ଇଫ୍ରଯିମ ବିଭାଗର ଛାଉଣୀର ଧ୍ବଜା ପଶ୍ଚିମ ଦିଗକୁ ରହିବ। ପୁଣି ଅମ୍ମୀହୂଦର ପୁତ୍ର ଇଲୀଶାମା ଇଫ୍ରଯିମ ଲୋକମାନଙ୍କର ଅଧିପତି ହବେ।
Cross references
ଏବଂ ବର୍ତ୍ତମାନ ତୁମ୍ଭର ଦୁଇ ପୁତ୍ର ଅଛନ୍ତି। ଏହି ଦୁଇ ପୁତ୍ର ମିଶର ରେ ମାରେ ଆସିବା ପୂର୍ବରୁ ଜନ୍ମିଛନ୍ତି। ତୁମ୍ଭର ଦୁଇ ପୁତ୍ର ଇଫ୍ରଯିମ ଓ ମନଃଶି ମାେ ନିଜର ପୁତ୍ର ପରି। ସମାନେେ ରୂବନେ ଓ ସିମିଯୋନଙ୍କ ପରି ମାେ ପାଇଁ ଅଟନ୍ତି।
ଇଶ୍ରାୟେଲ ନିଜର ଦକ୍ଷିଣ ହସ୍ତ ବଢ଼ାଇ କନିଷ୍ଠ ଇଫ୍ରଯିମର ମୁଣ୍ଡ ରେ ତାଙ୍କର ବାମ ହସ୍ତ ରଖିଲେ। ଏହାପରେ ଇଶ୍ରାୟେଲ ତାଙ୍କର ବାମହସ୍ତ ମନଃଶିର ମସ୍ତ ଉପରେ ରଖିଲେ ୟିଏକି ପ୍ରଥମେ ଜନ୍ମ ହାଇେଥିଲା।
ଇଫ୍ରଯିମ ଗୋ୍ଟିର, ଅମ୍ମୀହୂଦର ପୁତ୍ର ଇଲୀଶାମା।
ଇଫ୍ରଯିମଙ୍କର ବଂଶଧର ସମାନଙ୍କେର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ଯା, ଯେଉଁମାନେ କୋଡିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ଯ ବିଭାଗ ରେ ୟୋଗ ଦବୋପାଇଁ ଯୋଗ୍ଯ, ସମାନଙ୍କେର ତାଲିକା ଭୁକ୍ତ କରାଗଲା।
ସପ୍ତମ ଦିନ ଇଫ୍ରୟିମ ଲୋକଗଣର ଅଧିପତି ଅମ୍ମୀହୁଦର ପୁତ୍ର ଇଲୀଶାମା ଆପଣା ଉପହାର ଆଣିଲା।
ପ୍ରତ୍ୟେକ ଅଧିପତି ପାପ ପାଇଁ ଗୋଟିଏ ଛାଗ ଉତ୍ସର୍ଗ କଲେ, ପ୍ରତ୍ୟେକ ଅଧିପତି ଶାନ୍ତି ବଳରୂପେ ଦୁଇଟି ଗୋରୁ, ପାଞ୍ଚ ମେଷ, ପାଞ୍ଚ ଛାଗ ଓ ଏକବର୍ଷୀୟ ପାଞ୍ଚ ମେଷବତ୍ସ ଉତ୍ସର୍ଗ କଲେ।
ଏଥିଉତ୍ତା ରେ ଇଫ୍ରଯିମ ଗୋଷ୍ଠୀର ବିଭାଗର ଧ୍ବଜା ଚଳିଲା। ଅମ୍ମୀହୂଦର ପୁତ୍ର ଇଲୀଶାମା ସମାନଙ୍କେ ସୈନ୍ଯର ଅଧିନାଯକ ଥିଲେ।
ଯୋଷଫେ ହେଉଛନ୍ତି, ଶକ୍ତିଶାଳୀ ବୃଷଭ ପରି। ତାଙ୍କର ଦକ୍ସ୍ଟଇପକ୍ସ୍ଟତ୍ର ତାଙ୍କର ଶିଙ୍ଗ ସଦୃଶ। ସମାନେେ ଅନ୍ୟ ଲୋକମାନଙ୍କୁ ଆକ୍ରମଣ କରିବେ ଏବଂ ପୃଥିବୀର ଶଷେ ସୀମାକକ୍ସ୍ଟ ସମାନଙ୍କେୁ ତଡି ଦବେେ। ସମାନେେ ମନଃଶିର ହଜାର ହଜାର ଲୋକପରି, ଇଫ୍ରଯିମଙ୍କ ଦଶହଜାର ଲୋକଙ୍କ ତକ୍ସ୍ଟଲ୍ଯ।
ଲାଦନ୍ ତହନ୍ଙ୍କ ପୁତ୍ର ଥିଲେ। ଅମ୍ମୀହୂଦ ଲାଦନଙ୍କ ପୁତ୍ର ଥିଲେ। ଇଲୀଶାମା ଅମ୍ମୀହୂଦଙ୍କ ପୁତ୍ର ଥିଲେ।
ହେ ଇଶ୍ରାୟେଲର ପାଳକ, କର୍ଣ୍ଣପାତ କର। ତୁମ୍ଭେ ୟୋଷଫରେ ଲୋକମାନଙ୍କୁ ମଷେପରି ନତେୃତ୍ବ କରିଅଛ। କିରୂବଦୂତମାନଙ୍କ ଉପରେ ରାଜା ତୁଲ୍ଯ ଉପବିଷ୍ଟ ହେଲେ, ଆମ୍ଭମାନଙ୍କୁ ତୁମ୍ଭେ ଦର୍ଶନ ଦିଅ।
ମୁଁ ପ୍ରକୃତ ରେ ଇଫ୍ରଯିମର କ୍ରନ୍ଦନ ଶୁଣିଅଛି। ସେ କାନ୍ଦିକରି ଏହି କଥା କହୁଛି, ' ହେ ସଦାପ୍ରଭୁ, ତୁମ୍ଭେ ମାେତେ ଶାସ୍ତି ଦଇେଅଛ। ମୁଁ ପ୍ରକୃତ ଶିକ୍ଷା ପାଇଛି। ମୁଁ ଏକ ବନ୍ଯପଶୁ ସଦୃଶ ଥିଲି। ମାେତେ ତୁମ୍ଭ ନିକଟକୁ ଫରେିବାକୁ ଦିଅ, କାରଣ ତୁମ୍ଭେ ସଦାପ୍ରଭୁ ମାରେ ପରମେଶ୍ବର।