Home Bibles ମାଥିଉଲିଖିତ ସୁସମାଚାର 23:4 · ଓଡ଼ିଆ ବାଇବେଲ
ମାଥିଉଲିଖିତ ସୁସମାଚାର 23:4 · ଓଡ଼ିଆ ବାଇବେଲ

ମାନିବା ପାଇଁ କଠିନ ହେଲେ ମଧ୍ଯ ସମାନେେ ଲୋକମାନଙ୍କ ପାଇଁ କଡ଼ାକଡ଼ି ନିୟମ ତିଆରି କରନ୍ତି। ସହେି ନିୟମଗୁଡ଼ିକ ମାନିବା ପାଇଁ ସମାନେେ ଲୋକଙ୍କୁ ବାଧ୍ଯ କରନ୍ତି। କିନ୍ତୁ ସମାନେେ ନିଜେ କବେେ ହେଲେ ସହେି ନିୟମମାନଙ୍କ ମଧ୍ଯରୁ ଗୋଟିଏ ହେଲେ ଅନୁସରଣ କରିବାକୁ ଚେ଼ଷ୍ଟା କରନ୍ତି ନାହିଁ।

Cross references

ମାଥିଉଲିଖିତ ସୁସମାଚାର 11:28

ହେ କ୍ଲାନ୍ତ ଶ୍ରାନ୍ତ ଓ ଚିନ୍ତା ରେ ଭାରଗ୍ରସ୍ତ ଥିବା ଲୋକମାନେ! ମାେ ନିକଟକୁ ଆସ। ମୁଁ ତୁମ୍ଭକୁ ବିଶ୍ରାମ ଦବେି।

ମାଥିଉଲିଖିତ ସୁସମାଚାର 23:23

ରେ କପଟୀ ଯିହୂଦୀ ଧର୍ମଶାସ୍ତ୍ରୀମାନେ ଓ ଫାରୂଶୀମାନେ! ତୁମ୍ଭକୁ ଧିକ୍! ତୁମ୍ଭ ପାଖ ରେ ଯାହା ଅଛି, ତାର ଦଶ ଭାଗରୁ ଏକ ଭାଗ, ଏପରିକି ନିଜର ପୋଦିନା, ପାନମଧୁରୀ ଓ ଜୀରାର ମଧ୍ଯ ଦଶ ଭାବରୁ ଏକ ଭାଗ ତୁମ୍ଭେ ପରମେଶ୍ବରଙ୍କୁ ଦେଉଛ, କିନ୍ତୁ ତୁମ୍ଭମାନେେ ନିୟମର ଅଧିକ ନ୍ଯାୟ, ଦୟା ଓ ବିଶ୍ବାସ ଭଳି ମହତ୍ତ୍ବପୂର୍ଣ୍ଣ ଉପଦେଶ ଗୁଡ଼ିକୁ ପାଳନ କରୁନାହଁ। ମାତ୍ର ଏଗୁଡ଼ିକ ତୁମ୍ଭର ପାଳନ କରିବା ଉଚ଼ିତ। ଅନ୍ୟ ଉପଦେଶଗୁଡ଼ିକୁ ମଧ୍ଯ ନିୟମିତ ରୂପରେ ତୁମ୍ଭର ପାଳନ କରିବା ଉଚ଼ିତ।

ଲୂକଲିଖିତ ସୁସମାଚାର 11:46

ଏହା ଶୁଣି ଯୀଶୁ କହିଲେ, ହେ ଧର୍ମଶାସ୍ତ୍ରୀଗଣ! ହାୟ, କାରଣ ତୁମ୍ଭମାନେେ ଲୋକମାନଙ୍କ ଉପରେ କଠିନ ନିୟମର ବୋଝ ଏତେ ଲଦି ଦେଉଛ ଯେ, ତାହା ମାନିବା କଷ୍ଟକର ହାଇଯୋଉଛି। ଏହି ନିୟମଗୁଡିକୁ ମାନିବା ପାଇଁ ତୁମ୍ଭମାନେେ ଲୋକଙ୍କୁ ବାଧ୍ଯ କରୁଛ କିନ୍ତୁ ନିଜେ କବେେ ହେଲେ ଏଥିରୁ କୌଣସି ଗୋଟିଏ ହେଲେ ନିୟମ ପାଳିବାକୁ ଚେଷ୍ଟା କରୁନାହଁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 15:10

ତେଣୁ, ତୁମ୍ଭମାନେେ କାହିଁକି ଶିଷ୍ଯମାନଙ୍କ କାନ୍ଧ ରେ ୟୁଆଳି ରଖି ପରମେଶ୍ବରଙ୍କୁ ପରୀକ୍ଷା କରୁଛ? ଆମ୍ଭମାନେେ କିମ୍ବା ଆମ୍ଭର ପୂର୍ବପୁରୁଷମାନେ ତ ଏହି ୟୁଆଳି ଭାର ସହି ପାରିଲେ ନାହିଁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 15:28

ପବିତ୍ର ଆତ୍ମା ଓ ଆମ୍ଭମାନଙ୍କୁ ଏହା ଉଚ଼ିତ ମନେ ହେଲା ଯେ, ତୁମ୍ଭମାନେେ ଏହି କତେୋଟି ବିଷୟ ଛଡ଼ା ଆଉ ଅଧିକ ବୋଝ ରେ ଭାରାକ୍ରାନ୍ତ ହବୋ ଠିକ୍ ନୁହେଁ। ତେଣୁ ଏହି କତେୋଟି ଆବଶ୍ଯକୀୟ ବିଷୟଗୁଡ଼ିକ ତୁମ୍ଭମାନେ କରିବ:

ଗାଲାତୀୟଙ୍କ ପ୍ରତି ପତ୍ର 6:13

ଯେଉଁମାନେ ତୁମ୍ଭମାନଙ୍କୁ ସୁନ୍ନତ ପାଇଁ ପ୍ରବର୍ତ୍ତାଉଛନ୍ତି, ସମାନେେ ନିଜେ ବ୍ଯବସ୍ଥା ପାଳନ କରୁ ନାହାଁନ୍ତି। କିନ୍ତୁ ସମାନେେ ତୁମ୍ଭମାନଙ୍କୁ ସୁନ୍ନତ କରିବାକୁ ବଡ଼ ଆଗ୍ରହୀ ଅଟନ୍ତି। ତୁମ୍ଭମାନଙ୍କୁ ଏହିପରି କରିବାକୁ ବାଧ୍ଯ କରି, ସମାନେେ ଗର୍ବ କରି ପାରିବେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 2:24

କିନ୍ତୁ ଥୁଯାତୀରାର ଯେଉଁ ଅବଶିଷ୍ଟ ଲୋକେ ତା'ର ଶିକ୍ଷା ଅନୁସରଣ କରିନାହାଁନ୍ତି ଓ ସମାନଙ୍କେର କହିବା ଶୟତାନର ନିଗୂଢ଼ତତ୍ତ୍ବ ଗ୍ରହଣ କରି ନାହାଁନ୍ତି, ମୁଁ ସମାନଙ୍କେୁ ଏହା କହୁଛୁ : ମୁଁ ତୁମ୍ଭମାନଙ୍କ ଉପରେ କୌଣସି ଅନ୍ୟ ଭାର ଲଦିବି ନାହିଁ।

Interlinear

Choose Theme