ଏହାପରେ ହାରୋଣ ଲୋକମାନଙ୍କର ପାପାର୍ଥକ ବଳିର ଛାଗ ନଇେ ବଧ କରିବ ଓ ତାହାର ରକ୍ତ ବିଚ୍ଛଦବେସ୍ତ୍ରର ଭିତରକୁ ଆଣି, ଯେପରି ଗୋବତ୍ସ ରକ୍ତ ନଇେ କରିଥିଲା, ସହେିପରି ତାହାର ରକ୍ତ ନଇେ କରିବ। ଅର୍ଥାତ୍ ପାପାଚ୍ଛାଦନ ଉପରେ ଓ ପାପାଚ୍ଛଦନ ସମ୍ମୁଖ ରେ ତାହା ଛିଞ୍ଚିବ।
Cross references
ଆଉ ସହେି ଅଭିଷିକ୍ତ ଯାଜକ ସହେି ବଳିର ରକ୍ତରୁ କିଛି ସମାଗମ-ତମ୍ବୁ ମଧ୍ଯକୁ ଆଣିବ।
ତୁମ୍ଭେ ଆପଣା ଭ୍ରାତା ହାରୋଣଙ୍କୁ କୁହ, ଯେପରି ତାଙ୍କର ମୃତ୍ଯୁ ନ ହୁଏ, ଏଥିପାଇଁ ବିଚ୍ଛଦେ ବସ୍ତ୍ର ଭିତ ରେ ସିନ୍ଦୁକର ଉପରିସ୍ଥ ପାପାଚ୍ଛଦକ ସମ୍ମୁଖ ରେ ପବିତ୍ର ସ୍ଥାନ ରେ ସର୍ବଦା ପ୍ରବେଶ କରିବେ ନାହିଁ। କାରଣ ଆମ୍ଭେ ପାପାଚ୍ଛାଦକ ଉପରେ ମେଘର ଦର୍ଶନ ଦବୋ।
ପୁଣି ହାରୋଣ ଇଶ୍ରାୟେଲ ସନ୍ତାନଗଣର ମଣ୍ଡଳୀରୁ ପାପାର୍ଥକ ବଳି ପାଇଁ ଦୁଇଟି ଛାଗ ଓ ହାମବେଳି ପାଇଁ ଏକ ମଷେ ନବେ।
ତେଣୁ ମାଶାେ ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ କାର୍ୟ୍ଯ କଲେ।
ହାମବେଳି ଓ ପଯେ ନବୈେଦ୍ଯ ଛଡା, ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପାପାର୍ଥକ ବଳିରୂପେ ଏକ ଅଣ୍ତିରା ଛଳେି ଉତ୍ସର୍ଗ କରାୟିବ।
ଅତଏବ ସମସ୍ତ ବିଷୟ ରେ ସେ ଆପଣା ଭାଇ ଓ ଭଉଣୀମାନଙ୍କ ପରି ହବୋକୁ ପଡ଼ିଲା। ଯେପରି ପରମେଶ୍ବରଙ୍କ ସବୋ ରେ ସହେି ଲୋକମାନଙ୍କର ପାପର ପ୍ରାୟଶ୍ଚିତ୍ତ ସାଧନ ପାଇଁ ଦୟାଳୁ ଓ ବିଶ୍ବସ୍ତ ମହାୟାଜକ ହୁଅନ୍ତି।
ମହାୟାଜକ ଅନ୍ଯଲୋକମାନଙ୍କ ପାପ ନିମନ୍ତେ ବଳି ଉତ୍ସର୍ଗ କରନ୍ତି କିନ୍ତୁ ତାହାଙ୍କର ନିଜର ମଧ୍ଯ ଦୁର୍ବଳତା ଥିବା ହତେୁରୁ ସେ ମଧ୍ଯ ନିଜ ପାପ ପାଇଁ ବଳି ଉତ୍ସର୍ଗ କରିବା ଉଚିତ୍।
ଆମ୍ଭର ସହେି ଭରସା ଗୋଟିଏ ଲଙ୍ଗର ଭଳି ନିଶ୍ଚିତ ଓ ସୁଦୃଢ଼। ଏହା ମନ୍ଦିରର ପରଦା ଆଢୁଆଳ ରେ ଥିବା ପବିତ୍ର ସ୍ଥାନ ରେ ପ୍ରବେଶ କରି ଆମ୍ଭର ଆତ୍ମାକୁ ସୁରକ୍ଷିତ ରେଖ।
ଦ୍ବିତୀୟ ପରଦା ପଛ ପଟ ରେ ଯେଉଁ ବଖରାଟି ଥିଲା ତାହାକୁ 'ମହାପବିତ୍ର ସ୍ଥାନ' କୁହାଯାଉଥିଲା।
କିନ୍ତୁ ଦ୍ବିତୀୟ ବଖରା ଭିତରକୁ କବଳେ ବର୍ଷ ରେ ଥରେ ମହାୟାଜକ ଯାଇ ପାରୁଥିଲେ। ମହାୟାଜକ ଉତ୍ସର୍ଗ କରିବାର ରକ୍ତ ନ ନଇେ କଦାପି ସଠାେରେ ପ୍ରବେଶ କରନ୍ତି ନାହିଁ। ଯାଜକ ନିଜର ଲୋକମାନଙ୍କ ଆଜ୍ଞାନକୃତ ପାପ ନିମନ୍ତେ ସହେି ରକ୍ତ ପରମେଶ୍ବରଙ୍କୁ ଅର୍ପଣ କରୁଥିଲେ।
ଏହି ସ୍ଥାନଟି ଏହି ଜଗତର ନୁହେଁ। ଖ୍ରୀଷ୍ଟ ମହାପବିତ୍ର ସ୍ଥାନ ରେ ଛଳେି ବା ଗୋବତ୍ସର ରକ୍ତ ନୁହେଁ, ମାତ୍ର ନିଜ ରକ୍ତ ଘନେି ଏକାଥରକେ ପ୍ରବେଶ କଲେ ଓ ସବୁ ଦିନ ପାଇଁ ଆମ୍ଭକୁ ମୁକ୍ତି ଦାନ କଲେ।
ବର୍ତ୍ତମାନ ସେ ମଧ୍ଯ ଆମ୍ଭକୁ ସାହାୟ୍ଯ କରିବା ପାଇଁ ସଠାେରେ ପରମେଶ୍ବରଙ୍କ ଆଗ ରେ ଅଛନ୍ତି। ମହାୟାଜକ ମହାପବିତ୍ର ସ୍ଥାନ ରେ ବର୍ଷକୁ ଥରେ ମାତ୍ର ପ୍ରବେଶ କରନ୍ତି। ପୁଣି ଉତ୍ସର୍ଗ କରିବା ନିମନ୍ତେ ରକ୍ତ ନଇେ ଯାଆନ୍ତି। କିନ୍ତୁ ସେ ଯୀଶୁଙ୍କ ଭଳି ନିଜର ରକ୍ତ ସମର୍ପଣ କରନ୍ତି ନାହିଁ। ମହାୟାଜକ ଯେପରି ଥରକୁ ଥର ରକ୍ତ ସମର୍ପଣ କରନ୍ତି, ଖ୍ରୀଷ୍ଟ ନିଜକୁ ସଭେଳି ଥରକୁ ଥର ସମର୍ପଣ କରିବା ପାଇଁ ସ୍ବର୍ଗ ରେ ପ୍ରବେଶ କରି ନ ଥିଲେ।