ଶୁଣ, କାରଣ ମୁଁ ତୁମ୍ଭକୁ ଉତ୍କୃଷ୍ଟ ବିଷଯ କହିବି। ଏବଂ ମୁଁ ତୁମ୍ଭମାନଙ୍କୁ ଉଚିତ୍ କଥା କହିବି। ଯାହା ମାେ ପାଟିରୁ ବାହାରିବ।
Cross references
ଆୟୁବ ବର୍ତ୍ତମାନ ମାରେକଥା ଶୁଣ। ଯେଉଁ ବିଷଯ ମୁଁ କହୁଛି, ତାହା ସାବଧାନ ହାଇେ ଶୁଣ।
ପରମେଶ୍ବରଙ୍କର ଶିକ୍ଷାଗୁଡ଼ିକ ପାରଦର୍ଶୀ। ସଗେୁଡ଼ିକ ଲୋକମାନଙ୍କୁ ବଳଶାଳୀ କରେ। ସଦାପ୍ରଭୁଙ୍କର ବ୍ଯବସ୍ଥାକୁ ବିଶ୍ବାସ କରାୟାଇପାରେ। ଏହା ମୂର୍ଖମାନଙ୍କୁ ଜ୍ଞାନୀ କରେ।
ମୁଁ ତୁମ୍ଭକୁ ଅତି ଜ୍ଞାନଗର୍ଭକ ଓ ବୁଦ୍ଧିମାନର କଥା କହିବି।
ଯେ ହତେୁ ସଦାପ୍ରଭୁ ଜ୍ଞାନ ଦିଅନ୍ତି। ତାଙ୍କ ମୁଖରୁ ଜ୍ଞାନ ଓ ବୁଦ୍ଧି ନିର୍ଗତ ହୁଏ।
କାହିଁକି ? କାରଣ ମୁଁ ତୁମ୍ଭକୁ ଉତ୍ତମ ଶିକ୍ଷା ଦେଉଅଛି। ତେଣୁ ମାରେ ଆଦେଶ ପରିତ୍ଯାଗ କର ନାହିଁ।
ହେ ମାରେ ପୁତ୍ର, ତୁମ୍ଭେ ମାରେ ବାକ୍ଯ ପ୍ରତି ଆକୃଷ୍ଟ ହୁଅ। ତୁମ୍ଭେ କର୍ଣ୍ଣ ଦଇେ ମାେ କଥା ଶୁଣ।
ମୁଁ ତୁମ୍ଭମାନଙ୍କ ପାଇଁ ତିରିଶଟି ସତ୍ଯତାରୂପ ବାକ୍ଯ ଲେଖିଅଛି। ସଗେୁଡ଼ିକ ଜ୍ଞାନ ଗର୍ଭକପୂର୍ଣ୍ଣ ଉପଦେଶ ଅଟେ।
ତୁମ୍ଭେ ଯଥାର୍ଥ କଥା କହିଲେ ମାରେ ହୃଦଯ ଆନନ୍ଦିତ ହବେ।
ଏଥର ଯୀଶୁ ସମାନଙ୍କେୁ ଉପଦେଶ ଦବୋ ଆରମ୍ଭ କଲେ,
ଯୀଶୁଙ୍କ ଏହି ସବୁ କଥା କହିବା ଶଷେ ହେଲା। ତାହାଙ୍କ ଉପଦେଶ ଶୁଣି ଜମା ହାଇେଥିବା ଲୋକେ ଆଶ୍ଚର୍ୟ୍ଯ ହାଇଗେଲେ।
ପରମେଶ୍ବର ଭବିଷ୍ଯଦ୍ବକ୍ତାଙ୍କ ମାଧ୍ଯମ ରେ ଯାହା କହିଥିଲେ, ତାହା ପୂର୍ଣ୍ଣ ହବୋ ପାଇଁ ଏହା ହେଉଥିଲା। ପରମେଶ୍ବର କହିଥିଲେ: ମୁଁ କାହାଣୀ ଦ୍ବାରା କଥା କହିବି। ସୃଷ୍ଟିର ଆଦି କାଳରୁ ଯେଉଁସବୁ କଥା ଗୋପନୀୟ ହାଇେ ରହିଛି, ସଗେୁଡିକ ମୁଁ ପ୍ରକାଶ କରିବି।ଗୀତସଂହିତା 78:2
ଯେଉଁମାନେ ଅଭିଜ୍ଞ ଆମ୍ଭେ ସହେିମାନଙ୍କୁ ଜ୍ଞାନ ଶିକ୍ଷା ଦେଉ। କିନ୍ତୁ ଏହି ଜ୍ଞାନ ସଂସାରରୁ ନୁହେଁ, ଏହା ବର୍ତ୍ତମାନ ୟୁଗର ନେତା ମାନଙ୍କର ଜ୍ଞାନ ନୁହେଁ। ଏହି ନେତାମାନେ ଆପଣା ଶକ୍ତି ହରାଉ ଅଛନ୍ତି।
ସୃଷ୍ଟିର ଆରମ୍ଭରୁ ଏହି ଗୁପ୍ତ ସତ୍ଯଟି ସମସ୍ତ ଲୋକମାନଙ୍କ ପାଇଁ ଗୋପନୀୟ ଥିଲା। କିନ୍ତୁ ଏବେ ସହେି ଗୁପ୍ତ ସତ୍ଯ ପରମେଶ୍ବରଙ୍କ ପବିତ୍ର ଲୋକମାନଙ୍କୁ ଜଣାଇ ଦିଆଗଲା।