ତେଣୁ ଯୀଶୁ ଲୋକମାନଙ୍କୁ କହିଲେ, ଅନ୍ୟମାନେ ଜଣେ ଭବିଷ୍ଯଦ୍ବକ୍ତାଙ୍କୁ ସମ୍ମାନ ଦଇେଥା'ନ୍ତି। କିନ୍ତୁ ତାହାଙ୍କ ନିଜ ସହର ଲୋକେ, ତାହାଙ୍କର ସମ୍ପର୍କୀୟମାନେ ଓ ତାହାଙ୍କ ନିଜ ପରିବାରର ଲୋକମାନେ ତାହାଙ୍କୁ ସମ୍ମାନ କରନ୍ତି ନାହିଁ।
Cross references
ଅବାଥୋତର ଲୋକମାନେ ଯିରିମିୟଙ୍କୁ ହତ୍ଯା କରିବାକୁ ଯୋଜନା କରୁଥିଲେ। ସହେି ଲୋକମାନେ ଯିରିମିୟଙ୍କୁ କହିଲେ, ତୁମ୍ଭେ ସଦାପ୍ରଭୁଙ୍କ ନାମ ରେ ଭବିଷ୍ଯଦ ବାକ୍ଯ ପ୍ରଚାର କର ନାହିଁ, କଲେ ଆମ୍ଭମାନେେ ତୁମ୍ଭକୁ ହତ୍ଯା କରିବୁ। ତେଣୁ ସଦାପ୍ରଭୁ ସମାନଙ୍କେ ବିଷଯ ରେ ଏକ ସିଦ୍ଧାନ୍ତ ନେଲେ।
ଏହି ଲୋକମାନେ ତୁମ୍ଭର ଭ୍ରାତୃଗଣ ଓ ତୁମ୍ଭ ପରିବାରର ଲୋକ ସଦୃଶ। ସହେି ଲୋକ ତୁମ୍ଭପ୍ରତି ବିଶ୍ବାସଘାତକତା କରିଅଛନ୍ତି। ସମାନେେ ତୁମ୍ଭ ପଶ୍ଚାତଧାବନ କରି ଉଚ୍ଚସ୍ବର ରେ ଡ଼ାକ ପକାଇଛନ୍ତି। ସମାନେେ ବନ୍ଧୁଭଳି ତୁମ୍ଭକୁ ମିଠା କଥା କହିଲେ ହେଁ ସମାନଙ୍କେୁ ବିଶ୍ବାସ କର ନାହିଁ।
ସହେି ଲୋକମାନେ ଯୀଶୁଙ୍କ ସ୍ବୀକାର କଲନୋହିଁ। ଯୀଶୁ ସେ ଲୋକମାନଙ୍କୁ କହିଲେ, ଜଣେ ଭବିଷ୍ଯଦ୍ବକ୍ତାଙ୍କୁ ଲୋକେ ସମ୍ମାନ ଦଅନ୍ତି। କିନ୍ତୁ ନିଜ ସହର ରେ ଓ ତାହାଙ୍କ ନିଜ ପରିବାର ରେ ଜଣେ ଭବିଷ୍ଯଦ୍ବକ୍ତା ସମ୍ମାନ ପାଏ ନାହିଁ।
ତା'ପରେ ଯୀଶୁ ସମାନଙ୍କେୁ କହିଲେ, ମୁଁ ତୁମ୍ଭମାନଙ୍କୁ ସତ୍ଯ କହୁଛି ଯେ, କୌଣସି ଭବିଷ୍ଯଦ୍ବକ୍ତାକୁ ନିଜ ନଗର ରେ ଗ୍ରହଣ କରାଯାଏ ନାହିଁ।
ଯୀଶୁ ପୂର୍ବରୁ କହିଥିଲେ ଯେ ଜଣେ ଭାବବାଦୀ ନିଜ ଦେଶ ରେ ସମ୍ମାନ ପାଏନାହିଁ।