ଧାର୍ମିକ ଲୋକର ମୁଖ ଜୀବନର ନିର୍ଝର। କିନ୍ତୁ ଦୁଷ୍ଟ ଲୋକର ମୁଖ ଦୌରାତ୍ମ୍ଯ ବଢ଼ାଏ।
Cross references
ଧାର୍ମିକ ବ୍ଯକ୍ତି ଜ୍ଞାନର ଉପଦେଶ ଦିଏ। ତା'ର ନିଷ୍ପତ୍ତି ସମସ୍ତଙ୍କୁ ନ୍ଯାଯ ପ୍ରଦାନ କରେ।
ସରଳ ଲୋକମାନେ ତାହା ଦେଖି ଆନନ୍ଦିତ ହେଲେ ଏବଂ ଦୁଷ୍ଟ ଲୋକମାନେ କ'ଣ କହିବା କଥା ତାହା ଜାଣନ୍ତି ନାହିଁ।
ଧାର୍ମିକର ମସ୍ତକରେ ଆଶୀର୍ବାଦ ବର୍ଷେ, ମାତ୍ର ଦୁଷ୍ଟର ମୁଖ ଦୌରାତ୍ମ୍ଯ ରେ ପରିପୂର୍ଣ୍ଣ ହୁଏ।
ଧାର୍ମିକ ପୁରୁଷମାନଙ୍କର ବାକ୍ଯଗୁଡ଼ିକ ମନୋନୀତ ରୂପାତୁଲ୍ଯ, କିନ୍ତୁ ଦୁଷ୍ଟଲୋକମାନଙ୍କର ଚିନ୍ତାର ମୂଲ୍ଯ ନ ଥାଏ।
ଧାର୍ମିକ ଲୋକମାନେ କଣ କହିବାକୁ ହବେ ଜାଣନ୍ତି, କିନ୍ତୁ ଦୁଷ୍ଟଗଣ କହନ୍ତି ଯାହା ଅସୁବିଧା ରେ ପକାଏ।
ଜ୍ଞାନୀ ଲୋକର ଶିକ୍ଷା ଜୀବନ ରେ ଝର ସ୍ବରୂପ ଅଟେ, ସେ ମୃତ୍ଯୁ ଫାନ୍ଦରୁ ଅନ୍ୟକୁ ରକ୍ଷା କରେ।
ଶାନ୍ତିର ବାକ୍ଯ ଜୀବନର ବୃକ୍ଷ ସ୍ବରୂପ। ମାତ୍ର କୁଟିଳ ବାକ୍ଯ ଆତ୍ମା ନଷ୍ଟ କରେ।
ଜ୍ଞାନୀମାନଙ୍କର ବାକ୍ଯ ଜ୍ଞାନ ପ୍ରସାରଣ କରେ। ମାତ୍ର ମୂର୍ଖର ମନ ସପରେି କରେ ନାହିଁ।
ସଦବୁଦ୍ଧି ପାଇଥିବା ଲୋକ ଜୀବନର ଝର ସ୍ବରୂପ ଅଟେ। ମାତ୍ର ଅଜ୍ଞାନତା ଅଜ୍ଞାନମାନଙ୍କର ଶାସ୍ତି।
ମନୁଷ୍ଯର ମୁଖର ବାକ୍ଯ ଗଭୀର ଜଳତୁଲ୍ଯ। ପୁଣି ଜ୍ଞାନ ରେ ଉତ୍ପତ୍ତି ସ୍ଥାନ ଜଳ ସୋର୍ତ ସଦୃଶ।
ସୁନା ଓ ଅଳଙ୍କାର ଲୋକଙ୍କୁ ଧନୀ କରେ। କିନ୍ତୁ ଯେଉଁଲୋକ ଜ୍ଞାନୀ, ସେ ଏହି ଅଳଙ୍କାରଠାରୁ ମୂଲ୍ଯବାନ୍ ଅଟେ।
ଜ୍ଞାନୀର କଥା ତା ପାଇଁ ପ୍ରଶଂସା ଆଣେ କିନ୍ତୁ ମୂର୍ଖର କଥା ତାକୁ ନଷ୍ଟ କରେ।
ହେ କାଳସର୍ପର ସନ୍ତାନଗଣ, ତୁମ୍ଭମାନେେ ମନ୍ଦ ଲୋକ, ତୁମ୍ଭେ ଭଲ କଥା କିପରି କହି ପାରିବ? ଜଣେ ତା ମନ ଭିତ ରେ ଯାହା ଭାବୁଥାଏ, ତାକୁ କଥା ରେ ପ୍ରକାଶ କରିଥାଏ।
ଯେ ତବେଳେ ତୁମ୍ଭେ କଥାବାର୍ତ୍ତା କର, ସେତବେେଳେ କୌଣସି ଖରାପ ଶବ୍ଦ ଉଚ୍ଚାରଣ କର ନାହିଁ। ଏପରି କଥା କୁହ, ଯାହା ଲୋକମାନଙ୍କର ପ୍ରୟୋଜନ ଥିବ ଓ ସମାନଙ୍କେୁ ଶକ୍ତିଶାଳୀ କରିବା ପାଇଁ ସାହାୟ୍ଯ କରିପାରୁଥିବ। ଏହାଦ୍ବାରା ଯେଉଁମାନେ ତୁମ୍ଭମାନଙ୍କର କଥା ଶୁଣନ୍ତି, ସମାନଙ୍କେର ମଙ୍ଗଳ ହବେ।
ଜିହ୍ବାଟି ଶରୀରର ଏକ ଅତି କ୍ଷୁଦ୍ର ଅଙ୍ଗ, କିନ୍ତୁ ଏହା ଅତ୍ଯଧିକ ମାତ୍ରା ରେ ଗର୍ବ କରିଥାଏ।