ସଦାପ୍ରଭୁ ନିନ୍ଦକମାନଙ୍କୁ ନିନ୍ଦା କରନ୍ତି। ଏବଂ ନମ୍ର ଲୋକମାନଙ୍କୁ ଅନୁଗ୍ରହ କରନ୍ତି।
Cross references
ସଦାପ୍ରଭୁ ସମସ୍ତଙ୍କ ଉପରେ ମୁଖ୍ଯ ଅଟନ୍ତି। କିନ୍ତୁ ଏପର୍ୟ୍ଯନ୍ତ ନମ୍ର ଲୋକମାନଙ୍କର ଯତ୍ନ ନିଅନ୍ତି। କିନ୍ତୁ ଏପରିକି ବହୁ ଦୂରରୁ, ସେ ଜାଣନ୍ତି ଗର୍ବୀ ଲୋକମାନେ କ'ଣ କରୁଛନ୍ତି।
ତେଣୁ ମୁଁ ତୁମ୍ଭମାନଙ୍କର ବିପଦ ବେଳେ ହସିବି। ତୁମ୍ଭମାନଙ୍କର ଅସୁବିଧା ସମୟରେ ମୁଁ ପରିହାସ କରିବି।
ଜଣେ ୟିଏ ଗୋଟିଏ ମନୁଷ୍ଯକୁ ଭତ୍ସନା କରେ, ୟିଏ ଅନ୍ୟମାନଙ୍କୁ ଅପମାନିତ କରେ, ସେ ନିଜେ ଅପମାନ ପାଇବ। ଯେ ଦୁଷ୍ଟକୁ ଗାଳି ଦିଏ, ସେ ନିଜେ କଳଙ୍କ ପାଏ।
ଯଦି ତୁମ୍ଭେ ଜ୍ଞାନୀ ଅଟ, ତବେେ ନିଜକୁ ନିଜେ ତୁମ୍ଭେ ଲାଭବାନ ହବେ। ଯଦି ତୁମ୍ଭେ ଜଣେ ନିନ୍ଦାକାରୀ, ତୁମ୍ଭେ ନିଜେ ଦୁଃଖ ଭୋଗିବ।
ନିନ୍ଦୁକମାନଙ୍କ ପାଇଁ ଦଣ୍ଡାଜ୍ଞା ଓ ମୂର୍ଖମାନଙ୍କ ପିଠି ପାଇଁ ପ୍ରହାର ପ୍ରସ୍ତୁତ କରେ।
ଅହଙ୍କାରୀ ଓ ଦାମ୍ଭିକ ଲୋକ ନିନ୍ଦୁକ ନାମ ରେ ବିଖ୍ଯାତ। ସେ ଆତ୍ମଗର୍ବ ଦଖାେଏ।
କାରଣ ଯେ ଅନନ୍ତକାଳ ନିବାସୀ, ଯାହାଙ୍କର ନାମ ପରମେଶ୍ବର, ସହେି ଉଚ୍ଚ ଓ ଉନ୍ନତ ପୁରୁଷ ଏହି କଥା କୁହନ୍ତି ; ଆମ୍ଭେ ଉର୍ଦ୍ଧ୍ବ ଓ ପବିତ୍ର ସ୍ଥାନ ରେ ବାସ କରୁ। ଆଉ ମଧ୍ଯ ନମ୍ର ଲୋକମାନଙ୍କର ଆତ୍ମାକୁ ସଜୀବ ଓ ଚୂର୍ଣ୍ଣମନା ଲୋକମାନଙ୍କର ଅନ୍ତଃକରଣକୁ ସଜୀବ କରିବା ପାଇଁ ଆମ୍ଭେ ଚୂର୍ଣ୍ଣ ଓ ନିମ୍ରମନା ଲୋକଙ୍କ ସହିତ ହିଁ ବାସ କରୁ।
କିନ୍ତୁ ପରମେଶ୍ବର ଆମ୍ଭକୁ ଦଇେଥିବା ଅନୁଗ୍ରହ ଅତି ମହାନ ଅଟେ। ଯେପରି ଶାସ୍ତ୍ର କୁ ହେ : ପରମେଶ୍ବର ଅହଂକାରୀ ଲୋକମାନଙ୍କର ବିରୋଧୀ, କିନ୍ତୁ ସେ ନମ୍ର ଲୋକମାନଙ୍କୁ ଅନୁଗ୍ରହ କରନ୍ତି।335
ୟୁବକଗଣ, ତୁମ୍ଭମାନଙ୍କୁ ମାରେ କିଛି କଥା ମଧ୍ଯ କହିବାକୁ ଅଛି। ତୁମ୍ଭେ ବଯୋଜେଷ୍ଠମାନଙ୍କ କଥା ମାନିବା ଉଚିତ। ପରସ୍ପର ପ୍ରତି ବିନମ୍ର ଭାବ ରଖିବା ଉଚିତ।