ ପାଦରେ ଚାଲି ପାର କିନ୍ତୁ ତୁମ୍ଭର ପାଦ ଚିହ୍ନ ଦଖାଗେଲା ନାହିଁ।
ତାହାଙ୍କ ବିଜୁଳି ଜଗତକୁ ଦୀପ୍ତିମାନ କଲା, ଏହା ଦେଖି ଲୋକେ ଭୟ କଲେ।
ହେ ପୃଥିବୀ, ୟାକୁବର ପରମେଶ୍ବରଙ୍କ ସମ୍ମୁଖରେ କମ୍ପିତ ହୁଅ।
ହେ ସଦାପ୍ରଭୁ, ଆପଣା ଗଗନ ମଣ୍ଡଳକୁ ଚିରି ତଳକୁ ଆସ। ପର୍ବତଗଣକୁ ସ୍ପର୍ଶ କର ଯେଉଁଥିରେ ସମାନେେ ଧୂମ ନିର୍ଗତ କରିବେ।
ତୁମ୍ଭେ ଯଦି ଆକାଶକୁ ବିଦୀର୍ଣ୍ଣ କରି ପୃଥିବୀକୁ ଆସନ୍ତ, ତବେେ ସବୁ କିଛି ପରିବର୍ତ୍ତନ ହୁଅନ୍ତା ଓ ପର୍ବତଗୁଡ଼ିକ ତୁମ୍ଭ ସମ୍ମୁଖ ରେ ପ୍ରବାହିତ ହୁଅନ୍ତେ।
ମୁଁ ପୃଥିବୀ ଉପ ରେ ଦୃଷ୍ଟିପାତ କଲି, ଦେଖିଲି ତାହା ନିର୍ଜ୍ଜନ ଓ ଶୂନ୍ଯ ଥିଲା। ପୁଣି ଆକାଶମଣ୍ଡଳକୁ ଦୃଷ୍ଟି ନିକ୍ଷପେ କରି ଦେଖିଲି ସଠାେ ରେ ଆଲୋକ ନ ଥିଲା।
ନିଶ୍ଚିତଭାବରେ ତୁମ୍ଭମାନେେ ଆମ୍ଭକୁ ଭୟ କରିବାର କାରଣ ଅଛି, ସଦାପ୍ରଭୁ କହନ୍ତି। ହଁ, ତୁମ୍ଭମାନେେ ଆମ୍ଭ ସମ୍ମୁଖ ରେ ଭୟ ରେ ଥରିବାର କାରଣ ଅଛି। ଆମ୍ଭେ ବାଲୁକାସ୍ତୁପ ସ୍ଥାପନ କଲୁ, ଯେପରି ସମୁଦ୍ର ତା'ର ସୀମା ଲଙ୍ଘନ ନ କରିବ। ସମୁଦ୍ର ରେ ଢ଼େଉ ଉେଠ ଏବଂ ଏହାର କୌଣସି କ୍ଷତି କରେ ନାହିଁ। ଏହା ଘାରେ ଗର୍ଜନ କରେ, ମାତ୍ର ଆମ୍ଭେ ସ୍ଥାପନ କରିଥିବା ସୀମା ଲଙ୍ଘନ କରେ ନାହିଁ।
ସହେି ୟୋଗୁ ସମଗ୍ରଦେଶ ଥରିବ। ସହେି ରାଜ୍ଯ ରେ ବାସ କରୁଥିବା ପ୍ରେତ୍ୟକକ ଲୋକ ମୃତ ଲୋକଙ୍କ ପାଇଁ ବିଳାପ କରିବେ। ମିଶର ନୀଳନଦୀ ପରି ସମଗ୍ର ଦେଶଟିର ଉତ୍ଥାନ ପତନ ଘଟିବ। ଆଉ ଦେଶଟି ଆନ୍ଦୋଳିତ ହବେ।
ସଦାପ୍ରଭୁ ଆସିବେ ଏବଂ ପର୍ବତଗୁଡିକ ଭୟ ରେ ଥରିବେ ଏବଂ ପାହାଡଗୁଡିକ ତରଳି ଯିବେ। ସଦାପ୍ରଭୁଙ୍କ ଆଗମନ ରେ ପୃଥିବୀ ମଧ୍ଯ ଭୟ ରେ ଥରିବ। ବିଶ୍ବର ସମସ୍ତ ବ୍ଯକ୍ତି ଭୟ ରେ ଥରିବେ।
ରୋଗଗୁଡିକ ତାଙ୍କ ଆଗେ ଆଗେ ଚାଲିଲେ ଏବଂ ଧ୍ବଂସକାରୀ ଶକ୍ତି ତାଙ୍କୁ ଅନୁସରଣ କଲେ।
ସଦାପ୍ରଭୁ ଦଣ୍ତାଯମାନ ହେଲେ ଓ ପୃଥିବୀର ବିଗ୍ଭର କଲେ। ସେ ଦୃଷ୍ଟିଜାତ କରି ଗୋଷ୍ଠୀଗଣଙ୍କୁ ଭିନ୍ନଭିନ୍ନ କରି ତଡି ଦେଲେ। ଯେଉଁ ପର୍ବତଗୁଡିକ ବହୁବର୍ଷ ପର୍ୟ୍ଯନ୍ତ ଛିଡା ହାଇେଥିଲେ ସଗେୁଡିକ ଧ୍ବଂସ ହେଲେ। ପୁରାତନ ପାହାଡଗୁଡିକର ମଧ୍ଯ ପତନ ହେଲା। କିନ୍ତୁ ପରମେଶ୍ବର ଅନନ୍ତକାଳସ୍ଥାଯୀ।
ପର୍ବତଗୁଡିକ ତୁମ୍ଭକୁ ଦେଖି ଥରିଲେ। ପ୍ରଚଣ୍ତ ଜଳ ଭୂମିରେ ପ୍ରବାହିତ ହେଲା। ସମୁଦ୍ର ଭୟଙ୍କର ଗର୍ଜ୍ଜନ କଲା, ଢେଉଗୁଡିକ ଉପରକୁ ଉଠିଲା।
ସମାନେେ ପୁଣି କହିଲେ :
ତା'ପରେ ମୁଁ ଗୋଟିଏ ବିରାଟ ଶୁଭ୍ର ସିଂହାସନ ଦେଖିଲି। ମୁଁ ଜଣେ ବ୍ଯକ୍ତିଙ୍କୁ ସହେି ସିଂହାସନ ରେ ବସିଥିବାର ଦେଖିଲି। ଆକାଶ ଓ ପୃଥିବୀ ତାହାଙ୍କ ପାଖରୁ ଦୌଡ଼ି ଚାଲିଗଲେ ଓ ଉଭଇେ ଗଲେ।