ଲେବୀୟ ପୁସ୍ତକ 25:3 · ଓଡ଼ିଆ ବାଇବେଲ
ଛଅବର୍ଷ ପର୍ୟ୍ଯନ୍ତ ତୁମ୍ଭମାନେେ ନିଜନିଜ କ୍ଷେତ୍ର ରେ ବୀଜ ବୁଣିବ ଓ ଛଅବର୍ଷ ପର୍ୟ୍ଯନ୍ତ ତୁମ୍ଭମାନେେ ନିଜ ଦ୍ରାକ୍ଷାଲତା ଝାଡିର ଓ ତହିଁର ଫଳ ସଂଗ୍ରହ କରିବ।
Cross references
ଯାତ୍ରା ପୁସ୍ତକ 23:10
ମଞ୍ଜି ବୁଣା, ଶସ୍ଯ ଅମଳ କର, ଭୂମିକୁ ଛଅ ବର୍ଷ ପାଇଁ ଫସଲ କର।
ଯାତ୍ରା ପୁସ୍ତକ 23:11
କିନ୍ତୁ ସପ୍ତମବର୍ଷ ଜମି ରେ ଆଉ ଫସଲ କର ନାହିଁ। ସପ୍ତମ ବର୍ଷଟି ଭୂମିକୁ ପଡିଆ ରଖ। ଏହି ସମୟରେ ତୁମ୍ଭର କ୍ଷେତ୍ର ରେ କୌଣସି ଫସଲ କର ନାହିଁ। ଯଦି କୌଣସି ଫସଲ ହୁଏ ତବେେ ଦରିଦ୍ର ଲୋକମାନଙ୍କ ପାଇଁ ଛାଡି ଦିଅ ଏବଂ ଅବଶିଷ୍ଟକୁ ବଣ୍ଯଜନ୍ତୁମାନଙ୍କୁ ଖାଇବାକୁ ଛାଡିଦିଅ। ଏପରିକୁ ତୁମ୍ଭମାନଙ୍କର ଦ୍ରାକ୍ଷାକ୍ଷେତ୍ର ଏବଂ ଜିତବୃକ୍ଷ ଥିବା କ୍ଷେତ୍ର ପାଇଁ ଏହିପରି କର।