Home Bibles ହିତୋପଦେଶ 27:15 · ଓଡ଼ିଆ ବାଇବେଲ
ହିତୋପଦେଶ 27:15 · ଓଡ଼ିଆ ବାଇବେଲ

ଭାରୀ ବୃଷ୍ଟି ଦିନ ରେ ଅବିରତ ବିନ୍ଦୁପାତ ଓ କଳିହୁଡ଼ୀ ସ୍ତ୍ରୀ ଏହି ଦୁଇଜଣ ଏକ ପ୍ରକାର ଅଟନ୍ତି।

Cross references

ଆୟୁବ ପୁସ୍ତକ 14:19

ପଥର ଉପରେ ପାଣି ବହି ତାକୁ କ୍ଷଯ କରିଦିଏ। ବନ୍ଯା ଭୂମିରୁ ସବୁ ପଟୁମାଟି ପାଣି ରେ ପୋଛି ନିଏ। ସହେିଭଳି ହେ ପରମେଶ୍ବର ତୁମ୍ଭେ ବ୍ଯକ୍ତିର ସମସ୍ତ ଆଶାକୁ ଧୂଳିସାତ କର।

ହିତୋପଦେଶ 19:13

ମୂର୍ଖ ପୁତ୍ର ତା'ର ପିତାର ଦୁଃଖର କାରଣ ହବେ। ଏବଂ କଳିହୁଡ଼ି ସ୍ତ୍ରୀ ଅବିରତ ବିନ୍ଦୁପାତ ପରି।

ହିତୋପଦେଶ 21:9

କଳିହୁଡ଼ି ସ୍ତ୍ରୀ ସଙ୍ଗ ରେ ପ୍ରଶସ୍ତ ଗୃହ ରେ ବାସ କରିବା ଅପେକ୍ଷା ଛାତର ଏକ କଣ ରେ ବାସ କରିବା ଭଲ।

ହିତୋପଦେଶ 21:19

କଳହକାରିଣୀ ଓ ଚିଡ଼ିଚିଡ଼ିଆ ସ୍ତ୍ରୀ ସଙ୍ଗ ରେ ବାସ କରିବା ଅପେକ୍ଷା ନିର୍ଜନ ଭୂମିରେ ବାସ କରିବା ଭଲ।

ହିତୋପଦେଶ 25:24

କଳିହୁଡ଼ୀ ସ୍ତ୍ରୀ ସଙ୍ଗ ରେ ଏକା ଗୃହ ରେ ବାସ କରିବା ଅପେକ୍ଷା ଛାତର ଏକ କଣ ରେ ବାସ କରିବା ଭଲ।

Interlinear

Choose Theme