ମରିୟମ କହିଲେ, ମୁଁ ପ୍ରଭୁଙ୍କର ଦାସୀ କନ୍ଯା ଅଟେ। ତୁମ୍ଭେ ମାେତେ ଯାହା କହିଲ, ମାେ ପାଇଁ ତାହା ହିଁ ହେଉ। ତା'ପରେ ସ୍ବର୍ଗଦୂତ ତାହାଙ୍କ ପାଖରୁ ଚାଲିଗଲେ।
Cross references
ହେ ସଦାପ୍ରଭୁ ପରମେଶ୍ବର, ତୁମ୍ଭେ ତୁମ୍ଭର ଦାସ ବିଷଯ ରେ ଓ ତାହାର ପରିବାର ବିଷଯ ରେ ଯେଉଁ କଥା କହିଅଛ, ଦୟାକରି ତୁମ୍ଭେ ପ୍ରତିଜ୍ଞା ପୂରଣ କର। ରାଜାମାନଙ୍କର ଚିରଦିନ ପାଇଁ ମାରେ ପରିବାରକକ୍ସ୍ଟ ଗୋଟିଏ ରାଜ ବଂଶ ରେ ପ୍ରତିଷ୍ଠା କର।
ମୁଁ ତୁମ୍ଭର ଦାସ। ମୁଁ ତୁମ୍ଭର ଜଣେ ଦାସୀର ସନ୍ତାନ ଅଟେ। ହେ ସଦାପ୍ରଭୁ, ତୁମ୍ଭେ ମାେତେ ମୃତ୍ଯୁର ଶିଙ୍କୁଳିରୁ ମୁକ୍ତ କର।
ତୁମ୍ଭେ ଆପଣା ଦାସ ପାଇଁ ୟାହା ପ୍ରତିଜ୍ଞା କରିଅଛ, ତାହା କର। ତଣେୁ ଲୋକମାନେ ତୁମ୍ଭକୁ ସମ୍ମାନ କରିବେ।
କିନ୍ତୁ ପରମେଶ୍ବରଙ୍କ ପ୍ରତି ତାହାଙ୍କର ବିଶ୍ବାସ ଦୁର୍ବଳ ହେଲା ନାହିଁ। ପରମେଶ୍ବର ତାହାଙ୍କୁ ଯାହା ପ୍ରତିଶ୍ରୁତି ଦଇେଛନ୍ତି ତାହା ସେ କରିବା ରେ ସମର୍ଥ ଏଥି ରେ ଅବ୍ରାହାମ ଟିକେ ହେଲେ ସନ୍ଦହେ କଲେ ନାହିଁ। ବରଂ ତାହାଙ୍କର ବିଶ୍ବାସ ଅଧିକ ଦୃଢ଼ ହେଲା ଓ ସେ ପରମେଶ୍ବରଙ୍କୁ ଗୌରବ ଦେଲେ।