କିନ୍ତୁ ମରିୟମ ଏସବୁ କଥା ନିଜ ମନ ଭିତ ରେ ଗୋପନ ରଖି ନିରନ୍ତର ଚିନ୍ତା କରିବାକୁ ଲାଗିଲେ।
Cross references
ଯୋଷଫେର ଭାଇମାନେ ତାଙ୍କ ପ୍ରତି ବହୁତ ଇର୍ଷାପରାଯଣ ହେଲେ। କିନ୍ତୁ ଯୋଷଫେର ପିତା ଏକଥାକୁ ଗଭୀର ଭାବରେ ଚିନ୍ତା କଲେ, ଏହାର ଅର୍ଥ କ'ଣ ହାଇପୋ ରେ।
ଆଖୀଶଙ୍କର ଦାସମାନେ ଏହାକକ୍ସ୍ଟ ପସନ୍ଦ କଲେ ନାହିଁ। ସମାନେେ କହିଲେ, ଦାଉଦ ହେଉଛନ୍ତି ଇଶ୍ରାୟେଲ ଭୂଖଣ୍ତର ରାଜା। ଇଶ୍ରାୟେଲର ଲୋକମାନେ ତାଙ୍କ ବିଷଯ ରେ ନାଚି ନାଚି ଗୀତ ଗାଇ ଏହା କହିଲେ। ସେ ଲୋକମାନେ ଦାଉଦଙ୍କ ବିଷଯ ରେ ପରସ୍ପର ନାଚକରି କହିଥିଲେ,
ମାରେ ପିତା ମାେତେ ଏହି ଶିକ୍ଷାସବୁ ଶିଖାଇଥିଲେ। ସେ ମାେତେ କହିଲେ, ମାରେ କଥାସବୁ ମନରେଖ, ମାରେ ଆଜ୍ଞା ମାନ ତୁମ୍ଭେ ବଞ୍ଚିବ।
ଜଣେ ଜ୍ଞାନୀ ବ୍ଯକ୍ତି ଏହି ଜିନିଷଗୁଡିକୁ ବୁଝେ। ଜଣେ କର୍ମଠ ବ୍ଯକ୍ତି ଏହିସବୁ ଜିନିଷଗୁଡିକୁ ଶିକ୍ଷା କରିବା ଉଚିତ। ସଦାପ୍ରଭୁଙ୍କ ମାର୍ଗ ସର୍ବଦା ଠିକ୍। ଉତ୍ତମଲୋକ ସହେି ମାର୍ଗ ଦ୍ବାରା ବଞ୍ଚିବେ ଓ ପାପୀମାନେ ତା' ଦ୍ବାରା ମୃତ୍ଯୁବରଣ କରିବେ।
ଏ କଥା ଯେଉଁମାନେ ଶୁଣିଲେ, ସମାନେେ ବିସ୍ମିତ ହାଇେ ଗଲେ। ଲୋକେ ଭାବିଲେ, ଏ ବାଳକଟି କ'ଣ ହବେ? ପ୍ରଭୁଙ୍କ ହସ୍ତ ପିଲାଟିର ସହିତ ଅଛି, ସମାନେେ ଏପରି ଭାବିଲେ।
ଯୀଶୁ ସମାନଙ୍କେ ସହିତ ନାଜରିତକୁ ଗଲେ। ସେ ବାପାମାଆଙ୍କର ସବୁ ଆଜ୍ଞା ପାଳନ କଲେ। ଯୀଶୁଙ୍କ ମାଆ ତଥାପି ଏହି ସବୁ କଥା ନିଜ ମନ ଭିତ ରେ ରଖି ଚିନ୍ତା କରୁଥିଲେ।
ସମସ୍ତ ଲୋକ ପରମେଶ୍ବରଙ୍କ ମହାନ ଶକ୍ତି ଦେଖି ଆଶ୍ଚର୍ୟ୍ଯ ହାଇଗେଲେ।